ଇଏନ୍ଏନ୍ ବ୍ୟୁରୋ, ୨୦/୦୭/୨୦- ରାଜ୍ୟରେ ହୁ ହୁ ହୋଇ ବଢ଼ିବାରେ ଲାଗିଛି କରୋନା ସଂକ୍ରମଣ । ଏଥି ସହ ମୃତ୍ୟୁ ସଂଖ୍ୟାରେ ମଧ୍ୟ ବୃଦ୍ଧି ଘଟିବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୬ ଜଣ କରୋନା ସଂକ୍ରମିତ ମୃତ୍ୟୁ ହୋଇଛି । ଏଥି ସହ ମୋଟ ମୃତ୍ୟୁ ସଂଖ୍ୟା ୯୭ ରେ ପହଞ୍ଚିଛି । ଏହି ସମୟରେ ୬୭୩ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଛନ୍ତି । ଏବଂ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୮ ହଜାର ୧୧୦ କୁ ବୃଦ୍ଧି ଘଟିଛି ।
ଆଜି କରୋନା ସଂକ୍ରମଣ ରେ ମୃତୁ ହୋଇଥିବା ୬ ଜଣ ୨ ଟି ଜିଲ୍ଲାରୁ ରହିଛନ୍ତି । ୫ ଜଣ ଗଞ୍ଜାମ ଜିଲ୍ଲାରୁ ରହିଥିବା ବେଳେ ଜଣେ ଗଜପତି ଜିଲ୍ଲାରୁ ରହିଛନ୍ତି । ରାଜ୍ୟରେ ମୃତକଙ୍କ ମଧ୍ୟରୁ ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୫୯ ଜଣ ରହିଛନ୍ତି । ଗଞ୍ଜାମ ଜିଲ୍ଲାରୁ ମୃତ୍ୟୁ ହୋଇଥିବା ୫ ଜଣଙ୍କ ମଧ୍ୟରୁ ଜଣେ ୭୦ ବର୍ଷୀୟ ପୁରୁଷ ରହିଛନ୍ତି । ସେ ପୂର୍ବରୁ ମଧୁମେୟ ରୋଗରେ ପିଡ଼ିତ ଥିଲେ । ସେହିପରି ୪୦ ବର୍ଷୀୟ ପୁରୁଷ, ୫୨ ବର୍ଷୀୟ ପୁରୁଷ, ୪୨ ବର୍ଷୀୟ ପୁରୁଷ ଏବଂ ଜଣେ ୫୪ ବର୍ଷୀୟ ପୁରୁଷଙ୍କର ମୃତ୍ୟୁ ହୋଇଛି । ଗଜପତିରେ ଜଣେ ୫୫ ବର୍ଷୀୟ ମହିଳାଙ୍କର କରୋନା ସଂକ୍ରମଣ ରେ ମୃତ୍ୟୁ ହୋଇଛି ।

ରାଜ୍ୟରେ ମୃତ୍ୟୁ ସଂଖ୍ୟା ୯୭ ରେ ପହଞ୍ଚିଥିବା ବେଳେ ଗଞ୍ଜାମ ଜିଲ୍ଲାରୁ ୫୯ ଜଣ, ଖୋର୍ଦ୍ଧା ଜିଲ୍ଲାରେ ୧୩ ଜଣ କଟକ ଜିଲ୍ଲାରୁ ୮ ଜଣ ଗଜପତି ଜିଲ୍ଲାରୁ ୪ ଜଣ, ପୁରୀ ଜିଲ୍ଲାରୁ ୨ ଜଣ, ଅନୁଗୁଳ ଜିଲ୍ଲାରୁ ୨ ଜଣ, ବରଗଡ଼, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ନୟାଗଡ଼ ଓ ରାୟଗଡ଼ା ଜିଲ୍ଲା ରୁ ଜଣେ ଜଣେ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି ।
ଆଜି ରାଜ୍ୟରେ ଚିହ୍ନଟ ହୋଇଥିବା ୬୭୩ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୪୪୬ ଜଣ କ୍ୱାରେଣ୍ଟାଇନ ସେଣ୍ଟରୁ ଚିହ୍ନଟ ହୋଇଥିବା ବେଳେ ୨୨୭ ଜଣ ସ୍ଥାନୀୟ ଅଞ୍ଚଳର ରହିଛନ୍ତି । ଏହି ଆକ୍ରାନ୍ତ ମାନେ ୨୩ଟି ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି । ଗଞ୍ଜାମ ଜିଲ୍ଳାରୁ ସର୍ବାଧିକ ୨୩୯ ଜଣ ଥିବାବେଳେ ଭଦ୍ରକରୁ ୫୮ ଜଣ, ଖୋର୍ଦ୍ଧାରୁ ୫୮ ଜଣ, କନ୍ଧମାଳରୁ ୪୪ ଜଣ, କୋରାପୁଟରୁ ୪୧ ଜଣ, ଜଗତସିଂହପୁରୁ ୩୬ ଜଣ, କଟକରୁ ୩୨ ଜଣ, କେନ୍ଦୁଝରରୁ ୨୪ ଜଣ, ଯାଜପୁରରୁ ୨୮ ଜଣ, ବାଲେଶ୍ୱରରୁ ୧୩ ଜଣ, ବରଗଡ଼ରୁ ୨୨ ଜଣ, ଅନୁଗୁଳରୁ ୪ ଜଣ, ଢ଼େଙ୍କାନାଳରୁ ୧୦ ଜଣ, ଗଜପତିରୁ ୧୫ ଜଣ, ଝାରସୁଗୁଡ଼ାରୁ ୧୪ ଜଣ, କେନ୍ଦ୍ରପଡ଼ାରୁ ୪ ଜଣ, ମାଲକାନାଗିରିରୁ ୪ ଜଣ, ମୟରୁଭଞ୍ଜରୁ ୧ ଜଣ, ନୟାଗଡ଼ରୁ ୪ ଜଣ, ସମ୍ବଲପୁରରୁ ୩ ଜଣ, ପୁରୀରୁ ୪ ଜଣ, ସୋନପୁରରୁ ୪ ଜଣ ଓ ସୁନ୍ଦରଗଡ଼ରୁ ୧୧ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ରାଜ୍ୟର ମୋଟ ୧୮ ହଜାର ୧୧୦ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୧୨ ହଜାର ୪୫୩ ଜଣ ସୁସ୍ଥ ହୋଇଛନ୍ତି । ୫ ହଜାର ୫୩୨ ଜଣ ଚିକିତ୍ସାଧିନ ଥିବା ବେଳେ ୯୭ ଜଣଙ୍କର କରୋନା ସଂକ୍ରମିତ ମୃତ୍ୟୁ ହୋଇଛି ।