କରୋନା ଅପଡ଼େଟ୍‌- ରାଜ୍ୟରେ ୧୪୦ ଜଣଙ୍କର ଜୀବନ ନେଲାଣି କରୋନା । ଆକ୍ରାନ୍ତଙ୍କ ସଂଖ୍ୟା ୨୫ ହଜାର ଟପିଲା । ୨୪ ଘଣ୍ଟାରେ ୧,୩୭୬ ପଜିଟିଭ, ୧୦ ମୃତ ।

0
129

ଇଏନ୍‌ଏନ୍ ବ୍ୟୁରୋ, ୨୬/୦୭/୨୦- ରାଜ୍ୟରେ ଦୃତ ଗତିରେ ବଢ଼ିବାରେ ଲାଗିଛି କରୋନା ସଂକ୍ରମଣ । ବିଗତ କିଛି ଦିନ ମଧ୍ୟରେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁଏକ ହଜାରୁ ଅଧିକ ହେଉଛି । ୨୪ ଘଣ୍ଟା ମଧ୍ୟରେ ୧,୩୭୬ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହେବା ସହ ୧୦ ଜଣଙ୍କର ଜୀବନ ନେଇଛି ଏହି ମାହାମାରୀ । ଏଥି ସହ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୫ ହଜାର ୩୮୯ ରେ ପହଞ୍ଚଛି । ଏବଂ ମୃତ୍ୟୁ ସଂଖ୍ୟା ୧୪୦ ହୋଇଛି । ଦୁଇ ଦିନ ଧରୀ ମୃତ୍ୟୁ ସଂଖ୍ୟା ୧୦ ରହିଛି ।
ଆଜି ଚିହ୍ନଟ ହୋଇଥିବା ୧,୩୭୬ ଆକ୍ରାନ୍ତ ରାଜ୍ୟର ୩୦ ଟି ଜିଲ୍ଲାରୁ ରହିଛନ୍ତି । ସେଥିମଧ୍ୟରୁ ୯୧୭ କ୍ୱାରେଣ୍ଟାଇନ ସେଣ୍ଟରୁ ରହିଛନ୍ତି । ,ବଂ ୪୫୯ ଜଣ ସ୍ଥାନୀୟ ଅଞ୍ଚଳରୁ ରହିଛନ୍ତି । ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଗଞ୍ଜାମ ଜିଲ୍ଳାରୁ ୪୮୪ ଜଣ ଚିହ୍ନଟ ହୋଇଥିବା ବେଳେ ଅନୁଗୁଳରୁ ୫, ବାଲେଶ୍ୱରରୁ ୨୯, ବରଗଡ଼ରୁ ୧୦, ବଲାଙ୍ଗିରରୁ ୧୯, ବୌଦ୍ଧରୁ ୮, କଟକରୁ ୭୫, ଦେବଗଡ଼ ୧୧, ଢ଼େଙ୍କାନାଳରୁ ୧୫, ଗଜପତିରୁ ୭୪, ଜଗତସିଂହପୁରରୁ ୧୧, ଯାଜପୁରରୁ ୮, ଝାରସୁଗୁଡ଼ାରୁ ୬, କଳାହାଣ୍ଡିରୁ ୧୧, କନ୍ଧମାଳରୁ ୧୨, କେନ୍ଦ୍ରପଡ଼ାରୁ ୧୧, କେନ୍ଦୁଝରରୁ ୧୦୩, ଖୋର୍ଦ୍ଧାରୁ ୧୮୭, କୋରାପୁଟରୁ ୭, ମାଲକାନାଗିରିରୁ ୧୫, ମୟରୁଭଞ୍ଜରୁ ୨୨, ନବରଙ୍ଗପୁରୁରୁ ୨୧, ନୟାଗଡ଼ରୁ ୩୦, ନୂଆପଡ଼ାରୁ ୪, ପୁରୀରୁ ୯୧, ରାୟଗଡ଼ାରୁ ୪୫, ସମ୍ବଲପରରୁ ୧୭, ସୋନପୁରରୁ ୫, ଓ ସୁନ୍ଦରଗଡ଼ରୁ ୩୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।


ଆଜି ମୃତ୍ୟୁ ବାରଣ କରିଥିବା ଆକ୍ରାନ୍ତ ୪ ଟି ଜିଲ୍ଲାରୁ ରହିଛନ୍ତି । ଗଞ୍ଜାମ ଜିଲ୍ଳାରୁ ୬ ଜଣ, ଖୋର୍ଦ୍ଧା ଜିଲ୍ଳାରୁ ୨ ଜଣ, ଗଜପତି ଓ ସୁନ୍ଦରଗଡ଼ ଜିଲ୍ଲାରୁ ଜଣେ ଜଣେ କରୋନା ସଂକ୍ରମିତଙ୍କର ମୃତ୍ୟୁ ହୋଇଛି । ଏଥି ସହ ଗଞ୍ଜାମ ଜିଲ୍ଳାରେ ସର୍ବାଧିକ ୭୯ ଜଣ, ଖୋର୍ଦ୍ଧା ଜିଲ୍ଲାରେ ୧୭ ଜଣ, କଟକ ଜିଲ୍ଲାରେ ୯ ଜଣ ଗଜପତି ଜିଲ୍ଲାରେ ୯ ଜଣ, ସୁନ୍ଦରଗଡ଼ ଜିଲ୍ଲାରେ ୫ ଜଣ, ରାୟଗଡ଼ା ଜିଲ୍ଲାରେ ୪ ଜଣ, ଅନୁଗୁଳ, ବାଲେଶ୍ୱର, ଭଦ୍ରକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ପୁରୀ ଜିଲ୍ଲାରେ ୨ ଦୁଇ ଜଣ ଲେଖାଏଁ ଏବଂ ବରଗଡ଼, ଯାଜପୁର, ଝାରସୁଗୁଡ଼ା, କନ୍ଧମାଳ ଓ ନୟାଗଡ଼ ଜିଲ୍ଳାରେ ଜଣେ ଲେଖାଏଁ ବ୍ୟକ୍ତିଙ୍କର ଜୀବନ ନେଇଛି ଏହି କରୋନା ମହାମାରୀ ।


ରାଜ୍ୟରେ ମୋଟ ୪ ଲକ୍ଷ ୫୮ ହଜାର ୧୨୦ ଟି ନମୂନା ପରୀକ୍ଷଣ ହୋଇଛି । ସେଥିମଧ୍ୟରୁ ୨୫, ୩୮୯ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ଅନ୍ୟ ଗୁଡ଼ିକ ନେଗେଟିଭ ରହିଛି । ଆକ୍ରାନ୍ତଙ୍କ ମଧ୍ୟରୁ ୧୫ ହଜାର ୯୨୯ ଜଣ ଆରୋଗ୍ୟ ହୋଇଥିବା ବେଳେ ୯,୨୮୬ ଜଣ ଚିକିତ୍ସାଧିନ ରହିଛନ୍ତି । ୧୪୦ ଜଣଙ୍କର ମୃତ୍ୟୁ ହୋଇଛି ।

LEAVE A REPLY

Please enter your comment!
Please enter your name here