ରାଜ୍ୟରୁ ୨୪ ଘଣ୍ଟା ମଧ୍ୟରେ ସର୍ବାଧିକ ୧,୯୮୧ ଜଣ ପଜିଟିଭ ଚିହ୍ନଟ । ଏବଂ ୯ ମୃତ । ଗୋଟିଏ ଦିନରେ ୪୦,୭୧୧ ଟି ନମୂନା ପରୀକ୍ଷଣ ।

0
311

ଇଏନ୍‌ଏନ୍ ବ୍ୟୁରୋ, ୧୩/୦୮/୨୦- ରାଜ୍ୟର ସମସ୍ତ ଜିଲ୍ଲାରେ କାୟାବିସ୍ଥାର କରିବାରେ ଲାଗିଛି କରୋନା ମହାମାରୀ । ବଢ଼ି ବଢ଼ି ଚାଲିଛି କରୋନା ସଂକ୍ରମଣ । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ରେକର୍ଡ଼ ପରିମାଣର କରୋନା ନମୂନା ପରୀକ୍ଷଣ ହେବା ସହ ରେକର୍ଡ଼ ପରିମାଣର ପଜିଟିଭ ଚିହ୍ନଟ ହୋଇଛି । ରାଜ୍ୟରେ ୧,୯୮୧ ଜଣ ନୂଆ ପଜିଟିଭ ଚିହ୍ନଟ ହୋଇଛି ଏବଂ ୯ ଜଣଙ୍କର ମୃତ୍ୟୁ ହୋଇଛି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫୨ ହଜାର ୬୫୩ ରେ ପହଞ୍ଚିଛି ଓ ମୃତ୍ୟୁ ସଂଖ୍ୟା ୩୧୪ ହୋଇଛି ।
ରାଜ୍ୟର ୩୦ ଟି ଜିଲ୍ଳାରୁ ରେକର୍ଡ଼ ୧,୯୮୧ ଟି ନମୂନା ପଜିଟିଭ ଚିହ୍ନଟ ହୋଇଛି । ଏଥି ମଧ୍ୟରୁ ୧,୨୨୫ ଟି ନମୂନା କ୍ୱାରେଣ୍ଟାଇନ ସେଣ୍ଟରରୁ ରହିଥିବା ବେଳେ ୭୫୬ ଟି ନମୂନା ସ୍ଥାନୀୟ ଅଞ୍ଚଳରୁ ରହିଛି । ଗଞ୍ଜାମ ଜିଲ୍ଳାକୁ ପଛରେ ପକାଇ ଖୋର୍ଦ୍ଧା ଜିଲ୍ଲାରେ ୨୭୪ ଟି ପଜିଟିଭ ଚିହ୍ନଟ ହୋଇଛି । ଏବଂ ଗଞ୍ଜାମ ଜିଲ୍ଳାରେ ୨୬୭ ଟି ପଜିଟିଭ ଚିହ୍ନଟ ହୋଇଛି । କନ୍ଧମାଳ ଜିଲ୍ଲାରୁ ୧୭୯ ଟି, ସୁନ୍ଦରଗଡ଼ ଜିଲ୍ଳାରୁ ୧୪୫ ଟି, କଟକ ଜିଲ୍ଳାରୁ ୧୩୧ ଟି, କୋରାପୁଟ ଜିଲ୍ଲାରୁ ୯୭ ଟି, ପୁରୀ ଜିଲ୍ଳାରୁ ୭୭ ଟି, ଭଦ୍ରକ ଜିଲ୍ଳାରୁ ୬୫ ଟି, ମାଲକାନାଗିରି ଜିଲ୍ଲାରୁ ୬୪ ଟି, ଯାଜପୁର ଜିଲ୍ଳାରୁ ୬୦ ଟି ନମୂନା ପଜିଟିଭ ଚିହ୍ନଟ ହୋଇଛି । ସେହିଭଳି ଅନୁଗୁଳରୁ ୬, ବାଲେଶ୍ୱରରୁ ୫୯, ବରଗଡ଼ରୁ ୨୭, ବଲାଙ୍ଗିରରୁ ୨୭, ବୌଦ୍ଧରୁ ୨୨, ଦେବଗଡ଼ରୁ ୧୬, ଢ଼େଙ୍କାନାଳରୁ ୩୯, ଗଜପତିରୁ ୮, ଜଗତସିଂହପୁରରୁ ୪୨, ଝାରସୁଗୁଡ଼ାରୁ ୮, କଳାହାଣ୍ଡିରୁ ୩୯, କେନ୍ଦ୍ରାପଡ଼ାରୁ ୨୯, କେନ୍ଦୁଝରରୁ ୨୩, ମୟୁରଭଞ୍ଜରୁ ୩୭ ନବରଙ୍ଗପୁରରୁ ୧୮, ନୟାଗଡ଼ରୁ ୫୬, ନୁଆପଡ଼ାରୁ ୧୬, ରାୟଗଡ଼ାରୁ ୫୫, ସମ୍ବଲପୁରରୁ ୩୮ ଓ ସୋନପୁରରୁ ୫୭ ଜଣ ଆକ୍ରାନ୍ତଙ୍କ ଚିହ୍ନଟ ହୋଇଛି । ଗଞ୍ଜାମ ଜିଲ୍ଳାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୩,୮୪୨ ରେ ପହଞ୍ଚିଥିବା ବେଳେ ଖୋର୍ଦ୍ଧା ଜିଲ୍ଳାରେ ଆକ୍ରାନ୍ତଙ୍କ ସଂଖ୍ୟା ୭,୪୫୨ ହୋଇଛି ।


