୧୯ ରେ ଆଉ ଏକ ଲଘୁଚାପ । ଆସନ୍ତା କାଲି ଠାରୁ ପ୍ରବଳ ବର୍ଷା ସମ୍ଭାବନା ।

0
406

ଇଏନ୍‌ଏନ୍ ବ୍ୟୁରୋ, ୧୭/୦୮/୨୦- ଉତ୍ତର ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଆଉ ଏକ ଲଘୁଚାପ । ଏହାର ପ୍ରଭାବରେ ଆସନ୍ତା ୧୮ ଓ ୧୯ ତାରିଖ ଦୁଇ ଦିନ ଧରି ରାଜ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ୧୮ ତାରିଖ ଦିନ ଝାରସୁଗୁଡ଼ା, ବରଗଡ଼, କେନ୍ଦୁଝର, ମୟୂରଭଞ୍ଜ ଓ ସୁନ୍ଦରଗଡ଼ ଏବଂ ୧୯ ତାରିଖ ଦିନ ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ସମ୍ବଲପୁର, ଦେବଗଡ଼ ଓ ଅନୁଗୁୂଳ ଜିଲ୍ଳାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ତେଣୁ ଏହି ଜିଲ୍ଳା ଗୁଡ଼ିକ ପାଇଁ ୟେଲୋ ୱାର୍ଣ୍ଣଂ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର
ଗତ ୧୪ ତାରିଖରେ ସୃଷ୍ଟି ହୋଇଥିବା ଲଘୁଚାପର ପ୍ରଭାବ ୧୭ ତରିଖରୁ କିମିବ । ତେବେ ୧୯ ତାରିଖରେ ବଙ୍ଗୋପସାଗରେ ସୃଷ୍ଟି ହେବାକୁଥିବା ଆଉ ଏକ ଲଘୁଚାପ ପ୍ରଭାବରେ ଆସନ୍ତା କାଲି ଠାରୁ ବର୍ଷା ଆରମ୍ଭ ହୋଇଯିବ । ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକଙ୍କ ସୂଚନା ଅନୁଯାଇ, ଏକ ଲଘୁଚାପ ବଳୟ ଉତ୍ତର ଓଡ଼ିଶା ଓ ସଂଲଗ୍ନ ପଶ୍ଚିମବଙ୍ଗ ଉପରେ ରହିଥିଲା । ଆସନ୍ତାକାଲି ସାମାନ୍ୟ ପଶ୍ଚିମକୁ ଗତି କରି ପଶ୍ଚିମ ଓଡ଼ିଶା ଓ ସଂଲଗ୍ନ ଉତ୍ତର ଛତିଶଗଡ଼ ଉପରେ ରହିବ । ୧୯ ରେ ପୁଣି ଓଡ଼ିଶା, ପଶ୍ଚିମବଙ୍ଗ ଓ ସଂଲଗ୍ନ ବଙ୍ଗୋପସାଗରରେ ରହିବ । ୨୦ରେ ଉତ୍ତର ଓଡ଼ିଶା, ଝାରଖଣ୍ଡ ଓ ଉତ୍ତର ଛତିଶଗଡ଼ ଉପରେ ରହିବ । ୧୮ ତାରିଖ ସଂଧ୍ୟା ରୁ ୧୯ ତାରିଖ ସଂଧ୍ୟା ପର୍ଯ୍ୟନ୍ତ ୧୭ ଟି ଉପକୂଳ ଜିଲ୍ଲା ସହ କେନ୍ଦୁଝର ଓ ଢ଼େଙ୍କାନାଳରେ ପ୍ରବଳ ବର୍ଷା ହେବ । ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ବଲାଙ୍ଗୀରରେ ଉପକୂଳ ଅପେକ୍ଷା ଅଧିକ ବର୍ଷା ହେବାର ସମ୍ଭାବନା ରହିଛି । କେତକ ସ୍ଥାନରେ ୧୦୦ ମିମି ବର୍ଷା ହୋଇପାରେ । ବୌଦ୍ଦ, ଅନୁଗୁଳ, ଦେବଗଡ଼, ସମ୍ବଳପୁରରେ ସବୁଠାରୁ ଅଧିକ ବର୍ଷା ହୋଇପାରେ । ସ୍ଥାନେ ସ୍ଥାନେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଗଞ୍ଜାମ, ଉପକୂଳ ବାଲେଶ୍ୱର ଓ ମୟୂରଭଞ୍ଜରେ ମଧ୍ୟମ ଧରଣର ବର୍ଷା ହେବ । ୧୯ ତାରିଖ ସଂଧ୍ୟାରୁ ୨୦ ତାରିଖ ସଂଧ୍ୟା ପର୍ଯ୍ୟନ୍ତ ସମ୍ବଳପୁର, ବରଗଡ଼, ସେନପୁର, କାଳହାଣ୍ଡି, ନୂଆପଡ଼ା, ବଲାଙ୍ଗିର ଓ ସଂଲଗ୍ନ ବିସ୍ତୃତ ଅଞ୍ଚଳରେ ପ୍ରବଳ ବର୍ଷା ହେବ । ସ୍ଥାନେ ସ୍ଥାନେ ପ୍ରବଳ ବର୍ଷା ହେବ । ବାକି ଅଞ୍ଚଳରେ ସ୍ଥାନେ ସ୍ଥାନେ ସ୍ୱଳ୍ପ ରୁ ମଧ୍ୟମ ଧରଣର ବର୍ଷା ହେବ । ୨୧ ତାରିଖରୁ ବର୍ଷା କମିଯିବ ଓ ରାଜ୍ୟର କିଛି କିଛି ସ୍ଥାନରେ ସ୍ୱଳ୍ପ ରୁ ମଧ୍ୟମ ଧରଣର ବର୍ଷା ହେବ ।

LEAVE A REPLY

Please enter your comment!
Please enter your name here