ଓଡ଼ିଶାରେ ଆଜି ୩,୮୧୦/୮

0
374

ଇଏନ୍‌ଏନ୍ ବ୍ୟୁରୋ, ୦୬/୦୯/୨୦- ରାଜ୍ୟରୋ ହୁ ହୁ ହୋଇ ବଢ଼ିବାରେ ଲାଗିଛି କରୋନା ସଂକ୍ରମଣ । ଦିନକୁ ଦିନ ସଂଖ୍ୟା ବଢ଼ିବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ସମସ୍ତ ଜିଲ୍ଲାରୁ ୩,୮୧୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ଓ ୮ ଜଣଙ୍କର ମୃତ୍ୟୁ ହୋଇଛି । ଏଥି ସହ ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧ ଲକ୍ଷ ୨୪ ହଜାର ୩୧ ରେ ପହଞ୍ଚିଥିôବା ବେଳେ ମୃତ୍ୟୁ ସଂଖ୍ୟା ୫୪୬ ହୋଇଛି ।
୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହୋଇଥିବା ୩,୮୧୦ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୨,୨୮୬ ଜଣ କ୍ୱାରେଣ୍ଟାଇନ ସେଣ୍ଟରୁ ରହିଥିବା ବେଳେ ୧,୫୨୪ ଜଣ ସ୍ଥାନୀୟ ଅଞ୍ଚଳରୁ ରହିଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଳା ଆଜି ମଧ୍ୟ ଆଗରେ ରହିଛି । ଖୋର୍ଦ୍ଧା ଜିଲ୍ଳାରୁ ୭୯୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ବରଗଡ଼ ଜିଲ୍ଲାରୁ ୩୯୬ ଜଣ, କଟକ ଜିଲ୍ଳାରୁ ୩୨୨ ଜଣ, ଯାଜପୁର ଜିଲ୍ଲାରୁ ୨୫୨ ଜଣ, ଝାରସୁଗୁଡ଼ା ଜିଲ୍ଳାରୁ ୧୯୨ ଜଣ, ମୟୂରଭଞ୍ଜ ଜିଲ୍ଲାରୁ ୧୪୨ ଜଣ, ବାଲେଶ୍ୱର ଜିଲ୍ଳାରୁ ୧୨୦ ଜଣ, ପୁରୀ ଜିଲ୍ଳାରୁ ୧୧୭ ଜଣ, ଗଞ୍ଜାମ ଜିଲ୍ଳାରୁ ୧୦୮ ଜଣ, ଭଦ୍ରକ ଜିଲ୍ଲାରୁ ୧୦୭ ଜଣ, ସୋନପୁର ଜିଲ୍ଲାରୁ ୧୦୬ ଜଣ, କେନ୍ଦ୍ରାପଡ଼ା ଜିଲ୍ଲାରୁ ୧୦୩ ଜଣ, ଓ ରାୟଗଡ଼ା ଜିଲ୍ଲାରୁ ୧୦୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ସେହିଭଳି ଅନୁଗୁଳରୁ ୭୩, ବଲାଙ୍ଗିରରୁ ୪୩, ବୌଦ୍ଧରୁ ୨୯, ଦେବଗଡ଼ରୁ ୭, ଢ଼େଙ୍କାନାଳରୁ ୫୧, ଗଜପତିରୁ ୨୦, ଜଗତସିଂହପୁରରୁ ୬୭, କଳାହାଣ୍ଡିରୁ ୫୭, କନ୍ଧମାଳରୁ ୪୫, କେନ୍ଦୁଝରରୁ ୮୪, ମାଲକାନାଗିରିରୁ ୩୭, ନବରଙ୍ଗପୁରରୁ ୭୮, ନୟାଗଡ଼ରୁ ୬୨, ନୁଆପଡ଼ାରୁ ୯୩, ସମ୍ବଲପୁରରୁ ୮୩ ଓ ସୁନ୍ଦରଗଡ଼ ଜିଲ୍ଳାରୁ ୩୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।


ମୃତ୍ୟୁ ହୋଇଥିବା ୮ ଜଣ ୫ଟି ଜିଲ୍ଳାରୁ ରହିଛନ୍ତି । ସେଥିମଧ୍ୟରୁ ଗଞ୍ଜାମ ଜିଲ୍ଳଶରୁ ୪ ଜଣ ରହିଥିବା ବେଳେ ଖୋର୍ଦ୍ଧା, କୋରାପୁଟ, ରାୟଗଡ଼ା ଓ ସୁନ୍ଦରଗଡ଼ ଜିଲ୍ଳାରୁ ଜଣେ ଜଣେ ରହିଛନ୍ତି । ଏଥି ସହ ଗଞ୍ଜାମ ଜିଲ୍ଳାରେ ଆକ୍ରାନ୍ତଙ୍କ ମୃତ୍ୟୁ ସଂଖ୍ୟା ୨୦୪ ରେ ପହଞ୍ଚିଥିବା ବେଳେ ଅନୁଗୂଳରୁ ୪, ବାଲେଶ୍ୱରରୁ ୧୩, ବରଗଡ଼ରୁ ୯, ଭଦ୍ରକରୁ ୯, ବଲାଙ୍ଗିରୁ ୮, କଟକରୁ ୩୭, ଗଜପତିରୁ ୧୮, ଜଗତସିଂହପୁରରୁ ୬, ଯାଜପୁରରୁ ୬, ଝାରସୁଗୁଡ଼ାରୁ ୧, କଳାହାଣ୍ଡିରୁ ୨, କନ୍ଧମାଳରୁ ୧୨, କେନ୍ଦ୍ରାପଡ଼ାରୁ ୩, କେନ୍ଦୁଝରରୁ ୬, ଖୋର୍ଦ୍ଧା ୭୫, କୋରାପୁଟରୁ ୪, ମାଲକାନାଗିରିରୁ ୮, ମୟୁରଭଞ୍ଜରୁ ୫, ନବରଙ୍ଗପୁରୁରୁ ୨, ନୟାଗଡ଼ରୁ ୧୩, ପୁରୀରୁ ୧୬, ରାୟଗଡ଼ା ୨୮, ସମ୍ବଲପୁରରୁ ୧୫, ସୁବର୍ଣ୍ଣପୁରରୁ ୨ ଓ ସୁନ୍ଦରଗଡ଼ରୁ ୩୮ ଜଣଙ୍କର ମୃତ୍ୟୁ ହୋଇଛି ।


ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରୁ ୫୦,୩୯୩ଟି ନମୂନା ପରୀକ୍ଷଣ କରାଯାଇଛି । ଏଥି ସହ ମୋଟ ନମୂନା ପରୀକ୍ଷଣ ସଂଖ୍ୟା ୨୦ ଲକ୍ଷ୯୮ ହଜାର ୪୦୧ ରେ ପହଞ୍ଚିଛି । ସେଥିମଧ୍ୟରୁ ୧,୨୪,୦୩୧ ଟି ନମୂନା ପଜିଟିଭ ରହିଛି । ମୋଟ ପଜିଟିଙ୍କ ମଧ୍ୟରୁ ୯୩,୭୭୪ ଜଣ ଆରୋଗ୍ୟ ହୋଇଛନ୍ତି ଓ ୨୯,୬୫୮ ଜଣ ଚିକିତ୍ସାଧିନ ଅଛନ୍ତି । ୫୪୬ ଜଣଙ୍କର କରୋନା ସଂକ୍ରମିତ ମୃତ୍ୟୁ ହୋଇଛି ।

LEAVE A REPLY

Please enter your comment!
Please enter your name here