ଓଡ଼ିଶାରେ ୯୦ ହଜାର ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା । ଆଜି ୩,୩୮୪/୭ ।

0
297

ଇଏନ୍‌ଏନ୍ ବ୍ୟୁରୋ, ୨୭/୦୮/୨୦- ରାଜ୍ୟରେ ସଂଘାତିକ ହେବାରେ ଲାଗିଛି କରୋନା ସଂକ୍ରମଣ । ପ୍ରତିଦିନ ରାଜ୍ୟର ପ୍ରାୟ ସମସ୍ତ ଜିଲ୍ଳାରୁ ଆକ୍ରାନ୍ତ ଚିହ୍ନଟ ହେବାରେ ହଜାର ହଜାର କରୋନା ସଂକ୍ରମିତି । ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯୦ ହଜାର ପାରକରିଛି । ୨ ଦିନ ଧରି ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ ହଜାରୁ ଅଧିକ ରହିଛି । ୨୪ ଘଣ୍ଟା ମଧ୍ୟରେ ରାଜ୍ୟରୁ ୩,୩୮୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ଓ ୭ ଜଣଙ୍କର ମୃତ୍ୟୁ ହୋଇଛି । ଏଥି ସହ ରାଜ୍ୟରେ ମୋଟ ୯୦,୯୮୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ଓ ୪୪୮ ଜଣଙ୍କର ମୃତ୍ୟୁ ହୋଇଛି ।
ଆଜି ଚିହ୍ନଟ ହୋଇଥିବା ୩,୩୮୪ ଆକ୍ରାନ୍ତ ରାଜ୍ୟ ସମସ୍ତ ଜିଲ୍ଳାରୁ ରହିଛନ୍ତି । ସେଥିମଧ୍ୟରୁ ୨,୧୨୮ ଜଣ କ୍ୱାରରେଣ୍ଟାଇନ ସେଣ୍ଟରୁ ରହିଥିବା ବେଳେ ୧,୨୫୬ ଜଣ ସ୍ଥାନୀୟ ଅଞ୍ଚଳରୁ ରହିଛନ୍ତି । ଖୋର୍ଦ୍ଧା ଜିଲ୍ଳାରୁ ୫୮୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କଟକ ଜିଲ୍ଳାରୁ ୪୯୨ ଜଣ, ସମ୍ବଲପୁରରୁ ୧୮୨ ଜଣ, ଗଞ୍ଜାମ ଜିଲ୍ଲାରୁ ୧୭୭ ଜଣ, ମୟୂରଭଞ୍ଜରୁ ୧୭୭ ଜଣ, ଯାଜପୁର ଜିଲ୍ଲାରୁ ୧୭୬ ଜଣ, ବରଭଡ଼ରୁ ୧୫୭ ଜଣ, ରାୟଗଡ଼ାରୁ ୧୫୪ ଜଣ, ପୁରୀରୁ ୧୨୧ ଜଣ, ବାଲେଶ୍ୱରରୁ ୧୧୯ ଜଣ ଓ ସୁନ୍ଦରଗଡ଼ ଜିଲ୍ଲାରୁ ୧୦୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ସେହିଭଳି ଅନୁଗୁଳରୁ ୧୩, ଭଦ୍ରକରୁ ୮୨, ବଲାଙ୍ଗୀରରୁ ୯୯, ବୌଦ୍ଧରୁ ୫, ଦେବଗଡ଼ରୁ ୬, ଢ଼େଙ୍କାନାଳରୁ ୬୦, ଗଜପତିରୁ ୯, ଜଗତସିଂହପୁରରୁ ୪୩, ଝାରସୁଗୁଡ଼ାରୁ ୯୪, କଳାହାଣ୍ଡିରୁ ୨୭, କନ୍ଧମାଳରୁ ୫୮ କେନ୍ଦ୍ରାପଡ଼ାରୁ ୭୬, କେନ୍ଦୁଝରରୁ ୬୩, କୋରାପୁଟରୁ ୮୯, ମାଲକାନାଗିରିରୁ ୪୪, ନବରଙ୍ଗପୁରରୁ ୩୧, ନୟାଗଡ଼ରୁ ୭୬, ନୂଆପଡ଼ାରୁ ୧୯ ଓ ସୋନପୁରରୁ ୩୭ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି ।


