ଶ୍ରୀ ମନ୍ଦିରରେ ବନ୍ଦ ଦେବ ବରାଦି ଅବଢ଼ା

0
438

ଇଏନ୍‌ଏନ୍ ବ୍ୟୁରୋ, ୦୬/୦୮/୨୦- ପୁରୀ ଜିଲ୍ଲାରେ କରୋନା ଭୟଙ୍କର ରୂପ ନେଲାଣି । ଦିନକୁ ଦିନ ଯେଉଁଭଳି ସଂକ୍ରମଣ ବଢ଼ିଚାଲିଛି, ତାହା ପ୍ରଶାସନ ପାଇଁ ସମସ୍ୟା ସୃଷ୍ଟି କରି ଚାଲିଛି । ଇତି ମଧ୍ୟରେ ପୁରୀ ସହରରେ ଭୟଙ୍କର ସ୍ଥିତି ଦେଖା ଗଲାଣି । ପୁରୀ ସହରରେ ଅକ୍ରାନ୍ତଙ୍କ ୧,୫୨୮ ରେ ପହଞ୍ଚିଥିବା ବେଳେ ସେଥିମଧ୍ୟରୁ ସର୍ବାଧିକ ସ୍ଥାନୀୟ ସଂକ୍ରମିତ । ଏହି ବିପଦ ଏବେ ଶ୍ରୀମନ୍ଦିର ସେବାୟତଙ୍କୁ ବି ମାଡ଼ି ଆସିଲାଣି । ପରିସ୍ଥିତି ନିୟନ୍ତ୍ରଣ କୁ ନଆସିଲେ ଏହା ଆଗକୁ ବହୁ ସମସ୍ୟା ସୃଷ୍ଟି କରିବ ।
ଏହାକୁ ଆଖି ଆଗରେ ରଖି ଶ୍ରୀମନ୍ଦିର ପ୍ରଶାସନ ଶ୍ରୀମନ୍ଦିର ରୋଷଶାଳାରେ ମହାପ୍ରସାଦ ରୋଷେଇ ବନ୍ଦ କରିବାକୁ ଯୋଜନା କରିଛି । ଜିଲ୍ଲାପାଳ ଆଜି ବୈଠକ ଡ଼ାକି ଏ ସଂପର୍କିତ ପ୍ରସ୍ଥାବ ବି ସୁଆର ମହାସୁଆର ନିଯୋଗକୁ ଦେଇ ସାରିଥିବା ଜଣାପଢ଼ିଛି । ଜିଲ୍ଲାପାଳଙ୍କ ଏହି ପ୍ରସ୍ଥାବ ପରେ ସୁଆର ମହାସୁଆର ନିଯୋଗ ଶ୍ରୀମନ୍ଦିର ଭିତରେ ରହିଥିବା କାର୍ଯ୍ୟାଳୟରେ ବୈଠକ ଡ଼ାକିଛି । ଶ୍ରୀମନ୍ଦିର ପ୍ରାଶସନର ତାଗିଦ ସତ୍ତ୍ୱେ ନିଯୋଗ ଏହି ବୈଠକ ସେବାୟତଙ୍କୁ ବିପଦ ମଧ୍ୟକୁ ଠେଲି ଦେଇଛି ।
ଅବଢ଼ା ପାଇଁ ଶ୍ରୀମନ୍ଦିର ଚତୁଃପାଶ୍ୱରେ ଦୈନିକ ଭକ୍ତଙ୍କ ଭିଡ଼ ରହୁଛି । ବିଭିନ୍ନ ପର୍ବପର୍ବାଣୀରେ ଏହା ନିୟନ୍ତ୍ରଣ ବାହାରକୁ ଚାଲି ଯାଉଛି । ଯାହା ସଂକ୍ରମଣକୁ ବ୍ୟାପକ କରିବାରେ ଆଶଙ୍କା ରହିଛି । ସେବାୟତମାନଙ୍କୁ ସୁରକ୍ଷିତ ରଖିବା ପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ବିଭିନ୍ନ କଟକଣା ଜାରି କରାଯାଇଥିଲେ ମଧ୍ୟ ଶ୍ରୀମନ୍ଦିର ଭିତରେ କେତେକ ସ୍ଥାନରେ ସାମଜିକ ଦୂରତ୍ୱ ରକ୍ଷା କରାଯାଉଥିବା ପରିଲକ୍ଷିତ ହେଉଛି ।
ପୂର୍ବରୁ ବି ଶ୍ରୀମନ୍ଦିର ପ୍ରଶାସନ ଏ ସଂପର୍କରେ ଆଲୋଚନା କରିଥିଲା । ମହାପ୍ରସାଦ ରୋଷେଇ କିଛିଦିନ ବନ୍ଦ ରଖିବାକୁ କୁହାଯାଇଥିଲା । କିନ୍ତୁ ସୁଆର ମହାସୁଆର ନିଯୋଗ ଏଥିରେ ରାଜି ହୋଇନଥିଲା । ଜିଲ୍ଳାପାଳ ମହାପ୍ରସାଦ ରୋଷେଇ ବନ୍ଦକରିବାକୁ ପୁଣି ପ୍ରସ୍ତାବ ଦେବା ପରେ ଆଜି ସୁଆର ମହାସୁଆର ନିଯୋଗ, ମହାପ୍ରସାଦ ଦୋକାନୀ ଓ ଖନ୍ଦାର ମୁନିବମାନଙ୍କୁ ନେଇ ବୈଠକ କରୁଛି । ବୈଠକରେ ଏସଂକ୍ରାନ୍ତରେ ନିଷ୍ପତ୍ତି ନିଆଯିବ । କଟକଣା ଭିତରେ ଏଭଳି ବୈଠକକୁ ନେଇ ଅନ୍ୟ ସେବାୟତମାନେ ବି ଅସନ୍ତୋଷ ପ୍ରକାଶ କଲେଣି ।

LEAVE A REPLY

Please enter your comment!
Please enter your name here