ଆଜିଠାରୁ ଆରମ୍ଭ ଏକକ ପିଜି ପ୍ରବେଶିକା ଆବେଦନ ।

0
142

ଇଏନ୍‌ଏନ୍ ବ୍ୟୁରୋ, ୧୨/୦୮/୨୦- ଆଜି ଅପରାହ୍ନ ୨ ଟାରୁ ଛାତ୍ରଛାତ୍ରୀମାନେ ଏକକ ପିଜି ପ୍ରବେଶିକା ପରୀକ୍ଷା ପାଇଁ ଆବେଦନ କରିପାରିବେ । www.samsodisha.gov.in ରେ ଅନଲାଇନ୍ ଆବେଦନ କରିହେବ । ଚଳିତ ମାସ ୩୧ ତାରିଖ ରାତି ୧୧ ଟା ୪୫ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନେ ଆବେଦନ କରିପାରିବେ । ଏକକ ପିଜି ପରୀକ୍ଷା ସେପ୍ଟେମ୍ବର ୩୦ ରୁ ଆରମ୍ଭ ହୋଇ ଅକ୍ଟୋବର ୭ ତାରିଖରେ ସରିବ । ଅକ୍ଟୋବର ୧୦ ତାରିଖ ରାତି ୧୧ ଟା ୪୫ ସୁଦ୍ଧା ସ୍ୱାତକ ବା ଯୁକ୍ତ ତିନି ମାର୍କ ଅପଡ଼େଟ୍ କରିହେବ । ଅକ୍ଟୋବର ୨୫ରେ ରାଜ୍ୟସ୍ତରୀୟ ମେରିଟ୍ ଲିଷ୍ଟ ପ୍ରକାଶ ପାଇବ ଯୁକ୍ତ ତିନି ଶେଷ ବର୍ଷ ପରୀକ୍ଷା ଫଳ ନଥିଲେ ମଧ୍ୟ ଆବେଦନ କରାଯାଇ ପାରିବ ବୋଲି ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here