ମୃତ୍ୟୁ ହୋଇଥିବା ୭ ଜଣ ଆକ୍ରାନ୍ତ ୪ଟି ଜିଲ୍ଲାରୁ ରହିଛନ୍ତି । ସମ୍ବଲପୁର ଜିଲ୍ଲାରୁ ୩ ଜଣ ଓ ବରଗଡ଼ ଜିଲ୍ଲାରୁ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଭଦ୍ରକ ଓ ଖୋର୍ଦ୍ଧା ଜିଲ୍ଲାରୁ ଜଣେ ଜଣେ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । ଗଞ୍ଜାମ ଜିଲ୍ଳାରୁ ସର୍ବାଧିକ ୧୮୩ ଜଣଙ୍କର ମୃତ୍ୟୁ ହୋଇଛି । ସେହିଭଳି ଖୋର୍ଦ୍ଧା ଜିଲ୍ଲାରୁ ୫୭, ଅନୁଗୁଳରୁ ୪, ବାଲେଶ୍ୱରରୁ ୯, ବରଗଡ଼ରୁ ୭, ଭଦ୍ରକରୁ ୭, ବଲାଙ୍ଗିରରୁ ୪, କଟକରୁ ୨୮, ଢ଼େଙ୍କାନାଳରୁ ୨, ଗଜପତିରୁ ୧୮, ଜଗତସିଂହପୁରରୁ ୨, ଯାଜପୁରରୁ ୪, ଝାରସୁଗୁଡ଼ାରୁ ୧, କଳାହାଣ୍ଡିରୁ ୨, କନ୍ଧମାଳରୁ ୭, କେନ୍ଦ୍ରାପଡ଼ାରୁ ୩, କେନ୍ଦୁଝରରୁ ୬, କୋରାପୁଟରୁ ୩, ମାଲକାନାଗିରିରୁ ୪, ମୟୂରଭଞ୍ଜରୁ ୩, ନବରଙ୍ଗପୁରରୁ ୧, ନୟାଗଡ଼ରୁ ୧୨, ପୁରୀରୁ ୧୧, ରାୟଗଡ଼ାରୁ ୨୧, ସମ୍ବଲପୁରରୁ ୧୪, ସୋନପୁରରୁ ୨ଜଣ ଓ ସୁନ୍ଦରଗଡ଼ରୁ ୩୩ ଜଣ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି ।


ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୬୮,୦୯୦ ଟି ନମୂନା ପରୀକ୍ଷଣ କରାଯାଇଛି । ଏଥି ସହ ରାଜ୍ୟରେ ମୋଟ ନମୂନା ପରୀକ୍ଷଣ ସଂଖ୍ୟା ୧୫ ଲକ୍ଷ ୫୩ ହଜାର ୨୫୭ ରେ ପହଞ୍ଚିଛି । ସେଥିମଧ୍ୟରୁ ୯୦,୯୮୬ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି ଓ ଅନ୍ୟ ନମୂନା ଗୁଡ଼ିକ ନେଗେଟିଭ ରହିଛି । ମୋଟ ପଜିଟିଭଙ୍କ ମଧ୍ୟରୁ ୬୨,୮୧୩ ଜଣ ଆରୋଗ୍ୟ ହୋଇଛନ୍ତି ଓ ୨୭,୬୭୨ ଜଣ ଚିକିତ୍ସାଧିନ ଅଛନ୍ତି । ମୋଟ କରୋନା ସଂକ୍ରମିତଙ୍କ ମଧ୍ୟରୁ ୪୪୮ ଜଣଙ୍କର ମୃତ୍ୟୁ ହୋଇଛି ।

LEAVE A REPLY

Please enter your comment!
Please enter your name here