ଦୁଇଦିନ ଧରି ବର୍ଷା ଛେଚିବ । ୨୦ ଜିଲ୍ଲାକୁ ରେଡ୍ ୱାର୍ଣ୍ଣଂ ।

0
374

ଇଏନ୍‌ଏନ୍ ବ୍ୟୁରୋ, ୨୫/୦୮/୨୦- ଗତକାଲି ବଙ୍ଗୋପସାଗରେ ସୃଷ୍ଟ ଘୂର୍ଣ୍ଣିବଳୟ ଲଘୁଚାପରେ ପରିଣତ ହୋଇଛି । ୨୬ ତାରିଖ ଦିନ ଏହା ଝାଡ଼ଖଣ୍ଡ ଉପରେ ରହିବ । ଏହା ପରେ ଏହା ପଶ୍ଚିମକୁ ଗତି କରି ମଧ୍ୟପ୍ରଦେଶ, ବିହାର ଓ ପୂର୍ବ ଉତ୍ତର ପ୍ରଦେଶ ଉପରେ ରହିବ । ୨୮ ତାରିଖରେ ଏହା ଉତ୍ତର ପ୍ରଦେଶ ଉପରେ ରହିବାର ସମ୍ଭାବାନା ରହିଛି । ଏହାର ପ୍ରଭାବରେ ଆଜି ଠାରୁ ୧୧ ଟି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବାନା ରହିଛି । ଫଳରେ ପାହାଡ଼ିଆ ଅଞ୍ଚଳରେ ଭୂସ୍ଖଳନ ଆଶଙ୍କା ରହିଥିବା ବେଳେ ଖାଲୁଆ ଅଞ୍ଚଳରେ ପାଣି ଜମିବାର ସମ୍ଭାବାନା ରହିଛି । ଉପରମୁଣ୍ଡ ଓ ତଳମୁଣ୍ଡ ରେ ଲଗାଣ ବର୍ଷା ହେତୁ ରାଜ୍ୟର ବିଭିନ୍ନ ନଦୀର ଜଳ ପତନ ବଢ଼ିବା ସହ ବନ୍ୟା ଆଶଙ୍କା ଦେଖା ଦେଇଛି । କ୍ଷୟକ୍ଷତି କୁ ନେଇ ସତର୍କରହିବା ପାଇଁ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ରେଡ୍ ୱାର୍ଣ୍ଣଂ ଜାରି କରାଯାଇଛି । ଉପରମୁଣ୍ଡରେ ପ୍ରବଳ ବର୍ଷା ହେବାର ଥିବାରୁ ବନ୍ୟା ପରିସ୍ଥିିତି ଉପରେ ନଜର ରଖିବା ପାଇଁ ସ୍ୱତନ୍ତ୍ର ରିଲିଫ କମିସନର ପ୍ରଦୀପ କୁମାର ଜେନା ପାଣିପାଗ ବିଭାଗର ପୂର୍ବାନୁମାନ ସଂମ୍ପର୍କରେ ଜିଲ୍ଲାପାଳ ମାନଙ୍କୁ ସତର୍କ ସୂଚନା ଦେଇଛନ୍ତି ।
ପାଣିପାଗ କେନ୍ଦ୍ର ସୂଚନା ଅନୁଯାଇ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, କେନ୍ଦୁଝର, ମୟୂରଭଞ୍ଜ, ଢ଼େଙ୍କାନାଳ, ଅନୁଗୁଳ ଓ ଦେବଗଡ଼ ଜିଲ୍ଲା ପାଇଁ ୨୫ ତାରଖ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ର ସମ୍ଭାବନା ରହିଛି । ତେଣୁ ଏହି ଜିଲ୍ଲା ଗୁଡ଼ିକ ପାଇଁ ରେଡ୍ ୱାର୍ଣ୍ଣଂ ଜାରି କରାଯାଇଛି । ପୁରୀ, ଖୋର୍ଦ୍ଧା, ସୁନ୍ଦରଗଡ଼ ସମ୍ବଲପୁର, ସୋନପୁର, ବୌଦ୍ଧ, ବଲାଙ୍ଗିର ଓ କନ୍ଧମାଳ ଜିଲ୍ଳାରେ ଅତି ପ୍ରବଳ ବର୍ଷା ସମ୍ଭାବାନା ଥିବାରୁ ଏହି ଜିଲ୍ଲା ଗୁଡ଼ିକ ପାଇଁ ଅରେଞ୍ଜ ୱାର୍ଣ୍ଣଂ ଜାରି କରାଯାଇଛି । ଝାରସୁଗୁଡ଼ା, ବରଗଡ଼, କଳାହାଣ୍ଡି, ନୟାଗଡ଼, ଗଞ୍ଜାମ, ନୂଆପଡ଼ା, ନବରଙ୍ଗପୁର, ମାଲକାନାଗିରି ଓ କୋରାପୁଟ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ ଏହି ଜିଲ୍ଲା ଗୁଡ଼ିକରେ ୟେଲୋ ୱାର୍ଣ୍ଣଂ ଜାରି କରାଯାଇଛି ।
ସେହିପରି ଆସନ୍ତା କାଲି ପାଇଁ ୯ ଟି ଜିଲ୍ଲାକୁ ରେଡ୍ ୱାର୍ଣ୍ଣଂ ଜାରି କରାଯାଇଛି । ସମ୍ବଲପୁର, ସୋନପୁର, ବରଗଡ଼, ବୌଦ୍ଧ, ବଲାଙ୍ଗିର, କଳାହାଣ୍ଡି, କନ୍ଧମାଳ, ନୂଆପଡ଼ା ଓ ଦେବଗଡ଼ ଜିଲ୍ଲାକୁ ରେଡ୍ ୱାର୍ଣ୍ଣଂ ଜାରି କରାଯାଇଛି । ଝାରସୁଗୁଡ଼ା, ସୁନ୍ଦରଗଡ଼, ନବରଙ୍ଗପୁର, ଅନୁଗୁଳ ଓ କେନ୍ଦୁଝର ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣଂ ଜାରି କରାଯାଇଛି । ୨୭ ତରିଖରୁ ବର୍ଷା କମିବ ଓ ବରଗଡ଼, ନୂଆପଡ଼ା, ବଲାଙ୍ଗିର, ଝାରସୁଗୁଡ଼ା, ସମ୍ବଲପୁର, ସୁନ୍ଦରଗଡ଼ ଓ କେନ୍ଦୁଝର ଜିଲ୍ଲାର ସ୍ଥାନେ ସ୍ଥାନେ ପ୍ରବଳ ବର୍ଷା ସମ୍ଭାବାନ ରହିଥିବା ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି

LEAVE A REPLY

Please enter your comment!
Please enter your name here