ଇଏନ୍ଏନ୍ ବ୍ୟୁରୋ, ୧୬/୦୭/୨୦- ଧଉଳି ଚାରୁକଳା ମହାବିଦ୍ୟାଳୟ ଓ ହାଇଦ୍ରାବାଦ କଳା ମିତ୍ର ପାଉଣ୍ଡେସନର ମିଳିତ ସହଯୋଗରେ ଆରମ୍ଭ ହୋଇଛି ଆର୍ନ୍ତଜାତୀୟ କଳା ପଦର୍ଶନୀ “ଆର୍ଟିଷ୍ଟ ଫର ଆର୍ଟିଷ୍ଟ” । ଏହି ପଦର୍ଶନୀକୁ ଲଳିତ କଳା ଏକାଡ଼େମୀ, ନୂଆଦିଲ୍ଲୀ ର ସଚିବ ରାମକୃଷ୍ଣ ବେଦାଲ ଓ କର୍ଣ୍ଣାଟକର ଆଇଡ଼ିଆଲ ଫାଇନ ଆର୍ଟ ସୋସାଇଟିର ସଚିବ ଡ଼. ଆଦାନୀ ଭି.ଜି, ଗୁଗୁଲ ମିଟ ମାଧ୍ୟମରେ ଉଦଘାଟନ କରିଛନ୍ତି । ଏହି ଉତ୍ସବରେ କଳାମିତ୍ର ଫାଉଣ୍ଡେସନର ସଭାପତି ଏମ. ରମେଶ ଅତିଥି ପରିଚୟ ପ୍ରଦାନ କରିଥିଲେ । ଚିତ୍ରଶିଳ୍ପୀ ତଥା ଧଉଳି ଚାରୁକଳା ମହାବିଦ୍ୟାଳୟ ର ଅଧ୍ୟକ୍ଷ ପଞ୍ଚାନନ୍ ସାମଲ ସ୍ୱାଗତ ଭାଷଣ ଦେବା ସହ, ଏହି ଆର୍ନ୍ତଜାତୀୟ ପଦର୍ଶନୀର ଆବଶ୍ୟକତା ଆଜିର କୋଭିଡ଼-୧୯ ଲକ୍ ଡ଼ାଉନ ସମୟରେ କିପରି ଫଳପ୍ରଦ ହୋଇପାରିବ ତାହା ଉପରେ ଆଲୋକପାତ କରିଥିଲେ ।
ଏହି ପଦର୍ଶନୀରେ ଭାରତ ସହିତ କୋରିଆ, ଲେବାନନ୍, ଭିଏତନାମ, ନେପାଳ, ହଙ୍ଗେରୀ, ବାଙ୍ଗଲାଦେଶ, ଇଣ୍ଡୋନେସିଆ ଓ ଶ୍ରୀଲଙ୍କା ର ଚିତ୍ରଶିଳ୍ପୀ ମାନେ ଭାଗ ନେଇଛନ୍ତି । ଏହି ୯ ଟି ଦେଶରୁ ୧୫୦ ଜଣ ବରିଷ୍ଠ ଓ ଯୁବ ଚିତ୍ରଶିଳ୍ପୀ ଅଂଶଗ୍ରହଣ କରିଛନ୍ତି । ଏପ୍ରିଲ ୨୫ ତାରିଖ ପର୍ଯ୍ୟନ୍ତ ଚାଲିମାକୁ ଥିବା ଏହି ପଦର୍ଶନୀରେ ମୋଟ ୯୨ ଟି ଏକ୍ତାଏଲିନ ଚିତ୍ର, ୧୩ ଟି ଜଳରଙ୍ଗ, ୧୮ଟି ତୈଳରଙ୍ଗ ଚିତ୍ର, ୧୨ ଟି ମୁଦ୍ରଣ କଳା ଓ ୧୫ ଟି ଭାସ୍କର୍ଯ୍ୟକଳା ସ୍ଥାନ ପାଇଛି ।

ଏହି ଅବସରରେ ଭାରତର ବିଶିଷ୍ଟ ଚିତ୍ରଶିଳ୍ପୀ ପ୍ରେମ ସିଂ, ସି.ଏସ. କ୍ରିଷ୍ଣା ସେଠୀ, ମନିନ୍ଦର ପୁରୀ, ଓନ୍କାର ରାହି, ବେରୁ ରଘୁରାମ, ଅନିଲ କୁମାର, ସୁନିତା ଲାମ୍ବା ଙ୍କ ସହ ଦିଲ୍ଲୀରୁ ପ୍ରଦୋଶ ସ୍ୱାଇଁ, ସଜଲ ପାତ୍ର, ଶୁମା ଚାନ୍ଦ, ନିବେଦିତା ପଟ୍ଟନାୟକ, କାଳୀଶଙ୍କର ଦେ, ଅନୁପ ଚାନ୍ଦ, ତପନ ଦାସ, ଓ ଓଡ଼ିଶାରୁ ଚକ୍ରଧର ବେହେରା, ଝୁନେନ୍ଦ୍ର ପଟ୍ଟନାୟକ, ଗୌରାଙ୍ଗ ବାରିକ, ପ୍ରବୀର ଦଳାଇ, ଚନ୍ଦନ କୁମାର ସାମଲ, ଲିପିଶ୍ରୀ ନାୟକ, ସସ୍ମିତା କାମିଳା, ଶଶଧର ପତି, ଦେବେନ୍ଦ୍ର ମହାରଣା, ପ୍ରଦିପ୍ତ ଦାସ, ମିନକେତନ ପଟ୍ଟନାୟକ, ମଧୁସ୍ମିତା ଦାସ, ଜୟଶ୍ରୀ ଜେନା ଓ ଗୌରୀ ମହାରାଣା ପ୍ରମୁଖ ଅଂଶଗ୍ରହଣ କରିଥିଲେ । ଏହି କରୋନା ମହାମାରୀ ପାଇଁ କେହି ଘରୁ ବାହାରି ପାରୁନଥିବା ସମୟରେ ଏହିଭଳି ଚିତ୍ର ପଦର୍ଶନୀ ଶିଳ୍ପୀ ମାନଙ୍କୁ ଉତ୍ସାହିତ କରିବା ସହିତ ପ୍ରେରଣା ଯୋଗାଇ ପାରିଛି ।