ଆସନ୍ତା କାଲିଠାରୁ ପ୍ରବଳ ବର୍ଷା ସମ୍ଭାବନା । ବିଭିନ୍ନ ନଦୀରେ ବନ୍ୟା ଆଶଙ୍କା ।

0
346

ଇଏନ୍‌ଏନ୍ ବ୍ୟୁରୋ, ୨୩/୦୮/୨୦- ଘନିଭୁତ ହେଉଛି ଆଉ ଏକ ଲଘୁଚାପ । ଆସନ୍ତା କାଲି ଏହା ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ସୋମବାରଠାରୁ ରାଜ୍ୟର ବିଭିନ୍ନ ଅଞ୍ଚଳରେ ପ୍ରବଳ ବର୍ଷା ହେବାର ସମ୍ଭାବନା ସୃଷ୍ଟି ହୋଇଛି । ଉପକୂଳ ଓ ଉତ୍ତର ଓଡ଼ିଶାରେ ଅଧିକ ବର୍ଷାର ହୋଇପାରେ । ବୁଧବାର ପର୍ଯ୍ୟନ୍ତ ବର୍ଷା ଲାଗିରହିବ ବୋଲି ଆକଳନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ ।
ହେବାକୁଥିବା ଲଘୁଚାପ ଓଡ଼ିଶାରୁ ଦୂରାଇବା ପରେ ଏହା ଛତିଶଗଡ଼ ଏବଂ ଝାରଖଣ୍ଡ ଆଡ଼କୁ ମୁହାଁଇବା ସହ ସେଠାରେ ପ୍ରବଳ ବର୍ଷା ହୋଇପାରେ । ଲଗାତାର ବର୍ଷା ହେବା ଫଳରେ ଉତ୍ତର ଓଡ଼ିଶାରେ ପ୍ରବାହିତ ହେଉଥିବା ପ୍ରାୟ ସମସ୍ତ ନଦୀର ଜଳସ୍ତର ବଢ଼ିବା ସହ ବନ୍ୟାର ଆଶଙ୍କା ରହିଛି । ଉଭୟ ଉପର ମୁଣ୍ଡ ଓ ତଳ ମୁଣ୍ଡରେ ବର୍ଷା ହେବାର ଥିବାରୁ ମାହନଦୀରେ ମଧ୍ୟ ଜଳସ୍ତର ବଢ଼ିବା ସହ ବନ୍ୟା ଅଶଙ୍କା ରହିଛି ।
ଆଞ୍ଚଳିକ ପାଣିପାଗ ଆକଳନ ଅନୁଯାଇ ଆସନ୍ତା କାଲିଠାରୁ ଉତ୍ତର ଓଡ଼ିଶାର ପ୍ରାୟ ସବୁ ଜିଲ୍ଲାରେ ବର୍ଷା ହେବ । ଦକ୍ଷିଣ ଓଡ଼ିଶାରେ ମଧ୍ୟ ବର୍ଷା ସମ୍ଭାବାନା ରହିଛି । ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସଂହପୁର, ଢ଼େଙ୍କାନାଳ, କେନ୍ଦୁଝର, ଅନୁଗୁଳ ଓ ମୟୂରଭଞ୍ଜରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ । ଦେବଗଡ଼, ସୁନ୍ଦରଗଡ଼, କଳାହାଣ୍ଡି ଓ କନ୍ଧମାଳରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ମଙ୍ଗଳବାର ଠାରୁ ବର୍ଷା ବଢ଼ିବା ସହ ରାଜ୍ୟର ପ୍ରାୟ ସମସ୍ତ ଜିଲ୍ଳାରେ ବର୍ଷା ହେବାର ସମ୍ଭାବନା ରହିଛି । ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, କେନ୍ଦୁଝର, ମୟୂରଭଞ୍ଜ, ଢ଼େଙ୍କାନାଳ, ଦେବଗଡ଼, ଅନୁଗୁଳ, ସମ୍ବଲପୁର ଓ ସୁନ୍ଦରଗଡ଼ରେ ପ୍ରବଳରୁ ପ୍ରବଳତର ଓ ସ୍ଥାନେ ସ୍ଥାନେ ଅତି ପ୍ରବଳ ବର୍ଷା ଆଶଙ୍କା ରହିଛି । ପୁରୀ, ଖୋର୍ଦ୍ଧା, ସୋନପୁର, ବଲାଙ୍ଗିର, କଳାହାଣ୍ଡି, କନ୍ଧମାଳ, ବୌଦ୍ଧ, ନବରଙ୍ଗପୁର, ମାଲକାନାଗିରି, କେରାପୁଟ, ଝାରସୁଗୁଡ଼ା, ବରଗଡ଼ର କେତକ ସ୍ଥାନରେ ପ୍ରବଳ ବର୍ଷା ଆଶଙ୍କା ରହିଛି । ବୁଧବାର ଠାରୁ ରାଜ୍ୟରେ ବର୍ଷା ର ପ୍ରକୋପ କମି ସ୍ୱଳ୍ପ ରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନାର ରହିଥିବା, ଆଞ୍ଚଳିକ ପାଣିପାଗ ବିଭାଗ ଆକଳନ କରିଛି । ଏହି ସମୟରେ ସମୁଦ୍ର ଅଶାନ୍ତ ରହୁଥିବାରୁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ଭିତରକୁ ଯିବାକୁ ବାରଣ କରାଯାଇଛି ।

LEAVE A REPLY

Please enter your comment!
Please enter your name here