ଆଜି ୬୪୭ ନୂଆ ପଜିଟିଭ, ୬ ମୃତ ।
ଗଞ୍ଜାମ ଜିଲ୍ଲାରେ ଆଜିଠାରୁ ପ୍ଲାଜମା ଥେରାପି ।
ଇଏନ୍ଏନ୍ ବ୍ୟୁରୋ, ୨୧/୦୭/୨୦- ଦିନକୁ ଦିନ ବଢ଼ି ଚାଲିଛି କରୋନା ସଂକ୍ରମଣ । ଏଥିମଧ୍ୟରେ ମୃତ୍ୟୁକଙ୍କ ସଂଖ୍ୟା ଶତକ ପାର କରିଛି ଏହି ମହାମାରୀ । ଆଜି ରାଜ୍ୟରେ ୬ ଜଣଙ୍କର କରୋନା ସଂକ୍ରମଣ ରେ ମୃତ୍ୟୁ ହୋଥିବା ବେଳେ ୬୪୭ ଜଣ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏବଂ ରାଜ୍ୟ ରେ ମୃତ୍ୟୁ ସଂଖ୍ୟା ୧୦୩ ଛୁଇଁଥିବା ସହ ଆକ୍ରାନ୍ତଙ୍କ ସଂଖ୍ୟା ୧୮ ହଜାର ୭୫୭ ରେ ପହଞ୍ଚିଛି ।
ଆଜି ରାଜ୍ୟରେ ମୃତ୍ୟୁ ହୋଇଥିବା ୬ ଜଣ ୬ ଟି ଜିଲ୍ଲାରୁ ରହିଛନ୍ତି । କଟକ, ଗଜପତି, ଜଗତସିଂହପୁର, କେନ୍ଦ୍ରାପଡ଼ା, ଖୋର୍ଦ୍ଧ ଓ ରାୟଗଡ଼ା ଜିଲ୍ଲାରୁ ଜଣେ ଜଣେ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । ଏଥି ସହ ରାଜ୍ୟରେ ମୋଟ କରୋନା ସଂକ୍ରମିତ ମୃତ୍ୟୁ ସଂଖ୍ୟା ୧୦୩ ରେ ପହଞ୍ଚିଛି । ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ୫୯ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଖେର୍ଦ୍ଧା ଜିଲ୍ଲାରେ ୧୪ ଜଣ, କଟକ ଜିଲ୍ଲାରେ ୯ଜଣ, ଅନୁଗୂଳ ଜିଲ୍ଲାରେ୨, ବରଗଡ ଜିଲ୍ଲାରେ ୧, ଭଦ୍ରକ ଜିଲ୍ଲାରେ ୧, ଗଜପତି ଜିଲ୍ଲାରେ ୫ ଜଣ, ଜଗତସିଂହପୁର ଜିଲ୍ଳାରେ ୨ ଜଣ, କେନ୍ଦ୍ରାପଡ଼ା ଜିଲ୍ଲାରେ ୨ ଜଣ, ନୟାଗଡ଼ ଜିଲ୍ଲାରେ ୧ ଜଣ, ପୁରୀ ଜିଲ୍ଲାରେ ୨ ଜଣ, ରାୟଗଡ଼ ଓ ସୁନ୍ଦରଗଡ଼ ଜିଲ୍ଲାରେ ୨ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି ।

ଆଜି ରାଜ୍ୟରେ ଚିହ୍ନଟ ହୋଇଥିବା ୬୪୭ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୪୩୧ ଜଣ କ୍ୱାରେଣ୍ଟାଇନ ସେଣ୍ଟରୁ ହୋଇଥିବା ବେଳେ ୨୧୬ ଜଣ ସ୍ଥାନୀୟ ଅଞ୍ଚଳରୁ ରହିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୮ ହଜାର ୭୫୭ ରେ ପହଞ୍ଚିଛି । ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୨୨୫ ଜଣ ରହିଛନ୍ତି । ଏଥି ସହ ଅନୁଗୁଳରୁ ୩୭, ବାଲେଶ୍ୱରରୁ ୪୦, ବରଗଡ଼ରୁ ୪, ଭଦ୍ରକରୁ ୧୨, ବଲାଙ୍ଗିରରୁ ୫, କଟକରୁ ୮୪, ଢ଼େଙ୍କାନାଳରୁ ୧୦, ଜଗତସିଂହପୁରୁ ୭, ଯାଜପୁରୁ ୨, କନ୍ଧମାଳରୁ ୫, କେନ୍ଦ୍ରାପଡ଼ାରୁ ୧୩, କେନ୍ଦୁଝରରୁ ୮, ଖୋର୍ଦ୍ଧାରୁ ୬୮, କୋରାପୁଟରୁ ୨୮, ମାଲକାନାଗିରିରୁ ୧୦, ମୟୁରଭଞ୍ଜରୁ ୩, ନବରଙ୍ଗପୁରୁ ୨, ନୟାଗଡ଼ରୁ ୪, ରାୟଗଡ଼ାରୁ ୪୭, ସମ୍ବଲପୁରରୁ ୧୦, ସୁବର୍ଣ୍ଣପୁରରୁ୧ ଓ ସୁନ୍ଦରଗଡ଼ରୁ ୨୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତଙ୍କ ସଂଖ୍ୟାରେ ଗଞ୍ଜାମ ଜିଲ୍ଲା ପ୍ରଥମ ସ୍ଥାନରେ ରହିଛି । ଏଠାରେ ୫ ହଜାର ୯୯୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୨ୟ ସ୍ଥାନରେ ଖୋର୍ଦ୍ଧା ଜିଲ୍ଲା (୨,୦୯୮) ଜଣ, ୩ ସ୍ଥାନରେ କଟକ ଜିଲ୍ଲା (୧,୩୨୭) ଜଣ ଓ ୪ର୍ଥ ସ୍ଥାନରେ ଯାଜପୁର (୧,୦୨୩) ଜଣ କରୋନା ଆକ୍ରାନ୍ତ ରହିଛନ୍ତି ।

ରାଜ୍ୟରେ ଆରମ୍ଭ ହୋଇଥିା ପ୍ଲାଜମା ଥେରାପି କିଛିମାତ୍ରାରେ ସଫଳ ହୋଇଛି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟର ସବୁଠାରୁ ଅଧିକ କରୋନା ସଂକ୍ରମିତ ଜିଲ୍ଲା ଗଞ୍ଜାମରେ, ଆଜି ଠାରୁ ପ୍ଲାଜମା ଥେରାପି ଆରମ୍ଭ କରାଯାଉଛି । ଶୀତଳାପଲ୍ଲୀରେ ଥିବା ଟାଟା କୋଭିଡ଼ ହସ୍ପିଟାଲରେ ପ୍ଲାଜମା ଥେରାପି ଚିକିତ୍ସା ଆରମ୍ଭ କରାଯିବ । ଏହା ଦ୍ୱାରା ଅନେକ ସୁବିଧା ମିଲିବା ସହ ମୃତ୍ୟୁ ସଂଖ୍ୟା ହ୍ରାସ କରାଯାଇ ପାରିବ ବୋଲି ଆଶା କରାଯାଉଛି ।
ରାଜ୍ୟରେ ମୋଟ ୧୮ ହଜାର ୭୫୭ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୧୨ ହଜାର ୯୧୦ ଜଣ ଆରୋଗ୍ୟ ଲାଭ କରିଥିବା ବେଳେ ୫ ହଜାର ୭୧୪ ଜଣ ଚିକିତ୍ସାଧନ ରହିଛନ୍ତି ଏବଂ ୧୦୩ ଜଣଙ୍କର ମୃତ୍ୟୁ ହୋଇଛି ।