କରୋନା ଅପଡ଼େଟ- ଆଜି ରାଜ୍ୟରେ ରେକର୍ଡ଼ ୧,୭୩୪ ପଜିଟିଭ ଓ ୧୩ ମୃତ । ୪୫ ହଜାର ଅତିକ୍ରମ କଲା ଆକ୍ରାନ୍ତଙ୍କ ସଂଖ୍ୟା ।

0
113

ଇଏନ୍‌ଏନ୍ ବ୍ୟୁରୋ, ୦୯/୦୮/୨୦- ଓଡ଼ିଶାରେ ଦୃତ ଗତିରେ ବଢ଼ିବାରେ ଲାଗିଛି କରୋନା ସଂକ୍ରମଣ । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ରେକର୍ଡ଼ ୧,୭୩୪ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୧୩ ଜଣଙ୍କର କରୋନା ସଂକ୍ରମିତ ମୃତ୍ୟୁ ହୋଇଛି । ଏଥି ସହ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୫ ଅତିକ୍ରମ କରି ୪୫ ହଜାର ୯୨୭ ରେ ପହଞ୍ଚିଛି । ଏବଂ ମୃତ୍ୟୁ ସଂଖ୍ୟା ୨୭୨ ହୋଇଛି ।
ରାଜ୍ୟରେ ଚିହ୍ନଟ ହୋଇଥିବା ୧,୭୩୪ ଜଣ ନୂଆ ଆକ୍ରାନ୍ତ ୨୯ ଟି ଜିଲ୍ଲାରୁ ରହିଛନ୍ତି । ସେଥିମଧ୍ୟରୁ ୧,୦୭୫ ଜଣ କ୍ୱାରେଣ୍ଟାଇନ ସେଣ୍ଟରୁ ରହିଥିବା ବେଳେ ୬୫୯ ଜଣ ସ୍ଥାନୀୟ ଅଞ୍ଚଳରୁ ରହିଛନ୍ତି । ଖୋର୍ଦ୍ଧା ଜିଲ୍ଳାରୁ ସର୍ବାଧିକ ୩୪୨ ଜଣ ଚିହ୍ନଟ ହୋଇଥିବା ବେଳେ ଗଞ୍ଜାମ ଜିଲ୍ଲାରୁ ୨୨୨ ଜଣ, କଟକ ଜିଲ୍ଳାରୁ ୧୭୭ ଜଣ, ସୁନ୍ଦରଗଡ଼ ଜିଲ୍ଳାରୁ ୧୨୬ ଜଣ, ନୟାଗଡ଼ ଜିଲ୍ଳାରୁ ୧୦୬ ଜଣ, ଗଜପତି ଜିଲ୍ଳାରୁ ୮୫ ଜଣ ଏବଂ ବାଲେଶ୍ୱର ଜିଲ୍ଲାରୁ ୭୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିଭଳି ଅନୁଗୁଳରୁ ୪, ବରଗଡ଼ରୁ ୫୧, ଭଦ୍ରକରୁ ୫୮ ଜଣ, ବଲାଙ୍ଗିରରୁ ୬ ଜଣ, ଦେବଗଡ଼ରୁ ୫ ଜଣ, ଢ଼େଙ୍କାନାଳରୁ ୨୯ ଜଣ, ଜଗତସିଂହପୁରରୁ ୧୨ ଜଣ, ଯାଜପୁରରୁ ୩୮ ଜଣ, ଝାରସୁଗୁଡ଼ାରୁ ୬ ଜଣ, କଳାହାଣ୍ଡିରୁ ୨୪ ଜଣ, କନ୍ଧମାଳରୁ ୫୯ ଜଣ, କେନ୍ଦ୍ରାପଡ଼ାରୁ ୨ ଜଣ, କେନ୍ଦୁଝରରୁ ୨୭ ଜଣ, କୋରାପୁଟରୁ ୬୦ ଜଣ, କାଲକାନାଗିରିରୁ ୫୨ ଜଣ, ମୟୁରଭଞ୍ଜରୁ ୩୫ ଜଣ, ନବରଙ୍ଗପୁରରୁ ୧୩ ଜଣ, ନୁଆପଡ଼ାରୁ ୨୨ ଜଣ, ପୁରୀରୁ ୫୫ ଜଣ, ରାୟଗଡ଼ାରୁ ୧୮ ଜଣ, ସମ୍ବଲପୁରରୁ ୧୪ ଜଣ ଓ ସୋନପୁର ଜିଲ୍ଲାରୁ ୧୩ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।


