ରାଜ୍ୟରେ ରେକର୍ଡ଼ ୧,୮୭୬ ନୂଆ ଆକ୍ରାନ୍ତ ଚିହ୍ନଟ । ଆକ୍ରାନ୍ତଙ୍କ ସଂଖ୍ୟା ୫୦ ହଜାର ପାର । ୯ ମୃତ୍ୟୁ ସହ ମୃତ୍ୟୁ ସଂଖ୍ୟା ୩୦୫ ଛୁଇଁଲା ।

0
137

ଇଏନ୍‌ଏନ୍ ବ୍ୟୁରେ, ୧୨/୦୮/୨୦- ରାଜ୍ୟରେ ଥମିବାର ନାଁ ଧରୁ ନାହିଁ କରୋନା ସଂକ୍ରମଣ । ଦିନକୁ ନିନ ରେକର୍ଡ଼ ପରିମାଣର ପଜିଟିଭ ଚିହ୍ନଟ ହେବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ସମସ୍ତ ଜିଲ୍ଲାରୁ ୧,୮୭୬ ଟି ନମୂନା ପଜିଟିଭ ଚିହ୍ନଟ ହୋଇଛି । ଏବଂ ୯ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୦ ହାଜର ପାର କରି ୫୦ ହଜାର ୬୭୨ ରେ ପହଞ୍ଚିଛି ଓ ମୃତ୍ୟୁ ସଂଖ୍ୟା ୩୦୦ ଅତିକ୍ରମ କରି ୩୦୫ ହୋଇଛି ।
ଆଜି ରାଜ୍ୟର ସମସ୍ତ ୩୦ ଟି ଜିଲ୍ଲାରୁ ୧,୮୭୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ୧,୧୮୨ ଜଣ କ୍ୱାରେଣ୍ଟାଇନ ସେଣ୍ଟରୁ ଥିବା ବେଳେ ୬୯୪ ଜଣ ସ୍ଥାନୀୟ ଅଞ୍ଚଳରୁ ରହିଛନ୍ତି । ଆଜି ସଂକ୍ରମଣ ସଂଖ୍ୟାରେ ଗଞ୍ଜାମ ଜିଲ୍ଲାକୁ ଟପିଛି ଖୋର୍ଦ୍ଧା ଜିଲ୍ଲା । ଆଜି ଖୋର୍ଦ୍ଧା ଜିଲ୍ଲାରୁ ୨୯୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଗଞ୍ଜାମ ଜିଲ୍ଲାରୁ ୨୬୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କଟକ ଜିଲ୍ଲାରୁ ୧୦୯ ଜଣ, ନୟାଗଡ଼ ଜିଲ୍ଲାରୁ ୧୦୫ ଜଣ, ରାୟଗଡ଼ା ଜିଲ୍ଲାରୁ ୯୮ ଜଣ, ବାଲେଶ୍ୱର ଜିଲ୍ଲାରୁ ୮୧ ଜଣ, ପୁରୀ ଜିଲ୍ଳାରୁ ୮୦ ଜଣ, କୋରାପୁଟ ଜିଲ୍ଲାରୁ ୭୭ ଜଣ, ଗଜପତି ଜିଲ୍ଲାରୁ ୭୧ ଜଣ ଓ ମୟରୁଭଞ୍ଜ ଜିଲ୍ଲାରୁ ୭୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିଭଳି ଅନୁଗୁଳରୁ ୧୫, ବରଗଡ଼ରୁ ୧୫, ଭଦ୍ରକରୁ ୫୦, ବଲାଙ୍ଗିରରୁ ୩୧, ବୌଦ୍ଧରୁ ୧୦, ଦେବଗଡ଼ରୁ ୨, ଢ଼େଙ୍କାନାଳରୁ ୩୬, ଜଗତସିଂହପୁରରୁ ୨୬, ଯାଜପୁରରୁ ୫୩, ଝାରସୁଗୁଡ଼ାରୁ ୬, କଳାହାଣ୍ଡିରୁ ୪୧, କନ୍ଧମାଳରୁ ୩୦, କେନ୍ଦ୍ରାପଡ଼ାରୁ ୫୮, କେନ୍ଦୁଝରରୁ ୨୧, ମାଲକାନାଗିରିରୁ ୨୪, ନବରଙ୍ଗପୁରରୁ ୩୦, ନୁଆପଡ଼ାରୁ ୩, ସମ୍ବଲପୁରରୁ ୩୬, ଓ ସୋନପୁର ଜିଲ୍ଳାରୁ ୨୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।


