କରୋନା ଅପଡ଼େଟ-ଆଜି ରାଜ୍ୟରେ ୨୨ ଜିଲ୍ଲାରୁ ୬୧୮ ନୂଆ ଆକ୍ରାନ୍ତ ଚିହ୍ନଟ, ୩ ମୃତ ।

0
353

ଇଏନ୍‌ଏନ୍ ବ୍ୟୁରୋ, ୨୫/୦୭/୨୦- ରାଜ୍ୟରେ ଦିନକୁ ଦିନ କ୍ଷିପ୍ର ଗତିରେ ବୃଦ୍ଧି ପାଇବାରେ ଲାଗିଛି କରୋନା ମହାମାରୀ ସଂକ୍ରମଣ । ଆଜି ରାଜ୍ୟର ୨୨ଟି ଜିଲ୍ଲାରୁ ୬୧୮ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏବଂ ୩ ଜଣ କରୋନା ସଂକ୍ରମିତଙ୍କର ମୃତ୍ୟୁ ହୋଇଛି । ଏଥି ସହ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୪ ହଜାର ୮୯୮ ଜଣରେ ପହଞ୍ଚିଛି । ଏବଂ ମୃତ୍ୟୁ ସଂଖ୍ୟା ୭୭ ରେ ପହଞ୍ଚିଛି ।

        ଆଜି ରାଜ୍ୟରେ ଚିହ୍ନଟ ହୋଇଥିବା ୬୧୮ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୪୧୧ ଜଣ କ୍ୱାରେଣ୍ଟାଇନ ସେଣ୍ଟରୁ ଚିହ୍ନଟ ହୋଇଥିବା ବେଳେ ୨୦୭ ଜଣ ସ୍ଥାନୀୟ ଅଞ୍ଚଳର ରହିଛନ୍ତି । ଆକ୍ରାନ୍ତଙ୍କ ମଧ୍ୟରେ ଗଞ୍ଜାମ ଜିଲ୍ଲାର ସର୍ବାଧିକ ୨୮୬ ଜଣ ଥିବା ବେଳେ ଖୋର୍ଦ୍ଧା ଜିଲ୍ଲାରୁ ୧୦୭, ବାଲେଶ୍ୱରରୁ ୬୧, ଜଗତସିଂହପୁରରୁ ୨୬, ମୟରୁଭଞ୍ଜରୁ ୨୧, କଟକରୁ ୧୬, ସୁନ୍ଦରଗଡ଼ରୁ ୧୫, ନୟାଗଡ଼ରୁ ୧୫, ଅନୁଗୁଳରୁ ୧୪, ମାଲକାନାଗିରିରୁ ୧୩, ସମ୍ବଲପୁରରୁ ୧୦, କେନ୍ଦ୍ରାପଡ଼ାରୁ ୯, ପୁରୀରୁ ୫, ଯାଜପୁରରୁ ୫, ବଲାଙ୍ଗିରରୁ ୨, ବୌଦ୍ଧରୁ ୨, ଢ଼େଙ୍କାନାଳରୁ ୨, ଭଦ୍ରକ, ଝାରସୁଗୁଡ଼ା, କୋରାପୁଟ ଓ ରାୟଗଡ଼ା ଜିଲ୍ଲାରୁ ଜଣେ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

        ଆଜି କରୋନା ସଂକ୍ରମଣରେ ମୃତ୍ୟୁ ହୋଇଥିବା ୩ ଜଣଙ୍କ ମଧ୍ୟରୁ ଗଞ୍ଜାମ ଜିଲ୍ଲାରୁ ୨ ଜଣ ଥିବା ବେଳେ ଭୁବନେଶ୍ୱରରୁ ଜଣେ ରହିଛନ୍ତି । ଗଞ୍ଜାମ ଜିଲ୍ଳର ୬୫ ଓ ୮୬ ବର୍ଷୀୟ ପୁରୁଷଙ୍କ ମୃତ୍ୟୁ ହୋଇଛି । ଏବଂ ଭୁବନେଶ୍ୱରରୁ ୭୨ ବର୍ଷୀୟ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି । ଗଞ୍ଜାମ ରେ ମୃତ୍ୟୁ ବରଣ କରିଥିବା ୮୬ ବର୍ଷୀୟ ବ୍ୟକ୍ତିଙ୍କର ପୂର୍ବରୁ ଅନ୍ୟ ରୋଗରେ ପିଡ଼ିତ ଥିବା ଜଣା ପଡ଼ିଛି । ଏଥି ସହ ରାଜ୍ୟରେ ମୋଟ କରୋନା ସଂକ୍ରମିତ ମୃତ୍ୟୁ ସଂଖ୍ୟା ୭୭ କୁ ବୃଦ୍ଧି ହୋଇଛି । ରାଜ୍ୟର ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୪୬ ଜଣ, ଖୋର୍ଦ୍ଧା ୧୩ ଜଣ, କଟକରୁ ୮ ଜଣ, ପୁରୀ ୨ ଜଣ, ଅନୁଗୁଳ, ବରଗଡ଼, ଭଦ୍ରକ, ଗଜପତି, ଯାଜପୁର, କେନ୍ଦ୍ରପଡ଼ା, ରାୟଗଡ଼ ଓ ସୁନ୍ଦରଗଡ଼ରୁ ଜଣେ ଜଣେ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି ।

        ରାଜ୍ୟରେ ମୋଟ ୩ ଲକ୍ଷ ୫୩ ହଜାର ୮୨୪ ଟି ନମୂନା ପରୀକ୍ଷଣ ହୋଇଥିବା ବେଳେ ସେଥିମଧ୍ୟରୁ ୧୪ ହଜାର ୮୯୮ ଟି ପଜିଟିଭ ଚିହ୍ନଟ ହୋଇଛି । ଏବଂ ଅନ୍ୟ ଗୁଡ଼ିକ ନେଗେଟିଭ ରହିଛି । ଆକ୍ରାନ୍ତଙ୍କ ମଧ୍ୟରୁ ୯ ହଜାର ୮୬୪ ଜଣ ଚିକିତ୍ସାପରେ ସୁସ୍ଥ ହେଇଛନ୍ତି । ୪ ହଜାର ୯୩୩ ଜଣ ରାଜ୍ୟର ବିଭିନ୍ନ କୋଭିଡ଼ ହସ୍ପିଟାଲରେ ଚିମିତ୍ସାଧିନ ରହିଥିବା ବେଳେ ୭୭ ଜଣଙ୍କର ମୃତ୍ୟୁ ହୋଇଛି ।

LEAVE A REPLY

Please enter your comment!
Please enter your name here