ଲଘୁଚାପ ପ୍ରଭାବରେ ରାଜ୍ୟର ୧୮ ଟି ଜିଲ୍ଳାରେ ପ୍ରବଳ ବର୍ଷା ସଂଭାବନା । ସତର୍କ ସୂଚନା ଜାରି କଲା ଆଇଏମଡ଼ି ।

0
1387

ଇଏନ୍‌ଏନ୍ ବ୍ୟୁରେ, ୦୪/୦୮/୨୦- ବଙ୍ଗୋପସାଗରେ ସୃଷ୍ଟ ହୋଇଥିବା ଲଘୁଚାପ ପ୍ରଭାବରେ ରାଜ୍ୟର ୧୮ ଟି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସଂଭାବନା ସୃଷ୍ଟି ହୋଇଛି । ଗାଙ୍ଗେଟିକ୍ ପଶ୍ଚିମବଙ୍ଗ ଏବଂ ବାଂଲାଦେଶ ନିକଟରେ ସୃଷ୍ଟି ହୋଇଥିବା ସାଇକ୍ଲୋନିକ୍ ଟ୍ରାପ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଅଧିକ ଘନ୍ନିଭୁତ ହୋଇ ଡ଼ିପ୍ରେସନର ରୁପ ନେବାର ସଂଭାବନା ରହିଛି । ଏହାର ପ୍ରଭାବରେ, ଓଡିଶାର କେତେକ ସ୍ଥାନରେ ପ୍ରବଳରୁ ପ୍ରବଳ ବର୍ଷା ସହ ଆସନ୍ତା ୧୨ ଘଣ୍ଟା ମଧ୍ୟରେ ରାଜ୍ୟର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ର ଅକଳନ କରିଛି ପାଣିପାଗ ବିଭାଗ । ରାଜ୍ୟର ତଳିଆ ଅଞ୍ଚଳ ଜଳ ମଗ୍ନ ହେବାର ସଂଭାବନା ରହିଛି । ଏହାକୁ ଦୃଷ୍ଟରେ ରଖି ପାଣିପାଗ ବିଭାଗ, ମୟୁରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, ଢ଼େଙ୍କାନାଳ, କେନ୍ଦୁଝର, ସମ୍ବଲପୁର ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣଂ ଜାରି କରିଛି । ଏବଂ କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଅନୁଗୁଳ, ଦେବଗଡ଼, କୋରାପୁଟ, ନବରଙ୍ଗପୁର ଓ କଳାହାଣ୍ଡି ଜିଲ୍ଲା ପାଇଁ ଏଲେ ୱାର୍ଣ୍ଣିଙ୍ଗ ଜାରି କରିଛି । ଏହି ସମୟରେ ପବନର ବେଗ ୪୦ ରୁ ୫୦ କି.ମି ବେଗରେ ରହିବାର ସଂଭାବନା ରହିଛି । ସମୁଦ୍ର ଅସାନ୍ତ ରହୁଥିବାରୁ ମତ୍ସ୍ୟଜୀବୀ ମାନଙ୍କୁ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରାଯାଇଛି ।

LEAVE A REPLY

Please enter your comment!
Please enter your name here