ଲୋକାର୍ପଣ ହେଲା ଅଗ୍ନିଶମ ସେବା ପୋର୍ଟାଲ । ଅନ୍‌ଲାଇନରେ ମିଳିବ ସୁରକ୍ଷା ପ୍ରମାଣପତ୍ର ।

0
368

ଇଏନ୍‌ଏନ୍ ବ୍ୟୁରୋ, ୦୧/୦୮/୨୦- ଉଚ୍ଚ ବିଲ୍ଡିଙ୍ଗ, ଆପାର୍ଟମେଣ୍ଟ, ସପଂ ମଲ ଆଦିର ଅଗ୍ନିଶମ ସୁରକ୍ଷା ପ୍ରମାଣ ପତ୍ର ପାଇବା ପାଇଁ ଜିବାକୁ ପଡ଼ିବ ନାହିଁ ଅଫିସ । ଅନ୍‌ଲାଇନରେ ଆବେଦନ କଲେ ମିଳିପାରିବ ସୁରକ୍ଷା ପ୍ରମାଣ ପତ୍ର । ଓଡ଼ିଶା ଅଗ୍ନିଶମ ସେବା ପୋର୍ଟାଲର ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ପୋର୍ଟାଲ ମାଧ୍ୟମରେ ଅଗ୍ନିଶମ ବିଭାଗର ୮ଟି ସାଧାରଣ ସେବା ଅନଲାଇନ ମାଧ୍ୟମରେ ମିଳିପାରିବ । ଅଗଷ୍ଟ ୨ ତାରିଖ ସୁଦ୍ଧା ଗୃହ ବିଭାଗ ଅଧିନରେ ଥିବା ଅଗ୍ନିଶମ ବିଭାଗର ସମସ୍ତ ସେବାକୁ ଅନଲାଇନ ପ୍ଲାଟଫର୍ମରେ ଲୋକଙ୍କୁ ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।
ଏହି ସେବାର ଲୋକର୍ପଣ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଏହି ଅନଲାଇନ ସେବା ବିଭାଗର କାର୍ଯ୍ୟ ଦକ୍ଷତା ବୃଦ୍ଧି କରିବା ସହିତ ପ୍ରଶାସନିକ ସ୍ୱଚ୍ଛତା ଓ ସମୟୋଚିତ ସେବା ଯୋଗାଇବାରେ ଅଧିକ ସୁଫଳ ପାଇବ । ସରକାରଙ୍କ ୫ଟି ସଂସ୍କାର କାର୍ଯ୍ୟକ୍ରମର ଏହା ହେଉଛି ଅଂଶବିଶେଷ । ଏହି ଅନଲାଇନ ସେବା ଦ୍ୱାରା ମଲ୍ଟିପ୍ଲେକ୍ସ ସପଂ ମଲ, କ୍ଲିନିକ, ବଡ଼ ବଢ଼ ଆପର୍ଟମେଣ୍ଟ, ବଲିଡ଼ିଂଗୁଡ଼ିକର ଅଗ୍ନିଶମ ସୁରକ୍ଷା ପ୍ରମାଣପତ୍ର ଦେବାରେ ଶିଘ୍ର ନିଷ୍ପତ୍ତି ନିଆଯାଇପାରିବ । ଏହି ଅବଶରରେ ଆମ୍ଫାନ ବାତ୍ୟାରେ ଅଧିକ ପ୍ରଭାବିତ ହୋଇଥିବା ପଶ୍ଚିମବଙ୍ଗରେ ଓଡ଼ିଶା ଅଗ୍ନିଶମ ବାହିନୀ ପକ୍ଷରୁୁ କରାଯାଇଥିବା ଉଦ୍ଧାର ଓ ରିଲାଫ କାର୍ଯ୍ୟକୁ ମୁଖମନ୍ତ୍ରୀ ପ୍ରଶଂସା କରିଥିଲେ ।


ଲୋକାର୍ପଣ କାର୍ଯ୍ୟକ୍ରମରେ ଯୋଗଦେଇ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର କହିଛନ୍ତି, ଯେ କୌଣସି ବିପର୍ଯ୍ୟୟ ମୁକାବିଲା କରିବାରେ ଓଡ଼ିଶା ଅଗ୍ନିଶମ ବାହିହୀର ଯବାନମାନେ ଉତ୍ତମ ଦକ୍ଷତା ପଦର୍ଶନ କରିଆସିଛନ୍ତି । ବିପର୍ଯ୍ୟୟ ମୁକାବିଲା କ୍ଷେତ୍ରରେ ଆହୁରି ଅଧିକ ସଫଳତା ପାଇଁ ଅଗ୍ନିଶମ ବାହିନୀକୁ ଅତ୍ୟାଧୁନିକ ଯନ୍ତ୍ରପାତି ଓ ଜ୍ଞାନକୌଶଳ ଯୋଗାଇ ଦିଆଯିବ । ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ କହିଛନ୍ତି, ଏହି ଅନଲାଇନ ସେବା ଦ୍ୱାରା ଆବେଦନକାରୀଙ୍କୁ ଅଗ୍ନିଶମ ଅଫିସକୁ ଆଉ ବାରମ୍ବାର ଆସବାକୁ ପଡ଼ିବ ନାହିଁ । ଏହି ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ଉନ୍ନୟନ କମିଶନର ସୁରେଶ ଚନ୍ଦ୍ର ମହାପାତ୍ର, ଗୃହ ବିଭାଗ ପ୍ରମୁଖ ଶାସନ ସଚିବ ସଞ୍ଜୀବ ଚୋପ୍ରା, ୫ଟି ଶାସନ ସଚିବ ଭି, କାର୍ତ୍ତିକେୟନ ପାଣ୍ଡ୍ରିଆନ, ଅଗ୍ନିଶମ ବାହିନୀ ମାହାନିର୍ଦ୍ଦେଶକ ସତ୍ୟଜିତ ମାହାନ୍ତିଙ୍କ ସହିତ ଅନ୍ୟ ବରିଷ୍ଠ ପ୍ରଶାସନିକ ଅଧିକାରୀମାନେ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here