୨୦୧୫ ଓ ୨୦୧୬ ମସିହା ପାଇଁ ଓଡ଼ିଶା ସାହିତ୍ୟ ଏକାଡ଼େମୀ ପୁରସ୍କାର ଘୋଷଣା ।

0
410

ଇଏନ୍‌ଏନ୍ ବ୍ୟୁରୋ, ୧୦/୦୭/୨୦-ସଂସ୍କୃତି ବିଭାଗ ପକ୍ଷରୁ ୨୦୧୫ ଓ ୨୦୧୬ ମସିହା ପାଇଁ ଓଡ଼ିଶା ସାହିତ୍ୟ ଏକାଡ଼େମୀ ପୁରସ୍କାର ଘୋଷଣା କରାଯାଇଛି । କାର୍ଯ୍ୟକାରୀ ପରିଷଦ, ଓଡ଼ିଶା ସାହିତ୍ୟର ୯ଟି ବିଭାଗ ପାଇଁ ଲେଖକ ଏବଂ ସେମାନଙ୍କ ସହିତ୍ୟ ସଂକଳନ ଘୋଷଣା କରାଯାଇଛି । ଏକ ସ୍ୱତନ୍ତ୍ର ଉତ୍ସବରେ ପୁରସ୍କୃତ ଲେଖକଙ୍କୁ ସମ୍ମାନୀତ କରାଯିବ । ଘୋଷଣା ଅନୁଯାଇ ଉପନ୍ୟାସ ପାଇଁ ନିତ୍ୟାନ୍ଦ ପଣ୍ଡା (୨୦୧୫) ଓ ଲକ୍ଷ୍ମୀପ୍ରିୟା ଆଚାର୍ଯ୍ୟ (୨୦୧୬), କ୍ଷୁଦ୍ରଗଳ୍ପ ପାଇଁ ପବିତ୍ର ପାଣିଗ୍ରାହୀ (୨୦୧୫) ଓ ଦେବଦାସ ଛୋଟରାୟ (୨୦୧୬), କାବ୍ୟ କବିତା ପାଇଁ ବୀଣାପାଣୀ ପଣ୍ଡା (୨୦୧୫) ଓ ଭଗବାନ ଜୟସିଂହ (୨୦୧୬), ନାଟକ ଓ ଏକାଙ୍କିକା ପାଇଁ ଯୁଗ୍ମ ଭାବେ ସଂଜୟ ହାତୀ ଓ ନବୀନ କୁମାର ପରିଡ଼ା (୨୦୧୫) ଏବଂ ଫକୀର ସଂହ (୨୦୧୬) ପାଇଁ ପୁରସ୍କାର ପ୍ରଦାନ କରାଯିବ । ସେହିଭଳି ପ୍ରବନ୍ଧ ଓ ସମାଲୋଚନା ପାଇଁ ପଞ୍ଚାନନ ମିଶ୍ର (୨୦୧୫) ଓ ପ୍ରସନ୍ନ କୁମାର ସ୍ୱାଇଁ (୨୦୧୬), ଜୀବନୀ ଓ ଭ୍ରମଣ ସାହିତ୍ୟ ପାଇଁ ଧରଣୀଧର ପାଣିଗ୍ରାହୀ (୨୦୧୫) ଏବଂ ୨୦୧୬ ମସିହା ପାଇଁ ଯୁଗ୍ମଭାବେ ସୁରେନ୍ଦ୍ର କୁମାର ମହାରଣା ଓ ପ୍ରଦୋଷ ପଟ୍ଟନାୟକ ଏହି ପୁରଷ୍କାର ପାଇଛନ୍ତି । ଅନୁବାଦ ସାହିତ୍ୟ ପାଇଁ ବିଜୟ କୁମାର ମହାନ୍ତି (୨୦୧୫) ଓ ଶାରଦା ରଥ (୨୦୧୬) ମନୋନୀତ ହୋଇଥିବା ବେଳେ ଶିଶୁ ସାହିତ୍ୟ ପାଇଁ ରବିନ୍ଦ୍ର ବିଶ୍ୱାଳ (୨୦୧୫) ଓ ଦେବେନ୍ଦ୍ର ଚୌଧୁରୀ (୨୦୧୬) ଏବଂ ଗୀତି କବିତା ନିମନ୍ତେ ମନୋଜ ମହାନ୍ତି (୨୦୧୫) ଓ ମିଶ୍ର ସତ୍ୟନାରାୟଣ ମନୋନୀତ ହୋଇଛନ୍ତି । ନିମ୍ନରେ ସେମାନଙ୍କ ଦ୍ୱାରା ରଚିତ ପୁସ୍ତକ ର ନାମ ପ୍ରକାଶ କରାଯାଇଛି ।

LEAVE A REPLY

Please enter your comment!
Please enter your name here