ଭୁବନେଶ୍ୱରୁ ଆଜି ୩୯୫ ଆକ୍ରାନ୍ତ ଚିହ୍ନଟ, ୬୦୪ ସୁସ୍ଥ ଓ ୨ ମୃତ ।

0
182
bmc

ଇଏନ୍‌ଏନ୍ ବ୍ୟୁରୋ, ୧୩/୦୯/୨୦- ରାଜଧାନୀ ଭୁବନେଶ୍ୱରରେ ହୁ ହୁ ହୋଇ ବାଢ଼ିବାରେ ଲାଗିଛି କରୋନା ସଂକ୍ରମଣ । ଆଜି ଭୁବନେଶ୍ୱରରୁ ୩୯୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୬୦୪ ଜଣ ଚିକିତ୍ସା ପରେ ଆରୋଗ୍ୟ ହୋଇଛନ୍ତି ଏବଂ ୨ ଜଣଙ୍କର ମୃତ୍ୟୁ ହୋଇଛି । ଏଥି ସହ ରାଜଧାନୀ ଭୁବନେଶ୍ୱରରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୬ ହଜାର ପାର କରି ୧୬,୨୪୦ ରେ ପହଞ୍ଚିଛି । ସେଥିମଧ୍ୟରୁ ୧୧,୪୩୦ ଜଣ ଆରୋଗ୍ୟ ହୋଇଛନ୍ତି । ୪,୭୩୫ ଜଣ ବିଭିନ୍ନ କୋଭିଡ଼ ହସ୍ପିଟାଲରେ ଚିକିତ୍ସାଧିନ ଥିବା ବେଳେ୬୨ ଜଣଙ୍କର ମୃତ୍ୟୁ ହୋଇଛି ।

LEAVE A REPLY

Please enter your comment!
Please enter your name here