କରୋନା ଅପଡ଼େଟ୍‌- ଓଡ଼ିଶାରେ ୪୦ ହାଜର ଅତିକ୍ରମ କଲା ସଂକ୍ରମିତଙ୍କ ସଂଖ୍ୟା । ଆଜି ରାଜ୍ୟରେ ରେକର୍ଡ଼ ୧,୬୯୯ ନୂଆ ଆକ୍ରାନ୍ତ ଓ ୧୦ ମୃତ ।

0
322

ଇଏନ୍‌ଏନ୍ ବ୍ୟୁରୋ, ୦୬/୦୮/୨୦- ଓଡ଼ିଶାରେ ଦୃତ ଗତିରେ ବଢ଼ିବାରେ ଲାଗିଛି କରୋନା ସଂକ୍ରମଣ । ଆଜି ରେକର୍ଡ଼ ୧,୬୯୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏବଂ ୧୦ ଜଣଙ୍କର କରୋନା ସଂକ୍ରମିତ ମୃତ୍ୟୁ ହୋଇଛି । ଏଥି ସହ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୦ ହଜାର ଅତିକ୍ରମ କରି ୪୦,୭୧୭ ରେ ପହଞ୍ଚିଛି । ଏବଂ ମୋଟ ମୃତ୍ୟୁ ସଂଖ୍ୟା ୨୩୫ ଛୁଇଁଛି ।
ଆଜି ରାଜ୍ୟର ୨୯ ଟି ଜିଲ୍ଳାରୁ ୧,୬୯୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତଙ୍କ ମଧ୍ୟରୁ ୧,୦୭୩ ଜଣ କ୍ୱାରେଣ୍ଟାଇନ ସେଣ୍ଟରୁ ରହିଥିବା ବେଳେ ୬୨୬ ଜଣ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି । ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୨୬୮ ଜଣ ଆକ୍ରାନ୍ତ ପଜିଟିଭ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ୨୨୦ ଜଣ, ସୁନ୍ଦରଗଡ଼ ଜିଲ୍ଲାରୁ ୧୭୮ ଜଣ, କଟକ ଜିଲ୍ଲାରୁ ୧୦୫ ଜଣ, ସମ୍ବଲପୁର ଜିଲ୍ଲାରୁ ୧୦୧ ଜଣ, ବରଗଡ଼ ଜିଲ୍ଲାରୁ ୮୧ ଜଣ, କନ୍ଧମାଳ ଜିଲ୍ଲାରୁ ୭୪ ଜଣ, ମାଲକାନାଗିରି ଜିଲ୍ଲାରୁ ୭୨ଜଣ, ପୁରୀ ଜିଲ୍ଲାରୁ ୬୭ ଜଣ, ଭଦ୍ରକ ଜିଲ୍ଲାରୁ ୬୬ ଜଣ, ଗଜପତି ଜିଲ୍ଲାରୁ ୫୯ ଜଣ, କେନ୍ଦୁଝର ଜିଲ୍ଲାରୁ ୫୬ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହି ଭଳି ଅନୁଗୁଳରୁ ୧୭, ବାଲେଶ୍ୱରରୁ ୧୭, ବଲାଙ୍ଗିରରୁ ୨୧, ଢ଼େଙ୍କାନାଳରୁ ୨୭, ଜଗତସଂହପୁରରୁ ୧୬, ଯାଜପୁରରୁ ୪୧, ଝରସୁଗୁଡ଼ାରୁ ୧୦, କଳାହାଣ୍ଡିରୁ ୩୦, କେନ୍ଦ୍ରାପଡ଼ାରୁ ୨୭, କୋରାପୁଟରୁ ୪୧, ମୟୁରଭଞ୍ଜରୁ ୨୪, ନବରଙ୍ଗପୁରରୁ ୧୬, ନୟାଗଡ଼ରୁ ୨୫, ନୂଆପଡ଼ାରୁ ୩, ରାୟଗଡ଼ାରୁ ୧୯ ଓ ସୋନପୁର ଜିଲ୍ଲାରୁ ୧୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।


ରାଜ୍ୟରେ ମୃତ୍ୟୁ ହୋଇଥିବା ୧୦ ଜଣ କରୋନା ସଂକ୍ରମିତ ୭ ଟି ଜିଲ୍ଲାରୁ ରହିଛନ୍ତି । ସେଥିମଧ୍ୟରୁ ଗଞ୍ଜାମ ଜିଲ୍ଲାରୁ ୩ ଜଣ, ସୁନ୍ଦରଗଡ଼ ଜିଲ୍ଳାରୁ ୨ ଜଣ ଏବଂ ଭଦ୍ରକ, କନ୍ଧମାଳ, କେନ୍ଦୁଝର, ନବରଙ୍ଗପୁର ଓ ନୟାଗଡ଼ ଜିଲ୍ଲାରୁ ଜଣେ ଜଣେ ସଂକ୍ରମିତଙ୍କର ମୃତ୍ୟୁ ହୋଇଛି । ନବରଙ୍ଗପୁର ଜିଲ୍ଲାର ଏହା ପ୍ରଥମ ମୃତ୍ୟୁ । ଏଥି ସହ ଗଞ୍ଜାମରେ ୧୨୦, ଖୋର୍ଦ୍ଧାରେ ୩୧, ଗଜପତିରେ ୧୪, ସୁନ୍ଦରଗଡ଼ରେ ୧୩, କଟକରେ ୧୧, ରାୟଗଡ଼ାରେ ୧୦, ପୁରୀ ଓ ନୟାଗଡ଼ରେ ୪ ଚାରି ଜଣ, ବାଲେଶ୍ୱର, ଭଦ୍ରକ, ଯାଜପୁର ଓ କନ୍ଧମାଳ ଜିଲ୍ଳାରେ ୩ ଜଣ ଲେଖାଏଁ, ଅନୁଗୁଳ, ଜଗତସିଂହପୁର, କଳାହାଣ୍ଡି, କେନ୍ଦ୍ରାପଡ଼ା,କେନ୍ଦୁଝର ଓ ମାଲକାନାଗିରିରୁ ୨ ଜଣ ଲେଖାଏଁ ଏବଂ ସମ୍ବଲପୁର, ନବରଙ୍ଗପୁର, ଝାରସୁଗୁଡ଼ା ଓ ବରଗଡ଼ ଜିଲ୍ଲାରୁ ଜଣେ ଜଣେ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି ।


ରାଜ୍ୟରେ ମୋଟ ୬,୦୦,୫୯୧ ଟି ନମୂନା ପରୀକ୍ଷଣ ହୋଇଛି । ସେଥିମଧ୍ୟରୁ ୪୦,୭୧୭ ଟି ନମୂନା ପଜିଟିଭ ଚିହ୍ନଟ ହୋଇଛି । ମୋଟ ପଜିଟିଭ ଙ୍କ ମଧ୍ୟରୁ ୨୫,୭୩୭ ଜଣ ଚିକିତ୍ସା ପରେ ଆରୋଗ୍ୟ ହୋଇଛନ୍ତି । ୧୪,୭୦୦ ଜଣ ଚିକିତ୍ସାଧିନ ଥିବା ବେଳେ ୨୩୫ ଜଣଙ୍କର କରୋନା ସଂକ୍ରମିତ ମୃତ୍ୟୁ ହୋଇଛି ।

LEAVE A REPLY

Please enter your comment!
Please enter your name here