ରାଜ୍ୟରେ ଆଜି ମୃତ୍ୟୁ ହୋଇଥିବା ୧୩ ଜଣ ଆକ୍ରାନ୍ତ ୬ ଟି ଜିଲ୍ଲାରୁ ରହିଛନ୍ତି । ସେଥିମଧ୍ୟରୁ ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୬ ଜଣଙ୍କର ମୃତ୍ୟୁ ହୋଇଛି । ସେହିଭଳି ଖୋର୍ଦ୍ଧା ଓ କୋରାପୁଟ ଜିଲ୍ଲାରୁ ୨ ଦୁଇ ଜଣ, ବାଲେଶ୍ୱର, ବରଗଡ଼ ଓ ନୟାଗଡ଼ ଜିଲ୍ଲାରୁ ଜଣେ ଜଣେ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛନ୍ତି । କୋରାପୁଟ ଜିଲ୍ଳାରୁ ଏହା ପ୍ରଥମ କରୋନା ମୃତ୍ୟୁ । ଏଥି ସହ ମୋଟ ୨୭୨ ମୃତକଙ୍କ ମଧ୍ୟରୁ ଗଞ୍ଜାମ ଜିଲ୍ଲାରୁ ୧୩୧ ଜଣ, ଅନୁଗୁଳ ଜିଲ୍ଲାରୁ ୨, ବାଲେଶ୍ୱର ଜିଲ୍ଳାରୁ ୫, ବରଗଡ଼ ଜିଲ୍ଳାରୁ ୩, ଭଦ୍ରକ ଜିଲ୍ଲାରୁ ୪, କଟକ ଜିଲ୍ଳାରୁ ୧୧, ଢ଼େଙ୍କାନାଳ ଜିଲ୍ଲାରୁ ୧, ଗଜପତି ଜିଲ୍ଲାରୁ ୧୬, ଜଗତସିଂହପୁର ଜିଲ୍ଲାରୁ ୨, ଯାଜପୁର ଜିଲ୍ଳାରୁ ୩, ଝାରସୁଗୁଡ଼ା ଜିଲ୍ଲାରୁ ୧, କଳାହାଣ୍ଡି ଜିଲ୍ଳାରୁ ୨, କନ୍ଧମାଳ ଜିଲ୍ଲାରୁ ୫କେନ୍ଦ୍ରାପଡ଼ା ଜିଲ୍ଳାରୁ ୩, କେନ୍ଦୁଝର ଜିଲ୍ଲାରୁ ୪, ଖୋର୍ଦ୍ଧା ଜିଲ୍ଳାରୁ ୩୫, କୋରାପୁଟ ଜିଲ୍ଲାରୁ ୨, ମାଲକାନାଗିରି ଜିଲ୍ଲାରୁ ୨ ମୟରୁଭଞ୍ଜ ଜିଲ୍ଳାରୁ ୧, ନବରଙ୍ଗପୁର ଜିଲ୍ଳାରୁ ୧, ନୟାଗଡ଼ ଜିଲ୍ଲାରୁ ୫, ପୁରୀ ଜିଲ୍ଲାରୁ ୪, ରାୟଗଡ଼ା ଜିଲ୍ଳାରୁ ୧୦, ସମ୍ବଲପୁର ଜିଲ୍ଲାରୁ ୨ ଓ ସୁନ୍ଦରଗଡ଼ ଜିଲ୍ଲାରୁ ୧୭ ଜଣଙ୍କର କରୋନା ସଂକ୍ରମିତ ମୃତ୍ୟୁ ହୋଇଛି ।


ରାଜ୍ୟରେ ମୋଟ ୬ ଲକ୍ଷ ୫୦ ହଜାର ୧୮୩ ଟି ନମୂନା ପରୀକ୍ଷଣ ହୋଇଛି । ସେଥିମଧ୍ୟରୁ ୪୫,୯୨୭ ଟି ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଅନ୍ୟଗୁଡ଼ିକ ନେଗେଟିଭ ରହିଛି । ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ୩୦,୨୪୨ ଜଣ ଆରୋଗ୍ୟ ହୋଇଛନ୍ତି । ଏବଂ ୧୫,୩୬୪ ଜଣ ଚିକିତ୍ସାଧିନ ଥିବା ବେଳେ ୨୭୨ ଜଣଙ୍କର ମୃତ୍ୟୁ ହୋଇଛି ।

LEAVE A REPLY

Please enter your comment!
Please enter your name here