ରାଜଧାନୀ ଭୁବନେଶ୍ୱରରୁ ଆଜି ୩୫୪ ଆକ୍ରାନ୍ତ ଚିହ୍ନଟ, ୨୯୫ ଆରୋଗ୍ୟ ଓ ୨ ମୃତ ।

0
160
bmc

ଇଏନ୍‌ଏନ୍ ବ୍ୟୁରୋ, ୨୮/୦୮/୨୦-ରାଜଧାନୀ ଭୁବନେଶ୍ୱରରେ ଅଣାୟତ ହେବାରେ ଲାଗିଛି କରୋନା ସଂକ୍ରମଣ । ଇତିମଧ୍ୟରେ ଭୁବନେଶ୍ୱରରେ ଆକ୍ରାନ୍ତଙ୍କ ସଂଖ୍ୟା ୯,୦୦୧ ରେ ପହଞ୍ଚିଛି । ଆଜି ଚିହ୍ନଟ ହୋଇଥିବା ପଜିଟିଭ ମଧ୍ୟରୁ ସ୍ଥାନୀୟ ସଂକ୍ରମଣ ସଂଖ୍ୟା ଅଧିକ ରହିଛି । କ୍ୱାରେଣ୍ଟାଇନ ସେଣ୍ଟରୁ ପଜିଟିଭ ସଂଖ୍ୟା କମ୍ ରହିଛି । ଆଜି ବିଏମସି ଅଞ୍ଚଳରୁ ୩୫୪ ନୂଅ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ୨୦୨ଜଣ ସ୍ଥାନୀୟ ଅଞ୍ଚଳରୁ ଥିବା ବେଳେ ୧୫୨ ଜଣ କ୍ୱାରେଣ୍ଟାଇନ ସେଣ୍ଟରୁ ରହିଛନ୍ତି । ଆଜି ଭୁବନେଶରରୁ ଜଣେ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଥିବା ବେଳେ ୨୯୫ ଜଣ ଆରୋଗ୍ୟ ହୋଇଛନ୍ତି । ଏହାକୁ ମିଶାଇ ପଜିଟିଭ ସଂଖ୍ୟା ୯,୦୦୧ ରେ ପହଞ୍ଚିଛି । ସେଥିମଧ୍ୟରୁ ୫,୪୧୯ ଜଣ ଆରୋଗ୍ୟ ହୋଇଥିବା ବେଳେ ୩,୫୩୫ ଜଣ ଚିକିତ୍ସାଧିନ ଅଛନ୍ତି ଓ ୩୮ ଜଣଙ୍କର ମୃତ୍ୟୁ ହୋଇଛି ।

LEAVE A REPLY

Please enter your comment!
Please enter your name here