ଅସମ୍ଭାଳ ହେଲାଣି କରୋନା ପରିସ୍ଥିତି । ରାଜ୍ୟରେ ରେକର୍ଡ଼ ୨,୪୯୬ ଆକ୍ରାନ୍ତ ଚିହ୍ନଟ ଓ ୯ ମୃତ । ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫୭ ହଜାର ଟପିଲା ।

0
136

ଇଏନ୍‌ଏନ୍ ବ୍ୟୁରୋ, ୧୫/୦୮/୨୦- ରାଜ୍ୟରେ ଦିନକୁ ଦିନ କରୋନା ପରିସ୍ଥିତି ଅସମ୍ଭାଳ ହେବାରେ ଲାଗିଛି । ଦିନକୁ ଦିନ ବଢ଼ିବାରେ ଲାଗିଛି ସଂକ୍ରମଣ ଓ ମୃତ୍ୟୁ ସଂଖ୍ୟା । ଗତ ୨୪ ଘଣ୍ଟା ମଧ୍ୟରେ ରେକର୍ଡ଼ ପରିମାଣର କରୋନା ପଜିଟିଭ ଚିହ୍ନଟ ହୋଇଛି । ଆଜି ୨,୪୯୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୯ ଜଣଙ୍କର ମୃତ୍ୟୁ ହୋଇଛି । ଏଥି ସହ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୭ ହଜାର ପାର କରି ୫୭,୧୨୬ ରେ ପହଞ୍ଚିଛି ଓ ମୃତ୍ୟୁ ସଂଖ୍ୟା ୩୩୩ କୁ ବୃଦ୍ଧି ପାଇଛି ।
ଚିହ୍ନଟ ହୋଇଥିବା ୨,୪୯୬ ନୂଆ ଆକ୍ରାନ୍ତ ୨୯ ଟି ଜିଲ୍ଳାରୁ ରହିଛନ୍ତି । ସେଥିମଧ୍ୟରୁ ୧,୫୯୧ ଜଣ କ୍ୱାରେଣ୍ଟାଇନ ସେଣ୍ଟରରୁ ରହିଛନ୍ତି ଓ ସ୍ଥାନୀୟ ଅଞ୍ଚଳରୁ ୯୦୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଳାରୁ ସର୍ବାଧିକ ୩୭୮ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ଗଞ୍ଜାମ ଜିଲ୍ଳାରୁ ୩୨୭ ଜଣ, ବାଲେଶ୍ୱର ଜିଲ୍ଳାରୁ ୧୬୫ ଜଣ, ସୁନ୍ଦରଗଡ଼ ଜିଲ୍ଳାରୁ ୧୫୬ ଜଣ, ରାୟଗଡ଼ା ଜିଲ୍ଲାରୁ ୧୪୬ ଜଣ, କୋରାପୁଟ ଜିଲ୍ଳାରୁ ୧୩୩ ଜଣ କଟକ ଜିଲ୍ଳାରୁ ୧୨୮ ଜଣ, ବୌଦ୍ଧ ଜିଲ୍ଲାରୁ ୧୧୫ ଜଣ ଓ ଭଦ୍ରକ ଜିଲ୍ଲାରୁ ୧୦୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିଭଳି ଅନୁଗୁଳରୁ ୧୨, ବରଗଡ଼ରୁ ୩୬, ବଲାଙ୍ଗିରରୁ ୯୨, ଢ଼େଙ୍କାନାଳରୁ ୬୯, ଗଜପତିରୁ ୬୮, ଜଗତସିଂହପୁରରୁ ୧୪, ଯାଜପୁରରୁ ୧୧, ଝାରସୁଗୁଡ଼ାରୁ ୧୯, କଳାହାଣ୍ଡିରୁ ୪୨, କନ୍ଧମାଳରୁ ୯୮, କେନ୍ଦ୍ରାପଡ଼ାରୁ ୫୧, ମାଲକାନାଗିରିରୁ ୭୩, ମୟରୁଭଞ୍ଜରୁ ୨୩, ନବରଙ୍ଗପୁରରୁ ୧୧, ନୟାଗଡ଼ରୁ ୧୬, ନୂଆପଡ଼ାରୁ ୧୬, ପୁରୀରୁ ୯୩, ସମ୍ବଲପୁରରୁ ୮୧ ଓ ସୋନପୁରରୁ ୨୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।


