କରେନାର ଲମ୍ବା ଡ଼ିଆଁ ୩,୩୭୧ ଆକ୍ରାନ୍ତ ଚିହ୍ନଟ ଓ ୧୩ ମୃତ

0
3183

ଇଏନ୍‌ଏନ୍ ବ୍ୟୁରୋ, ୨୬/୦୮/୨୦- ରାଜ୍ୟରେ ଦିନକୁ ଦିନ ଦୃତ ଗତିରେ ବଢ଼ିବାରେ ଲାଗିଛି କରୋନା ସଂକ୍ରମଣ । ଦିନକୁ ଦିନ କରୋନା ପଜିଟିଭ ସଂଖ୍ୟା ରେକର୍ଡ଼ ପରିମାଣର ବୃଦ୍ଧି ହେବାରେ ଲାଗିଛି । ଆଜି ସମସ୍ତ ଜିଲ୍ଲାରୁ ରେକର୍ଡ ୩,୩୭୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ଓ ୧୩ ଜଣଙ୍କର ମୃତ୍ୟୁ ହୋଇଛି । ଏଥି ସହ ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୮୭,୬୦୨ କୁ ବୃଦ୍ଧି ହୋଇଛି ଓ ମୃତ୍ୟୁ ସଂଖ୍ୟା ୪୪୧ ରେ ପହଞ୍ଚିଛି ।
ଚିହ୍ନଟ ହୋଇଥିବା ୩,୩୭୧ଟି ନୂଆ ପଜିଟିଭ ରାଜ୍ୟର ୩୦ ଟି ଜିଲ୍ଲାରୁ ରହିଛନ୍ତି । ସେଥିମଧ୍ୟରୁ ୨,୦୫୩ ଟି ନମୂନା କ୍ୱାରେଣ୍ଟାଇନ ସେଣ୍ଟରୁ ରହିଥିବା ବେଳେ ୧,୩୧୮ ଜଣ ଆକ୍ରାନ୍ତ ସ୍ଥାନୀୟ ଅଞ୍ଚଳରୁ ରହିଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୫୪୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କଟକ ଜିଲ୍ଲାରୁ ୩୫୭ ଜଣ, ଗଞ୍ଜାମ ଜିଲ୍ଲାରୁ ୧୯୬ ଜଣ, ଯାଜପୁର ଜିଲ୍ଲାରୁ ୧୭୩ ଜଣ, ନୟାଗଡ଼ ଜିଲ୍ଳାରୁ ୧୭୧ ଜଣ, ସୁନ୍ଦରଗନ ଜିଲ୍ଲାରୁ ୧୫୪ ଜଣ, ରାୟଗଡ଼ା ଜିଲ୍ଲାରୁ ୧୪୬ ଜଣ, ପୁରୀ ଜିଲ୍ଲାରୁ ୧୪୪ ଜଣ, ମାଲକାନାଗିରି ଜିଲ୍ଲାରୁ ୧୩୪ ଜଣ, ଭଦ୍ରକ ଜିଲ୍ଲାରୁ ୧୧୪ ଜଣ, ସମ୍ବଲପୁର ଜିଲ୍ଲାରୁ ୧୦୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ସେହିଭଳି ବାଲେଶ୍ୱରରୁ ୯୮, ବରଗଡ଼ରୁ ୯୮, ଜଗତସିଂହପୁରରୁ ୯୫, ଝାରସୁଗୁଡ଼ାରୁ ୯୩, ମୟୂରଭଞ୍ଜରୁ ୯୨, ବଲାଙ୍ଗିରରୁ ୭୬, କେନ୍ଦ୍ରାପଡ଼ାରୁ ୭୬, କେନ୍ଦୁଝରରୁ ୭୪, ଢ଼େଙ୍‌କାନାଳରୁ ୬୭, ନବରଙ୍ଗପୁରରୁ ୬୫, ଅନୁଗୁଳରୁ ୬୩, ଗଜପତିରୁ ୪୧, କନ୍ଧମାଳରୁ ୪୧, କାଳହାଣ୍ଡିରୁ ୨୮, ନୂଆପଡ଼ାରୁ ୧୫, ଦେବଗଡ଼ରୁ ୮, ବୌଦ୍ଧରୁ ୪ ଓ ସୋନପୁରରୁ ୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।


