କରୋନା ଅପଡ଼େଟ୍‌- ୨୪ ଘଣ୍ଟାରେ ୧,୫୦୩ ପଜିଟିଭ । ୭ ମୃତ ।

0
157

ଇଏନ୍‌ଏନ୍ ବ୍ୟୁରୋ, ୨୭/୦୭/୨୦- ରାଜ୍ୟରେ ହୁ ହୁ ହୋଇ ବଢ଼ିବାରେ ଲାଗିଛି କରୋନା ସଂକ୍ରମଣ । ଆକ୍ରାନ୍ତଙ୍କ ସହ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି । ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧,୫୦୩ ଜଣ ନୂଆ ପଜିଟିଭ ଚିହ୍ନଟ ହେବା ସହ ୭ ଜଣଙ୍କର ମୃତ୍ୟୁ ହୋଇଛି । ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୬ ହଜାର ୮୯୨ କୁ ବୃଦ୍ଧି ହୋଇଛି । ଏବଂ ମୃତ୍ୟୁ ସଂଖ୍ୟା ୧୪୭ ରେ ପହଞ୍ଚିଛି ।
ଚିହ୍ନଟ ହୋଇଥିବା ୧,୫୦୩ ନୂଆ ଆକ୍ରାନ୍ତ ୨୮ ଜିଲ୍ଳାରୁ ରହିଛନ୍ତି । ଏଥି ମଧ୍ୟରୁ ୧୦୦୨ ଜଣ କ୍ୱାରେଣ୍ଟାଇନ ସେଣ୍ଟରୁ ରହିଥିବା ବେଳେ ୫୦୧ ଜଣ ସ୍ଥାନୀୟ ଅଞ୍ଚଳର ରହିଛନ୍ତି । ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ୪୯୧ ଜଣ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧା ଜିଲ୍ଲାରୁ ୨୨୩ ଜଣ, କଟକ ରୁ ୧୩୬ ଜଣ, ଗଜପତି ଓ କନ୍ଧମାଳରୁ ୭୩ ଜଣ ଲେଖାଏଁ, ଅନୁଗୁୂରୁ ୧, ବାଲେଶ୍ୱରରୁ ୧୯, ବରଗଡ଼ରୁ ୨୩, ଭଦ୍ରକରୁ ୨୫, ବଲାଙ୍ଗିରରୁ ୨୧, ବୌଦ୍ଧରୁ ୧, ଢ଼େଙ୍କାନାଳରୁ ୩୨ ଜଗତସିଂହପୁରରୁ ୬, ଯାଜପୁରରୁ ୫୧, ଝାରସୁଗୁଡ଼ାରୁ ୧୦, କଳାହାଣ୍ଡିରୁ ୧୦, କେନ୍ଦ୍ରାପଡ଼ାରୁ ୯, କେନ୍ଦୁଝରରୁ ୪୩, କୋରାପୁଟରୁ ୩୪, ମାଲଗାନାଗିରିରୁ ୩୪, ମୟୁରଭଞ୍ଜରୁ ୨୮, ନବରଙ୍ଗପୁରରୁ ୨, ନୟାଗଡ଼ରୁ ୮, ପୁରୀରୁ ୪, ରାୟଗଡ଼ାରୁ ୬୮, ସମ୍ବଲପୁରରୁ ୧୭, ସୋନପୁରରୁ ୪ ଓ ସୁନ୍ଦରଗଡ଼ରୁ ୫୭ ଜଣ ଚିହ୍ନଟ ହୋଇଛନ୍ତି । ଗଞ୍ଜାମ ଜିଲ୍ଳାରେ ସର୍ବାଧିକ ୯,୧୬୯ ଜଣ ଚିହ୍ନଟ ହୋଇଛନ୍ତି ।


ମୃତ୍ୟୁ ହୋଇଥିବା ୭ ଜଣ ୫ ଟି ଜିଲ୍ଲାରୁ ରହିଛନ୍ତି । ଗଞ୍ଜାମ ଜିଲ୍ଲାରୁ ୩ ଜଣ, କଟକ, ଖୋର୍ଦ୍ଧା, ମାଲକାନାଗିରି ଓ ସୁନ୍ଦରଗଡ଼ ଜିଲ୍ଲାରୁ ଜଣେ ଲେଖାଏଁ ମୃତ୍ୟୁ ହୋଇଛି । ଏଥି ସହ ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ୮୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନୁଗୁଳ ଜିଲ୍ଳାରୁ ୨, ବାଲେଶ୍ୱର ଜିଲ୍ଲାରୁ ୨, ବରଗଡ଼ ଜିଲ୍ଲାରୁ ୧, ଭଦ୍ରକ ଜିଲ୍ଲାରୁ ୨, କଟକ ଜିଲ୍ଲାରୁ ୧୦, ଗଜପତି ଜିଲ୍ଲାରୁ ୯, ଜଗତସିଂହପୁର ଜିଲ୍ଲାରୁ ୨, ଯାଜପୁର ଜିଲ୍ଳାରୁ ୧, ଝାରୁସୁଗୁଡ଼ା ଜିଲ୍ଳାରୁ ୧, କନ୍ଧମାଳ ଜିଲ୍ଲାରୁ ୧, କେନ୍ଦ୍ରାପଡ଼ା ଜିଲ୍ଲାରୁ ୨, ଖୋର୍ଦ୍ଧା ଜିଲ୍ଲାରୁ ୧୮, ମାଲକାନାଗିରି ଜିଲ୍ଲାରୁ ୧, ନୟାଗଡ଼ ଜିଲ୍ଲାରୁ୧, ପୁରୀ ଜିଲ୍ଲାରୁ ୨, ରାୟଗଡ଼ା ଜିଲ୍ଲାରୁ ୪ ଓ ସୁନ୍ଦରଗଡ଼ ଜିଲ୍ଲାରୁ ୬ ଜଣ ଙ୍କର କରୋନା ସଂକ୍ରମିତ ମୃତ୍ୟୁ ହୋଇଛି । ମାଲକାନାଗିରି ଜିଲ୍ଲାର ଏହା କରୋନା ସଂକ୍ରମିତ ପ୍ରଥମ ମୃତ୍ୟୁ ।


ରାଜ୍ୟରେ ୪ ଲକ୍ଷ ୬୭ ହଜାର ୪୪୭ ଟି ନମୂନା ପରୀକ୍ଷଣ ହୋଇଥିବା ବେଳେ ସେଥିମଧ୍ୟରୁ ୨୬,୮୯୨ ଟି ପଜିଟିଭ ଚିହ୍ନଟ ହୋଇଛି । ଅନ୍ୟଗୁଡ଼ିକ ନେଗେଟିଭ ରହିଛି । ମୋଟ ୨୬, ୮୯୨ ଆକ୍ରାନ୍ତଙ୍କ ମଧ୍ୟରୁ ୧୬,୭୯୨ ଜଣ କରୋନା ମୁକ୍ତ ହୋଇଛନ୍ତି । ୯ ହଜାର ୯୧୯ ଜଣ ରାଜ୍ୟର ବିଭିନ୍ନ କୋଭିଡ଼-୧୯ ସ୍ୱତନ୍ତ୍ର ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ୧୪୭ ଜଣଙ୍କର ମୃତ୍ୟୁ ହୋଇଛି ।

LEAVE A REPLY

Please enter your comment!
Please enter your name here