ରାଜ୍ୟରେ ୯ କରୋନା ସଂକ୍ରମିତ ମୃତ୍ୟୁ କୁ ମିଶାଇ ମୋଟ ମୃତ୍ୟୁ ସଂଖ୍ୟା ୩୩୩ କୁ ବୃଦ୍ଧି ହୋଇଛି । ମୃତ୍ୟୁ ହୋଇଥିବା ୯ ଆକ୍ରାନ୍ତ ମଧ୍ୟରୁ ସମ୍ବଲପୁର ଜିଲ୍ଳାରୁ ୪ ଜଣ ଥିବା ବେଳେ କଟକ ଜିଲ୍ଳାରୁ ୨ ଜଣ, ନୟାଗଡ଼, କେନ୍ଦୁଝର ଓ ଗଞ୍ଜାମ ଜିଲ୍ଲାରୁ ଜଣେ ଜଣେ ଆକ୍ରାନ୍ତ ରହିଛନ୍ତି । ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ଗଞ୍ଜାମ ଜିଲ୍ଳାରୁ ସର୍ବାଧିକ ୧୫୨ ଜଣଙ୍କର ମୃତ୍ୟୁ ହୋଇଛି । ସେହିଭଳି ଅନୁଗୁଳରୁ ୩, ବାଲେଶ୍ୱରରୁ ୭, ବରଗଡ଼ରୁ ୩, ଭଦ୍ରକରୁ ୪, କଟକରୁ ୧୬, ଢ଼େଙ୍କାନାଳରୁ ୧, ଗଜପତିରୁ ୧୬, ଜଗତସିଂହପୁରରୁ ୨, ଯାଜପୁରରୁ ୩, ଝାରସୁଗୁଡ଼ାରୁ ୧, କଳାହାଣ୍ଡିରୁ ୨, କନ୍ଧମାଳରୁ ୬, କେନ୍ଦ୍ରାପଡ଼ାରୁ ୩, କେନ୍ଦୁଝରରୁ ୫, ଖୋର୍ଦ୍ଧାରୁ ୪୨, କୋରାପୁଟରୁ ୨, ମାଲକାନାଗିରିରୁ ୨, ମୟୁରଭଞ୍ଜରୁ ୩, ନବରଙ୍ଗପୁରରୁ ୧, ନୟାଗଡ଼ରୁ ୯, ପୁରୀରୁ ୮, ରାୟଗଡ଼ାରୁ ୧୪, ସମ୍ବଲପୁରରୁ ୭, ସୁନ୍ଦରଗଡ଼ରୁ ୨୧ ଜଣ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି ।


ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୪୭,୮୮୭ ଟି ନମୂନା ପରୀକ୍ଷଣ କରାଯାଇଛି । ଏଥି ସହ ମୋଟ ନମୂନା ପରୀକ୍ଷଣ ସଂଖ୍ୟା ୮ ଲକ୍ଷ ୫୫ ହଜାର ୭୧୩ ରେ ପହଞ୍ଚିଛି । ସେଥିମଧ୍ୟରୁ ୩୯,୨୦୬ ଜଣ ଆକ୍ରାନ୍ତ ଚିକିତ୍ସା ପରେ ଆରୋଗ୍ୟ ହୋଇଛନ୍ତି । ୧୭,୫୩୪ ଜଣ ଚିକିତ୍ସାଧିନ ଥିବା ବେଳେ ୩୩୩ ଜଣଙ୍କର କରୋନା ସଂକ୍ରମିତ ମୃତ୍ୟୁ ହୋଇଛି ।

LEAVE A REPLY

Please enter your comment!
Please enter your name here