କରୋନା ଅପଡ଼େଟ୍- ଆଜି ୨୨ ଜିଲ୍ଳାରୁ ୫୩୪ ଆକ୍ରାନ୍ତ ଚିହ୍ନଟ,୪ ମୃତ ।

0
364

ଇଏନ୍‌ଏନ୍ ବ୍ୟୁରୋ, ୧୪/୦୭/୨୦- ସାରା ରାଜ୍ୟକୁ କବଳିତ କରିବାରେ ଲାଗିଛି କରୋନା ମହାମାରୀ । ଦିନକୁ ଦିନ ବଢ଼ିବାରେ ଲାଗିଛି କରୋନା ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା । ଆଜି ରାଜ୍ୟର ୨୨ଟି ଜିଲ୍ଳାରୁ ୫୩୪ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏଥି ସହ ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୪ ହଜାର ୨୮୦ ରେ ପହଞ୍ଚିଛି । ଲଗାତାର ଭାବେ ୭ ଦିନ ଧରି ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ୫୦୦ ଶହ ରୁ ଅଧିକ ରହିଛି । ଆଜି ୩ ଟି ଜିଲ୍ଲାର ୪ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । ଏଥି ସହ ରାଜ୍ୟରେ ମୋଟ କରୋନା ସଂକ୍ରମିତ ମୃତ୍ୟୁ ସଂଖ୍ୟା ୭୪ ରେ ପହଞ୍ଚିଛି ।

ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ୩୫୪ ଜଣ କ୍ୱାରେଣ୍ଟାଇନ ସେଣ୍ଟରୁ ରହିଥିବା ବେଳେ ୧୮୯ ଜଣ ସ୍ଥାନୀୟ ଅଞ୍ଚଳର ରହିଛନ୍ତି । ଆକ୍ରାନ୍ତଙ୍କ ମଧ୍ୟରୁ ଗଞ୍ଜାମ ଜିଲ୍ଲାର ୧୮୮ ଜଣ ଥିବା ବେଳେ ଖୋର୍ଦ୍ଧାରୁ ୮୭, ସୁନ୍ଦରଗଡ଼ରୁ ୫୨, କଟକରୁ ୩୯, ଗଜପତିରୁ ୨୯, ରାୟଗଡ଼ାରୁ ୨୪, କେନ୍ଦୁଝର ଓ ମୟୁରଭଞ୍ଜରୁ ୨୨ ଜଣ ଲୋଖାଏଁ, ମାଲକାନାଗିରିରୁ ୧୧, କେନ୍ଦ୍ରାପଡ଼ାରୁ ୧୦, ବାଲେଶ୍ୱରରୁ ୮, ପୁରୀରୁ ୭, ଝାରସୁଗୁଡ଼ାରୁ ୬, ବୌଦ୍ଧରୁ ୭, ବଲାଙ୍ଗିରରୁ ୫, ବରଗଡ଼ରୁ ୩ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି ।

        ମୃତ୍ୟୁ ବରଣ କରିଥିବା ୪ ଜଣଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାର ୨ ଜଣ ଥିବା ବେଳେ ଗଞ୍ଜାମ ଓ କଟକ ଜିଲ୍ଲାର ଜଣେ ଜଣେ ରହିଛନ୍ତି । କଟକ ଜିଲ୍ଳାରୁ ଜଣେ ୭୧ ବର୍ଷୀୟ ବୃଦ୍ଧଙ୍କର ମୃତ୍ୟୁ ହୋଇଛି । ସେ ପୂର୍ବରୁ କ୍ୟାନ୍ସର ରୋଗରେ ପିଡ଼ିତ ଥିଲେ । ସେହଭଳି ଖୋର୍ଦ୍ଧାରେ ଜଣେ ୪୦ ବର୍ଷୀୟ ମହିଳାଙ୍କର ଏବଂ ଭୁବନେଶ୍ୱରୁ ଜଣେ ୭୧ ବର୍ଷୀୟ ବୃଦ୍ଧଙ୍କର ମୃତ୍ୟୁ ହୋଇଛି । ବୃଦ୍ଧ ବ୍ୟକ୍ତି ଜଣଙ୍କ ଉଚ୍ଚ ରକ୍ତଚାପ ରୋଗରେ ପିଡ଼ିତ ଥିଲେ ।  ଗଞ୍ଜାମ ଜିଲ୍ଲାରୁ ମୃତ୍ୟୁ ହୋଇଥିବା ୮୦ ବର୍ଷୀୟ ବୃଦ୍ଧଙ୍କର ହାର୍ଟ ଏବଂ ମଧୁମେୟ ରୋଗ ରହିଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

        ରାଜ୍ୟର ଆକ୍ରାନ୍ତ ଓ ମୃତ୍ୟୁ ସଂଖ୍ୟାରେ ଗଞ୍ଜାମ ଜିଲ୍ଲା ପ୍ରଥମରେ ରହିଛି ଗଞ୍ଜାମ ଜିଲ୍ଲାରେ ୪ ହଜାର ୩୩୫ ଜଣ ଆକ୍ରାନ୍ତ ଥିବା ବେଳେ ୪୪ ଜଣଙ୍କର ମୃତ୍ୟୁ ହୋଇଛି । ସେହିଭଳି ଖୋର୍ଦ୍ଧା ଜିଲ୍ଲାରେ ୧୨ ଜଣ, କଟକ ଜିଲ୍ଲାରେ ୮ ଜଣ, ପୁରୀ ଜିଲ୍ଲାରେ ୨ ଜଣ ଏବଂ ଅନୁଗୂଳ, ବରଗଡ଼, ଭଦ୍ରକ, ଗଜପତି, ଯାଜପୁର, କେନ୍ଦ୍ରାପଡ଼ା, ରାୟଗଡ଼ା ଓ ସୁନ୍ଦରଗଡ଼ରୁ ଜଣେ ଜଣେ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି ।

        ରାଜ୍ୟରେ ମୋଟ ୩ ଲକ୍ଷ ୪୭ ହଜାର ୨୨୬ ଟି ନମୂନା ପରୀକ୍ଷଣ ହୋଇଛି । ସେଥିମଧ୍ୟରୁ ୧୪ ହଜାର ୨୮୦ ଟି ପଜିଟିଭ ରହିଥିବା ବେଳେ ଅନ୍ୟ ଗୁଡ଼ିକ ନେଗେଟିଭ ରହିଛି । ମୋଟ ପଜିଟିଭଙ୍କ ମଧ୍ୟରୁ ୯ ହଜାର ୨୫୫ ଜଣ ଚିକିତ୍ସା ପରେ ସୁସ୍ଥ ହୋଇଛନ୍ତି । ଏବଂ ୪ ହଜାର ୯୨୯ ଜଣ ଚିକିତ୍ସାଧିନ ଅଛନ୍ତି ଓ ୭୪ ଜଣଙ୍କର ମୃତ୍ୟୁ ହୋଇଛି ।

LEAVE A REPLY

Please enter your comment!
Please enter your name here