ମୃତ୍ୟୁ ହୋଇଥିବା ୯ ଜଣ କରୋନା ସଂକ୍ରମିତ ୫ ଟି ଜିଲ୍ଳାରୁ ରହିଛନ୍ତି । ସେଥିମଧ୍ୟରୁ ଗଞ୍ଜାମ ଜିଲ୍ଳାରୁ ୩ ଜଣ, ମୟୁରଭଞ୍ଜ ଓ କଟକ ଜିଲ୍ଳାରୁ ୨ ଦୁଇ ଜଣ ଏବଂ କନ୍ଧମାଳ ଓ ସୁନ୍ଦରଗଡ଼ ଜିଲ୍ଳାରୁ ଜଣେ ଜଣେ ଆକ୍ରାନ୍ତ ରହିଛନ୍ତି । ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ଅନୁଗୂଳରୁ ୩, ବାଲେଶ୍ୱରରୁ ୭, ବରଗଡ଼ରୁ ୩, ଭଦ୍ରକରୁ ୪, କଟକରୁ ୧୩, ଢ଼େଙ୍କାନାଳରୁ ୧, ଗଜପତିରୁ ୧୬, ଗଞ୍ଜାମରୁ ୧୪୭, ଜଗତସିଂହପୁରରୁ ୨, ଯାଜପୁରରୁ ୩, ଝାରସୁଗୁଡ଼ାରୁ ୧, କଳାହାଣ୍ଡିରୁ ୨, କନ୍ଧମାଳରୁ ୬, କେନ୍ଦ୍ରାପଡ଼ାରୁ ୩, କେନ୍ଦୁଝରରୁ ୪, ଖୋର୍ଦ୍ଧାରୁ ୪୨, କୋରାପୁଟରୁ ୨, ମାଲକାନାଗିରିରୁ ୨, ମୟୁରଭଞ୍ଜରୁ ୩, ନବରଙ୍ଗପୁରରୁ ୧, ନୟାଗଡ଼ରୁ ୮, ପୁରୀରୁ ୫, ରାୟଗଡ଼ାରୁ ୧୪, ସମ୍ବଳପୁରରୁ ୨ ଓ ସୁନ୍ଦରଗଡ଼ ଜିଲ୍ଳାରୁ ୨୦ ଜଣଙ୍କର କରୋନା ସଂକ୍ରମିତ ମୃତ୍ୟୁ ହୋଇଛି ।
ରାଜ୍ୟରୁ ଗତ ୨୪ ଘଣ୍ଟା ମଧ୍ୟରେ ରେକର୍ଡ଼ ୪୦ ହଜାର ୭୧୧ ଟି ନମୂନା ପରୀକ୍ଷଣ କରାଯାଇଛି । ଏଥି ସହ ରାଜ୍ୟରେ ମୋଟ ନମୂନା ପରୀକ୍ଷଣ ସଂଖ୍ୟା ୭ ଲକ୍ଷ ୬୫ ହଜାର ୬୫ ହୋଇଛି । ଏଥି ମଧ୍ୟରୁ ୫୨,୬୫୩ ଟି ନମୂନା ପଜିଟିଭ ଥିବା ବେଳେ ଅନ୍ୟ ଗୁଡ଼ିକ ନେଗେଟିଭ ରହିଛି । ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ୩୬,୪୭୮ ଜଣ ଚିକିତ୍ସାପରେ ଆରୋଗ୍ୟ ହୋଇଛନ୍ତି । ୧୫,୮୦୭ ଜଣ ଚିକିତ୍ସାଧିନ ଥିବା ବେଳେ ୩୧୪ ଜଣଙ୍କର ମୃତ୍ୟୁ ହୋଇଛି ।

LEAVE A REPLY

Please enter your comment!
Please enter your name here