କରୋନା ଅପଡ଼େଟ୍‌- ଓଡ଼ିଶାରେ ରେକର୍ଡ଼ ୧,୫୯୪ ନୂଆ ପଜିଟିଭ । ୬ ମୃତ । ୨୨ ହଜାର ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା ।

0
189

ଇଏନ୍‌ଏନ୍ ବ୍ୟୁରୋ, ୨୪/୦୭/୨୦- କରୋନା ଜାଲରେ ଓଡ଼ିଶା । ଦୃତ ଗତିରେ ବଢ଼ିବାରେ ଲାଗିଛି କରୋନା ସଂକ୍ରମଣ । ତଗାତାର ଭାବେ ୨ ଦିନ ହେଲା ସଂକ୍ରମଣ ସଂଖ୍ୟା ୧୨ ଶହରୁ ଅଧିକ ରହିଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧,୫୯୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏବଂ ୬ ଜଣଙ୍କର ଜୀବନ ନେଇଛି ଏହି ମହାମାରୀ ଭୂତାଣୁ । ଏହି ନୂଆ ସଂକ୍ରମିତ ଙ୍କୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୨ ହଜାର ଅକିକ୍ରମ କରି ୨୨ହଜାର ୬୯୩ ରେ ପହଞ୍ଚିଛି । ଏହି ସମୟ ମଧ୍ୟରେ ରାଜ୍ୟରେ ୬ ଜଣଙ୍କର ମୃତ୍ୟୁ ହୋଇଛି । ଏବଂ ମୃତ୍ୟୁ ସଂଖ୍ୟା ୧୨୦ ଛୁଇଁଛି ।
ଚିହ୍ନଟ ହୋଇଥିବା ନୂଆ ଆକ୍ରାନ୍ତ ୨୮ ଜିଲ୍ଲାରୁ ରହିଛନ୍ତି । ସେଥିମଧ୍ୟରୁ ୧,୦୬୭ ଜଣ କ୍ୱାରେଣ୍ଟାଇନ ସେଣ୍ଟରୁ ଓ ୫୨୭ ଜଣ ସ୍ଥାନୀୟ ଅଞ୍ଚଳର ରହିଛନ୍ତି । ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୭୩୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଛନ୍ତି । ଏହାକୁ ମିଶାଇ ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୭,୬୩୪ ରେ ପହଞ୍ଚିଛି । ଖୋର୍ଦ୍ଧା ଜିଲ୍ଲାରୁ ୩୨୦ ଜଣ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨,୬୭୬ ରେ ପହଞ୍ଚିଛି । ସେହିଭଳି କଟକ ଜିଲ୍ଳାରୁ ୧୩୬ ଜଣ, ଅନୁଗୁଳରୁ ୧୦, ବାଲେଶ୍ୱରରୁ ୨୨, ବରଗଡ଼ରୁ ୮, ଭଦ୍ରକରୁ ୬୦, ବଲାଙ୍ଗିରରୁ ୬, ବୌଦ୍ଧରୁ ୪୧, ଢ଼େଙ୍କାନାଳରୁ ୨, ଗଜପତିରୁ ୩, ଜଗତସିଂହପୁରରୁ ୩, ଯାଜପୁରରୁ ୫, ଝରସୁଗୁଡ଼ାରୁ ୮, କଳାହାଣ୍ଡିରୁ ୧, କନ୍ଧମାଳରୁ ୧୭, କେନ୍ଦ୍ରାପଡ଼ାରୁ ୯, କେନ୍ଦୁଝରରୁ ୨୦, କୋରାପୁଟରୁ ୩୩, ମାଲକାନାଗିରିରୁ ୯, ମୟୁରଭଞ୍ଜରୁ ୩୨, ନୟାଗଡ଼ରୁ ୧୦, ନବରଙ୍ଗପୁରରୁ ୩, ନୁଆପଡ଼ାରୁ ୧, ପୁରୀରୁ ୩୦, ସମ୍ବଲପୁରରୁ ୧୩, ସୋନପୁରରୁ ୪ ଓ ସୁନ୍ଦରଗଡ଼ ଜିଲ୍ଳାରୁ ୫୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।


୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୬ ଜଣଙ୍କର ଜୀବନ ନେଇଛି କରୋନା । ଏଥି ସହ ରାଜ୍ୟରେ କରୋନା ସଂକ୍ରମିତ ମୃତ୍ୟୁ ସଂଖ୍ୟା ୧୨୦ ଛୁଇଁଛି । ମୃତ ୬ ଜଣ ୪ ଟି ଜିଲ୍ଳାରୁ ରହିଛନ୍ତି । ଗଞ୍ଜାମ ଜିଲ୍ଲାରୁ ୩ ଜଣ ଭଦ୍ରକ, ଗଜପତି ଓ ରାୟଗଡ଼ା ଜିଲ୍ଳାରୁ ଜଣେ ଜଣେ ଆକ୍ରାନ୍ତ ରହିଛନ୍ତି । ଗଞ୍ଜାମ ଜିଲ୍ଳାରେ ସର୍ବାଧିକ ୭୦ ଜଣଙ୍କର ମୃତ୍ୟୁ ହୋଇଛି । ସେହିଭଳି ଅନୁଗୂଳରୁ ୨ ଜଣ, ବରଗଡ଼ରୁ ୧ଜଣ, କଟକରୁ ୯ ଜଣ, ଗଜପତିରୁ ୭ ଜଣ, ଜଗତସିଂହପୁରରୁ ୨, ଯାଜପୁରୁ୧, କନ୍ଧମାଳରୁ୧ ଜଣ, କେନ୍ଦ୍ରାପଡ଼ାରୁ ୨ ଜଣ, ଖୋର୍ଦ୍ଧାରୁ ୧୫ ଜଣ, ନୟାଗଡ଼ରୁ ୧ ଜଣ, ପୁରୀରୁ ୨ ଜଣ, ରାୟଗଡ଼ାରୁ ୩ ଜଣ ଓ ସୁନ୍ଦରଗଡ଼ରୁ ୨ ଜଣଙ୍କର ମୃତ୍ୟୁ ହୋଇଛି ।


ରାଜ୍ୟରେ ମୋଟ ୪ ଲକ୍ଷ ୩୩ ହଜାର ୫୭୮ଟି ନମୂନା ପରୀକ୍ଷଣ କରାଯାଇଛି । ସେଥି ମଧ୍ୟରୁ ୨୨,୬୯୩ ଟି ନମୂଆ ପଜିଟିଭ ଥିବା ବେଳେ ଅନ୍ୟଗୁଡ଼ିକ ନେଗେଟିଭ ରହିଛି । ମୋଟ ପଜିଟିଭଙ୍କ ମଧ୍ୟରୁ ୧୪ ହଜାର ୩୯୨ ଜଣ ଆରୋଗ୍ୟ ହୋଇଛନ୍ତି । ଏବଂ ୮ ହଜାର ୧୪୮ ଜଣ ଚିକିତ୍ସାଧିନ ଅଛନ୍ତି ଓ ୧୨୦ ଜଣଙ୍କର ମୃତ୍ୟୁ ହୋଇଛି ।

LEAVE A REPLY

Please enter your comment!
Please enter your name here