କରୋନା ଅପଡ଼େଟ-ଆଜି ୪୯୪ ପଜିଟିଭ, ୨ ମୃତ । ୧୫ ହଜାର ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା ।

0
432

ଇଏନ୍‌ଏନ୍ ବ୍ୟୁରୋ, ୧୬/୦୭/୨୦- ରାଜ୍ୟରେ ହୁ ହୁ ହୋଇ ବଢ଼ିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଆଜି ରାଜ୍ୟରେ ୪୯୪ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏବଂ ୨ ଜଣ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । ଏଥିସହ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୫ ହଜାର ଟପି ଏହି ସଂଖ୍ୟା ୧୦ ହଜାର ୩୯୨ ରେ ପହଞ୍ଚିଛି । ଏବଂ ଅଜିର ଦୁଇ ମୃତକଙ୍କୁ ମିଶାଇ ମୃତ୍ୟୁ ସଂଖ୍ୟା ୭୯ ହୋଇଛି ।

        ଆଜି ଚିହ୍ନଟ ହୋଇଥିବା ୪୯୪ ଜଣ ଆକ୍ରାନ୍ତ ୨୩ ଟି ଜିଲ୍ଲାରୁ ରହିଛନ୍ତି । ସେଥିମଧ୍ୟରୁୁ ୩୨୨ ଜଣ କ୍ୱାରେଣ୍ଟାଇନ ସେଣ୍ଟରୁ ଚିହ୍ନଟ ହୋଇଥିବା ବେଳେ ୧୭୨ ଜଣ ସ୍ଥାନୀୟ ଅଞ୍ଚଳର ରହିଛନ୍ତି । ଗଞ୍ଜାମ ଜିଲ୍ଲାର ସର୍ବାଧିକ ୨୪୬ ଜଣ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧା ଜିଲ୍ଳାରୁ ୬୪, କଟକରୁ ୩୮, ଅନୁଗୁଳରୁ ୧, ବାଲେଶ୍ୱରରୁ ୨୧, ଭଦ୍ରକରୁ ୭, ବଲାଙ୍ଗିରରୁ ୩, ବୌଦ୍ଧରୁ ୨, ଜଗତସିଂହପୁରରୁ ୧, ଯାଜପୁରରୁ ୧୫, କଳାହାଣ୍ଡି ୨, କେନ୍ଦ୍ରାପଡ଼ା ୧୧, କେନ୍ଦୁଝର ୧୦, କୋରାପୁଟ ୪, ମାଲକାନାଗିରି ୪, ମୟୁରଭଞ୍ଜ ୧୪, ନବରଙ୍ଗପୁର ୪, ନୟାଗଡ଼ ୧୬, ନୁଆପଡ଼ା ୯, ପୁରୀ ୭, ରାୟଗଡ଼ା ୧, ସମ୍ବଲପୁର ୪ ଓ ସୁନ୍ଦରଗଡ଼ରୁ ୧୦ ଜଣ ଆକ୍ରାନ୍ତ ରହିଛନ୍ତି ।

        ଆଜି ୨ ଜଣଙ୍କର ଜୀବନ ନେଇଛି କେରୋନା । ଏହି ଦୁଇ ଜଣ ଗଞ୍ଜାମ ଜିଲ୍ଳାର ବୋଲି ଜଣା ପଡ଼ିଛି । ଦୁଇ ଜଣ ପୁରୁଷ ହୋଇଥିବା ବେଳେ ଜଣଙ୍କୁ ୫୧ ବର୍ଷ ଏବଂ ଅନ୍ୟ ଜଣଙ୍କୁ ୩୧ ବର୍ଷ । ଏଥି ସହ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୭୯ ରେ ପହଞ୍ଚିଛି । ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ୪୮ ଜଣ ମୃତ୍ୟୁ ବରଣ କରିଛନ୍ତି । ଏବଂ ଖୋର୍ଦ୍ଧା ୧୩ ଜଣ, କଟକରୁ ୮ ଜଣ, ପୁରୀ ୨ ଜଣ, ଅନୁଗୁଳ, ବରଗଡ଼, ଭଦ୍ରକ, ଗଜପତି, ଯାଜପୁର, କେନ୍ଦ୍ରପଡ଼ା, ରାୟଗଡ଼ ଓ ସୁନ୍ଦରଗଡ଼ରୁ ଜଣେ ଜଣେ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି ।

        ରାଜ୍ୟରେ ମୋଟ ୩ ଲକ୍ଷ ୬୧ ହଜାର ୯୨୦ ଟି ନମୂନା ପରୀକ୍ଷଣ ହୋଇଛି । ଏଥି ମଧ୍ୟରୁ ୪.୨୫ % (୧୫,୩୯୨) ଟି ନମୂନା ପଜିଟିଭ ରହିଛି । ଏବଂ ୯୫.୭୫% ନମୂନା ନେଗେଟିଭ ରହିଛି । ସେଥିମଧ୍ୟରୁ ୧୦ ହଜାର ୪୭୬ ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ୪ ହଜାର ୮୧୩ ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି । ୭୯ ଜଣଙ୍କର ମୃତ୍ୟୁ ହୋଇଛି ।

LEAVE A REPLY

Please enter your comment!
Please enter your name here