ଆଜି ମୃତ୍ୟୁ ହୋଇଥିବା ୯ ଜଣ ଆକ୍ରାନ୍ତ ୫ ଟି ଜିଲ୍ଲାରୁ ରହିଛନ୍ତି । ସେଥିମଧ୍ୟରୁ ଗଞ୍ଜାମ ଜିଲ୍ଲାରୁ ୪ ଜଣ ଓ ରାୟଗଡ଼ା ଜିଲ୍ଳାରୁ ୨ ଜଣ ରହିଛନ୍ତି । ଏବଂ ଅନୁଗୂଳ, ବାଲେଶ୍ୱର ଓ ଖୋର୍ଦ୍ଧା ଜିଲ୍ଳାରୁ ଜଣେ ଜଣେ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । ମୋଟ ମୃତକଙ୍କ ମଧ୍ୟରୁ ଗଞ୍ଜାଭ ଜିଲ୍ଳାରୁ ୧୪୪ ଜଣ, ଖୋର୍ଦ୍ଧା ଜିଲ୍ଳାରୁ ୪୨ ଜଣ, ସୁନ୍ଦରଗଡ଼ ଜିଲ୍ଳାରୁ ୧୯ ଜଣ, ଗଜପତି ଜିଲ୍ଳାରୁ ୧୧ ଜଣ, ରାୟଗଡ଼ା ଜିଲ୍ଲାରୁ ୧୪ ଜଣ ଓ କଟକ ଜିଲ୍ଳାରୁ ୧୧ ଜଣଙ୍କର ମୃତ୍ୟୁ ହୋଇଛି । ସେହିଭଳି ଅନୁଗୁଳରୁ ୩, ବାଲେଶ୍ୱରରୁ ୭, ବରଗଡ଼ରୁ ୩, ଭଦ୍ରକରୁ ୪, ଢ଼େଙ୍କାନାଳରୁ ୧, ଜଗତସିଂହପୁରରୁ ୨, ଯାଜପୁରରୁ ୩, ଝାରସୁଗୁଡ଼ାରୁ ୧, କଳାହାଣ୍ଡିରୁ ୨, କନ୍ଧମାଳରୁ ୫, କେନ୍ଦ୍ରାପଡ଼ାରୁ ୩, କେନ୍ଦୁଝରରୁ ୪, କୋରାପୁଟରୁ ୨, ମାଲକାନାଗିରିରୁ ୨, ମୟୁରଭଞ୍ଜରୁ ୧, ନବରଙ୍ଗପୁରରୁ ୧, ନୟାଗଡ଼ରୁ ୮, ପୁରୀରୁ ୫ ଓ ସମ୍ବଲପୁର ଜିଲ୍ଲାରୁ ୨ ଜଣ କରୋନା ସଂକ୍ରମିତଙ୍କର ମୃତ୍ୟୁ ହୋଇଛି ।


ରାଜ୍ୟରେ ମୋଟ ୭ ଲକ୍ଷ୨୪ ହଜାର ୩୫୪ ଟି ନମୂନା ପରୀକ୍ଷଣ ହୋଇଥିବା ବେଳେ ୫୦,୬୭୨ ଟି ପଜିଟିଭ ଚିହ୍ନଟ ହୋଇଛି । ମୋଟ ପଜିଟିଭ ମଧ୍ୟରୁ ୩୪,୮୦୬ ଜଣ ଆକ୍ରାନ୍ତ ଚିକିତ୍ସାପରେ ଆରୋଗ୍ୟ ହୋଇଛନ୍ତି । ଏବଂ ୧୫,୫୦୮ ଜଣ ଚିକିତ୍ସାଧିନ ଅଛନ୍ତି ଓ ୩୦୫ ଜଣଙ୍କର ମୃତ୍ୟୁ ହୋଇଛି ।

LEAVE A REPLY

Please enter your comment!
Please enter your name here