ଆଜି ମୃତ୍ୟୁ ହୋଇଥିବା ୧୩ ଜଣ ଆକ୍ରାନ୍ତ ୭ଟି ଜିଲ୍ଲାରୁ ରହିଛନ୍ତି । ସେଥିମଧ୍ୟରୁ ସୁନ୍ଦରଗଡ଼ ଓ ସମ୍ବଲପୁର ଜିଲ୍ଲାରୁ ୩ ଜଣ ଲେଖାଏଁ, କଟକ ଓ ଗଞ୍ଜାମ ଜିଲ୍ଲାରୁ ୨ ଜଣ ଲେଖାଏଁ ଏବଂ କେନ୍ଦ୍ରାପଡ଼ା, ଖୋର୍ଦ୍ଧା ଓ ପୁରୀ ଜିଲ୍ଲାରୁ ଜଣେ ଜଣେ ଆକ୍ରାନ୍ତ ରହିଛନ୍ତି । ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୧୮୩ ଜଣ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । ସେହିଭଳି ଅନୁଗୁଳରୁ ୪, ବାଲେଶ୍ୱରରୁ ୯, ବରଗଡ଼ରୁ ୫, ଭଦ୍ରକରୁ ୬, ବଲାଙ୍ଗିରରୁ ୪, କଟକରୁ ୨୮, ଢ଼େଙ୍କାନାଳରୁ ୨, ଗଜପତିରୁ ୧୮, ଜଗତସିଂହପୁରରୁ ୨, ଯାଜପୁରରୁ ୪, ଝାରସୁଗୁଡ଼ାରୁ ୧, କଳାହାଣ୍ଡିରୁ ୨, କନ୍ଧମାଳରୁ ୭, କେନ୍ଦ୍ରାପଡ଼ାରୁ ୩, କେନ୍ଦୁଝରରୁ ୬, ଖୋର୍ଦ୍ଧାରୁ ୫୬, କୋରାପୁଟରୁ ୩, ମାଲକାନାଗିରିରୁ ୪, ମୟୁରଭଞ୍ଜରୁ ୩, ନବରଙ୍ଗପୁରରୁ ୧, ନୟାଗଡ଼ରୁ ୧୨, ପୁରୀରୁ ୧୧, ରାୟଗଡ଼ାରୁ ୨୧, ସମ୍ବଲପୁରରୁ ୧୧, ସୋନପୁରରୁ ୨, ସୁନ୍ଦରଗଡ଼ରୁ ୩୩ ଜଣଙ୍କର କରୋନା ସଂକ୍ରମିତ ମୃତ୍ୟୁ ହୋଇଛି ।


ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୬୩,୨୦୯ ଟି ନମୂନା ପରୀକ୍ଷଣ କରାଯାଇଛି । ଏଥି ସହ ରାଜ୍ୟରେ ମୋଟ ନମୂନା ପରୀକ୍ଷଣ ସଂଖ୍ୟା ୧୪ ଲକ୍ଷ ୮୫ ହଜାର ୧୬୭ ରେ ପହଞ୍ଚିଛି । ସେଥିମଧ୍ୟରୁ ୮୭,୬୦୨ ଟି ନମୂନା ପଜିଟିଭ ଚିହ୍ନଟ ହୋଇଛି ଓ ଅନ୍ୟ ଗୁଡ଼ିକ ନେଗେଟିଭ ରହିଛି । ମୋଟ ପଜିଟିଭଙ୍କ ମଧ୍ୟରୁ ୫୯,୪୭୦ ଜଣ ଆକ୍ରାନ୍ତ ଚିକିତ୍ସାପରେ ଆରୋଗ୍ୟ ହୋଇଛନ୍ତି । ୨୭,୬୩୮ ଜଣ ଚିକିତ୍ସାଧିନ ଥିବାବେଳେ ୪୪୧ ଜଣଙ୍କର ମୃତ୍ୟୁ ହୋଇଛି ।

LEAVE A REPLY

Please enter your comment!
Please enter your name here