୭୪ତମ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ରେ ରାଜ୍ୟବାସୀଙ୍କୁ ସମ୍ବୋଧନ କଲେ ମୁଖ୍ୟମନ୍ତ୍ରୀ । ରାଜ୍ୟକୁ ଆସିଛି ସର୍ବାଧିକ ପୁଞ୍ଜି ନିବେଶ ପ୍ରସ୍ତାବ ।

0
313

ଇଏନ୍‌ଏନ୍ ବ୍ୟୁରୋ, ୧୫/୦୮/୨୦- ରାଜଧାନୀ ଭୁବନେଶ୍ୱରର ପଦର୍ଶନୀ ପଡ଼ିଆରେ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ପାଳନ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପତାକା ଉତ୍ତୋଳନ କରିବା ସହ ରାଜ୍ୟବାସୀଙ୍କୁ ସମ୍ବୋଧନ କରିଛନ୍ତି । ଓଡ଼ିଶାର ଗର୍ବ ଓ ଗୌରବଙ୍କୁ ସେ ସ୍ମରଣ କରିବା ସହ ଅମର ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ଏଥି ସହ କରୋନା ସଙ୍କଟରେ ରାଜ୍ୟବାସୀଙ୍କ ଫାଇଁ ଜୀବନ ଓ ଜୀବିକା ସୁରକ୍ଷା ର ବର୍ତ୍ତା ଦେଇଛନ୍ତି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି, କେରାନା ଆଜି କେବଳ ଭାରତର ନୁହେଁ, ସମଗ୍ର ବିଶ୍ୱ ତଥା ମାନବଜାତି ପାଇଁ ବଡ଼ ସଙ୍କଟ ଭାବେ ଦେଖା ଦେଇଛି । ଶିକ୍ଷା, ସ୍ୱାସ୍ଥ୍ୟ, ଅର୍ଥନୀତି, ପର୍ଯ୍ୟଟନ, ପରିବାହନ ତଥା ସମାଜ ଉପରେ ଏହା ଗଭୀର ପ୍ରଭାବ ପକାଇଛି । ସମଗ୍ର ବିଶ୍ୱରୁ କୋଟିକୋଟି ଲୋକ ଜୀବିକା ହରାଉଛନ୍ତି । ଭ୍ୟାକ୍ସିନ୍ ଆସିବା ପରେ କରୋନାକୁ ନିୟନ୍ତ୍ରଣ କରାଯାଇ ପାରିବ । କିନ୍ତୁ ଅର୍ଥନୀତି ଓ ସମାଜ ଉପରେ କରୋନା ଯେଉଁ ପ୍ରଭାବ ପକାଇଛି ତାକୁ ଭରଣା କରିବା ପାଇଁ ଆମକୁ ସାହାସର ସହ କାମ କରିବାକୁ ହେବ । କରୋନା ମୁକାବିଲା ପାଇଁ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି । ଓଡ଼ିଶାରୁ କେହି ଜଣେ ବି ରୋଗୀ ଚିକିତ୍ସାରୁ ବଞ୍ଚିତ ହେବେ ନାହିଁ ବୋଲି ସେ ଦୋହରାଇଛନ୍ତି । କୋଭିଡ଼ ଯୋଦ୍ଧାଙ୍କ ପାଇଁ ରାଜ୍ୟରେ କରୋନା ସଂକ୍ରମିତ ମୃତ୍ୟୁହାର ଦେଶ ତୁଳନାରେ କମ୍ ରହିଛି । କରୋନା ଯୋଦ୍ଧାଙ୍କ ସମର୍ପିତ କାର୍ଯ୍ୟପାଇଁ ଓଡ଼ିଶା ଜାତି ସେମାନଙ୍କ ନିକଟରେ ଋଣୀ । ସେମାନଙ୍କ ନିଷ୍ଠା, ତ୍ୟାଗ ଏବଂ ଆମ ସମସ୍ତଙ୍କ ସହଯୋଗ ହିଁ ଆମ ସମସ୍ତଙ୍କ ପାଇଁ ବିଜୟ ଆଣିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।


ମୁଖ୍ୟମନ୍ତ୍ରୀ କହିଛନ୍ତି ଲକଡାଉନ ସମୟରେ ଓଡ଼ିଶାକୁ ୧୨ ହଜାର କୋଟି ଟଙ୍କାର ପୁଞ୍ଜି ନିବେଶ ପ୍ରସ୍ତାବ ଆସିଛି । ଦେଶରେ ଏହି ସମୟ ମଧ୍ୟରେ ଆସିଥିବା ସମସ୍ତ ପ୍ରସ୍ତାବ ମଧ୍ୟରୁ ୧୮ ପ୍ରତିଶତ ଓଡ଼ିଶାକୁ ହିଁ ଆସିଛି । ମହାରାଷ୍ଟ୍ରକୁ ପଛରେ ପକାଇ ଓଡ଼ିଶା ପୁଞ୍ଜି ନିବେଶ ପ୍ରସ୍ତାବ କ୍ଷେତ୍ରରେ ଦେଶର ୧ ନମ୍ବର ହୋଇଛି । ୨୦୧୯-୨୦ରେ ଦେଶର କୃଷି ଅଭିବୃଦ୍ଧି ହାର ୨.୮୦% ଥିବା ବେଳେ ରାଜ୍ୟରେ କୃଷି କ୍ଷେତ୍ରରେ ଅଭିବୃଦ୍ଧି ୭.୬୧% ରହିଥିବା ସେ କହିଛନ୍ତି ।

ଓଡ଼ିଆ ଜାତି ଅନେକ ବିପଦର ସାମ୍ନା କରିଛି । ସାହାସର ସହ ମୁକାବିଲା କରି ନୂଆ ଇତିହାସ ଲେଖିଛି । ମୋର ପୁରା ବିଶ୍ୱାସ, କରୋନା ଶୀଘ୍ର ଦୂର ହେବ । ସ୍କୁଲମାନଙ୍କରେ ପୁଣିଥରେ ଘଣ୍ଟି ବାଜି ଉଠିବ ଏବଂ ମାନବ ଜାତିର ଜୟଯାତ୍ରା ଆହୁରି ଆଗକୁ ବଢ଼ିବ । ବୋଲି ସମ୍ବୋଧନଶେଷରେ କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

LEAVE A REPLY

Please enter your comment!
Please enter your name here