ରାଜଧାନୀ ଭୁବନେଶ୍ୱରୁ ୪୦୯ ନୂଆ ପଜିଟିଭ ଚିହ୍ନଟ, ୩୪୪ ଆରୋଗ୍ୟ ଓ ୧ ମୃତ ।

0
312
bmc

ଇଏନ୍ଏନ୍ ବ୍ୟୁରୋ, ୦୫/୦୯/୨୦- ରାଜଧାନୀ ଭୁବନେଶ୍ୱରରେ ଦୃତ ଗତିରେ ବଢ଼ିବାରେ ଲାଗିଛି କରୋନା ସଂକ୍ରମଣ । ଦୈନିକ ଚିହ୍ନଟ ହେବାରେ ଲାଗିଛନ୍ତି ଶତାଧିକ ପଜିଟିଭ । ଗତ ୨୪ ଘଣ୍ଟା ମଧ୍ୟରେ ବିଏମସି ଅଞ୍ଚଳରୁ ୪୦୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟାଇନ ସେଣ୍ଟରୁ ୨୪୨ ଜଣ ଓ ସ୍ଥାନୀୟ ଅଞ୍ଚଳରୁ ୧୬୭ ଜଣ ରହିଛନ୍ତି । ଏଥି ସହ ଭୁବନେଶ୍ୱରରେ ଆକ୍ରାନ୍ତଙ୍କ ସଂଖ୍ୟା ୧୨ ହଜାର ଅତିକ୍ରମ କରି ୧୨,୮୧୨ ରେ ପହଞ୍ଚିଛି । ଏହି ସମୟ ମଧ୍ୟରେ ୩୪୪ ଜଣ ଆକ୍ରାନ୍ତ ଆରୋଗ୍ୟ ହୋଇଛନ୍ତି । ଏହାକୁ ମିଶାଇ ୭,୮୬୭ ଜଣ କରୋନା ଆକ୍ରାନ୍ତ ଆରୋଗ୍ୟ ହୋଇ ସାରିଲେଣି । ଆଜି ଭୁବନେଶରରେ ଜଣେ ମୃତ୍ୟୁ ହୋଇଛି । ଏଥି ସହ ମୋଟ ମୃତ୍ୟୁ ସଂଖ୍ୟା ୪୭ ରେ ପହଞ୍ଚିଛି । ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ୪,୮୮୬ ଜଣ ବିଭିନ୍ନ କୋଭିଡ଼-୧୯ ହସ୍ପିଟାଲରେ ଚିକିତ୍ସାଧିନ ଅଛନ୍ତି ।

LEAVE A REPLY

Please enter your comment!
Please enter your name here