ପୁଲିସ ଓ ମାଓବାଦୀ ମୁହାଁମୁହିଁ । ଜଣେ ମାଓବାଦୀ ମୃତ ।

0
177

ଇଏନ୍‌ଏନ୍ ବ୍ୟୁରୋ, ଘୁ.ଉଦୟଗିରି- ୦୭/୦୭/୨୦-ପୁଣି କନ୍ଧମାଳ ଜିଲ୍ଲାରେ ପୁଲିସ ଏବଂ ମାଓବାଦୀ ମୁହାଁମୁହିଁ । ଏହି ଏନକାଉଣ୍ଟରେ ଜଣେ ମାଓବାଦୀଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ଜିଲ୍ଲାରେ ଗତ ୫ ତାରିଖ ଦିନ ସିର୍ଲା ପଞ୍ଚାୟତର କେହାଲିଗୁଡ଼ା ଜଙ୍ଗଲରେ ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ପୁଲିସ ଗୁଳିରେ ପ୍ରାଣ ହରାଇଥିଲେ ୪ ମାଓବାଦୀ । ଘଟଣାସ୍ଥଳରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ସହ ବହୁପରିମାଣର ମାଓ ସାମଗ୍ରୀ ଜବତ କରିଥିଲା ପୁଲିସ । ଏନକାଉଁଟର ପରେ ପୁଲିସ ପକ୍ଷରୁ ସର୍ଚ୍ଚ ଅପରେସନକୁ କଡାକଡି କରାଯାଇଥିଲା । ପୁଣି ସେହି ନିକଟ ଜଙ୍ଗଲରେ ତିନି ଜଣ ମାଓବାଦୀଙ୍କ ସହ ସୁରକ୍ଷାକର୍ମୀ ମୁହାଁମୁହିଁ ହୋଇ ଉଭୟଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା । ସୁରକ୍ଷାକର୍ମୀଙ୍କ ଗୁଳିରେ ଜଣେ ମାଓବାଦୀ ମୃତ୍ୟୁବରଣ କରିଥିବା ବେଳେ ଅନ୍ୟ ଦୁଇଜଣ ଘଟଣାସ୍ଥଳରୁ ପଳେଇଯାଇଥିବା ଜଣାପଡ଼ିଛି । ମୃତ ମାଓବାଦୀ ଜଣଙ୍କ ବଂଶଧାରା-ଘୁମୁସର-ନାଗାବଳୀ ଡିଭିଜନର ବୋଲି ସୂଚନା ମିଳିଛି। ଘଟଣାସ୍ଥଳରୁ ବନ୍ଧୁକ ସହ ମାଓ ସାମଗ୍ରୀ ଜବତ କରାଯଇଛି । କନ୍ଧମାଳ ଏସପିଙ୍କ ନେତୃତ୍ବରେ ଜୋରଦାର ସର୍ଚ୍ଚ ଅପରେସନ ଜାରି ରହିଛି ।

LEAVE A REPLY

Please enter your comment!
Please enter your name here