୪ ଜଣ ଦୋଷୀକୁ ଜଣେ ଜାମିନଦାର ଓ ୧ଲକ୍ଷ ଟଙ୍କାର ବେଲ୍ ବଣ୍ଡରେ ଜାମିନ ପ୍ରଦାନ

ନୂଆଦିଲ୍ଲୀ,୨୬/୧୦/୨୦- ସୋମବାର କୋଲ ବ୍ଲକ ଆବଣ୍ଟନ ଦୁନ୍ନୀତି ମାମଲାରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲ୍ଲୀପ ରାୟକୁ ସ୍ୱତନ୍ତ୍ର ସିବିଆଇର କୋର୍ଟ ନିଜ ରାୟ ଶୁଣାଇଛନ୍ତି । ବିଚାରପତି ଭରତ ପରାସର ଦିଲ୍ଲୀପଙ୍କ ସମେତ ଦୁଇ ପୁର୍ବତନ ବରିଷ୍ଠ ଅଧିକାରୀ ପ୍ରଦୀପ କୁମାର ବାନାର୍ଜୀ ଓ ନିତ୍ୟାନନ୍ଦ ଗୌତମ ଏବଂ କାଷ୍ଟନ ଟେକ୍ନୋଲଜି ଲିମିଟେଡର ନିର୍ଦ୍ଧେଶକ ମହେନ୍ଦ କୁମାର ଅଗ୍ରୱାଲଙ୍କୁ ମଧ୍ୟ ତିନି ବର୍ଷର ଜେଲ ଦଣ୍ଡାଦେଶ ଶୁଣାଇଥିଲେ । ପ୍ରତ୍ୟେକ ଅଭିଯୁକ୍ତଙ୍କୁ ୧୦ଲକ୍ଷ ଟଙ୍କାର ଜୋରିମାନା କରାଯାଇଥିଲା । ମହେନ୍ଦ କୁମାର ଅଗ୍ରୱାଲଙ୍କ ମାଲିକାନାରେ ଥିବା ଦୁଇ କମ୍ପାନୀ ସିଟିଏଲ୍ ଓ ସିଏମଏଲକୁ ୬୦ଲକ୍ଷ ଓ ୧୦ଲକ୍ଷ ଟଙ୍କାର ଜୋରିମାନା କରିଥିଲେ ସ୍ୱତନ୍ତ୍ର କୋର୍ଟ । ଝାଡଖଣ୍ଡରେ କୋଲବ୍ଲକ ଆବଣ୍ଟନ ବେଳେ ଦୁର୍ନୀତି ହୋଇଥିବା ରାୟଙ୍କ ବିରୁଦ୍ଧରେ ଅଭିଯୋଗ ହୋଇଥିଲା । ଏହି ମାମଲାର ଶୁଣାଣି କରି ଦିଲ୍ଲୀପ ରାୟ ସମେତ ଅନ୍ୟ ୩ ସହୋଯୋଗୀକୁ ୩ ବର୍ଷ ଜେଲ ଦଣ୍ଡାଦେଶ ଣୁଣାଇଛନ୍ତି ସ୍ୱତନ୍ତ୍ର କୋର୍ଟ । ସିବିଆଇ କୋର୍ଟ ଶୁଣାଣି ବେଳେ ୩ ଜଣକୁ ଦୋଷୀ ସାବ୍ୟସ୍ତ କରିଥିଲେ । କେବଳ ରାୟଙ୍କ ଶୁଣାଣି ବାକି ରହିଥିଲା । ସୋମବାର ମାମଲାର ରାୟ ଶୁଣାଇଛନ୍ତି ସିବିଆଇ କୋର୍ଟ ।

ଖବର ମୁତାବକ ମନ୍ତ୍ରୀ ଦିଲ୍ଲୀପ ରାୟ ୧୯୯୯ ମସିହାରେ ଝାଡଖଣ୍ଡ ଗିରୀଡିହ ସ୍ଥିତ ବ୍ରହ୍ମାଡିହ କୋଇଲା ଖାଦନ ଆବଣ୍ଟନ ବେଳେ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଥିଲା । ଅଭିଯୋଗ ପରେ ଏହାର ତଦନ୍ତ ଭାର ସିବିଆଇକୁ ଦିଆଯାଇଥିଲା । ଏହି କୋଲବ୍ଲକ ଦୁର୍ନୀତି ଅଭିଯୋଗରେ ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ମଧୁ କୋଡା ପୂର୍ବରୁ ଦୋଷୀ ସାବ୍ୟସ୍ତ ହୋଇ ସାରିଛନ୍ତି ।

କୋଇଲା ଦୁର୍ନୀତି ମାମଲାରେ ଏନଡିଏ ସରକାରଙ୍କ ଜଣେ ପୂର୍ବତନ ମନ୍ତ୍ରୀ ରୂପେ ଦଣ୍ଡ ପାଇବାରେ ଦିଲ୍ଲୀପ ହେଉଛନ୍ତି ପ୍ରଥମ ବ୍ୟକ୍ତି । ତତ୍କାଳୀନ ଅଟଳବିହାରୀ ବାଜପେୟୀଙ୍କ ମନ୍ତ୍ରୀ ମଣ୍ଡଳରେ ଦିଲ୍ଲୀପ କୋଇଲା ରାଷ୍ଟମନ୍ତ୍ରୀ ରୂପେ କାର୍ଯ୍ୟ କରୁଥିଲେ । ସିବିଆଇ ଓକିଲ ଅଭିଯୁକ୍ତ ମାନଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିବା ପାଇଁ ଯୁକ୍ତି ବାଢିଥିଲେ ଏବଂ ପ୍ରତିପକ୍ଷଙ୍କ ଆଇନଜୀବୀ ମାନେ ଅଭିଯୁକ୍ତଙ୍କ ବୟସ ତଥା ପୂର୍ବରୁ କୌଣସି ଅପରାଧିକ ରେକର୍ଡ ନଥିବା କାରଣରୁ ସେମାନଙ୍କ ବିରୋଧରେ କୋହଳ ଦଣ୍ଡ ଘୋଷଣା କରିବାକୁ ନିବେଦନ କରିଥିଲେ ।

ଇଏନ୍‌ଏନ୍ ନ୍ୟୁଜ ପଢିବା ପାଇଁ ସବସ୍କ୍ରାଇବ କରିବା ସହ ଆମ ଫେସବୁକ, ଟ୍ୟୁଟର ପେଜକୁ ଭିଜିଟ କରନ୍ତୁ ଏବଂ ଆପଣଙ୍କ ମତାମତ ଦେବାକୁ ଜମାରୁ ଭୁଲିନ୍ତୁନୀ । ଆପଣଙ୍କ ମତାମତ ଆମକୁ ଆଗକୁ ଯିବାରେ ସାହାଯ୍ୟ କରିବ ।

LEAVE A REPLY

Please enter your comment!
Please enter your name here