କରୋନା ଅପଡ଼େଟ୍ – ୧୯ ଜିଲ୍ଲାରୁ ୫୭୦ ପଜିଟିଭ୍, ୪ ଜିଲ୍ଲାରୁ ୫ ମୃତ ।

0
314

ଇଏନ୍‌ଏନ୍ ବ୍ୟୁରୋ, ୧୧/୦୭/୨୦- ରାଜ୍ୟରେ ହୁ ହୁ ହୋଇ ବଢ଼ିବାରେ ଲାଗିଛି କରୋନା ମାହାମାରୀ ସଂକ୍ରମଣ । ଗୋଟିଏ ଦିନରେ ୫୭୦ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୫ ଜଣ ଙ୍କର ଜୀବନ ନେଇଛି ଏହି ମହାମାରୀ । ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨ ହଜାର ୫୨୬ କୁ ବୃଦ୍ଧି ପାଇଥିବା ବେଳେ ମୃତ୍ୟୁ ସଂଖ୍ୟା ୬୧ ରେ ପହଞ୍ଚିଛି ।

        ଆଜି ରାଜ୍ୟରେ ଚିହ୍ନଟ ହୋଇଥିବା ୫୭୦ ଜଣ ଆକ୍ରାନ୍ତ ୧୯ ଟି ଜିଲ୍ଳାରୁ ରହିଛନ୍ତି । ସେମାନଙ୍କ ମଧ୍ୟରୁ ୩୮୪ ଜଣ କ୍ୱାରାରେଣ୍ଟାଇନ ଣ୍ଟେରୁ ରହିଥିବା ବେଳେ ୧୮୬ ଜଣ ସ୍ଥାନୀୟ ପଜିଟିଭ ଚିହ୍ନଟ ହୋଇଛନ୍ତି । ଗଞ୍ଜାମ ଜିଲ୍ଳାର ସର୍ବାଧିକ ୨୧୮ ଜଣ ଚିହ୍ନଟ ହୋଇଥିôବା ବେଳେ କଟକରୁ ୪୬, ଯାଜପୁରରୁ ୪୦, ସୁନ୍ଦରଗଡ଼ରୁ ୪୪, ନୟାଗଡ଼ରୁ ୩୭, ଖୋର୍ଦ୍ଧାରୁ ୩୭, ଝାରସୁଗୁଡ଼ାରୁ ୩୧, କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିଭଳି ଗଜପତିରୁ ୨୫, ଜଗତସିଂହପୁରରୁ ୧୬, ପୁରୀରୁ ୧୫, କେନ୍ଦୁଝରରୁ ୧୪, ଅନୁଗୁଳରୁ ୧୧, କେରାପୁଟରୁ ୧୧, ମୟରୁଭଞ୍ଜରୁ ୧୦, କେନ୍ଦ୍ରାପଡ଼ାରୁ ୬ ବାଲେଶ୍ୱରରୁ ୩, ବୌଦ୍ଧରୁ ୩, ଭଦ୍ରକରୁ ୨ ଜଣ ଓ ସମ୍ବଲପୁରରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

        ରାଜ୍ୟରେ ଆଜି ମୃତ୍ୟୁ ହୋଇଥିବା ୫ ଜଣଙ୍କ ମଧ୍ୟରୁ ଗଞ୍ଜାମ ଜିଲ୍ଳାର ୨ ଜଣ ଥିବା ବେଳେ ପୁରୀ, ଭୁବନେଶ୍ୱର, କଟକର ଜଣେ ଜଣେ ଆକ୍ରାନ୍ତ ରହିଛନ୍ତି । ଗଞ୍ଜାମ ଜିଲ୍ଲାର ୫୫ ଓ ୭୨ ବର୍ଷୀୟ ପୁରୁଷଙ୍କର ମୃତ୍ୟୁ ହୋଇଛି । ୭୨ ବର୍ଷୀୟ ବ୍ୟକ୍ତି ଜଣକ ମଧୁମେୟ ରୋଗରେ ଆକ୍ରାନ୍ତ ଥିଲେ । ପୁରୀରୁ ୭୦ ବର୍ଷୀୟ ବ୍ୟକ୍ତିଙ୍କର ପୁର୍ବରୁ ମଧୁମେୟ ଏବଂ ଉଚ୍ଚ ରକ୍ତଚାପ ଭଳି ରୋଗ ରୋଗ ରହିଥିଲା । କଟକରୁ ୪୬ ବର୍ଷୀୟ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି । ତାଙ୍କର ମଧ୍ୟ ଉଭୟ ମଧୁମେୟ ଓ ଉଚ୍ଚ ରକ୍ତଚାପ ରୋଗ ରହିଥିଲା । ଭୁବନେଶରୁ ମୃତ୍ୟୁ ହୋଇଥିବା ୫୬ ବର୍ଷୀୟ ମହିଳାଙ୍କର ପୂର୍ବରୁ ମଧୁମେୟ ରୋଗ ରେ ପିଡିତଥିବା ପରିବାର ଓ ସ୍ୱାସ୍ଥ୍ୟ କଲ୍ୟାଣ ବିଭାଗ ସୂଚନା ଦେଇଛି ।        

LEAVE A REPLY

Please enter your comment!
Please enter your name here