ଓଡ଼ିଶାର ୩୦ ଜିଲ୍ଲାରୁ ସର୍ବାଧିକ ୩,୬୮୨ ପଜିଟିଭ ଚିହ୍ନଟ ଓ ୮ ମୃତ

0
156

ଇଏନ୍‌ଏନ୍ ବ୍ୟୁରୋ, ୨୮/୦୮/୨୦- ରାଜ୍ୟରେ ଦୃତ ଗତିରେ ବଢ଼ିବାରେ ଲାଗିଛି କରୋନା ସଂକ୍ରମଣ । ଦୈନିକ ସଂକ୍ରମଣ ସଂଖ୍ୟା ବୃଦ୍ଧି ହୋଇ ୩ ହଜାର ଉପରେ ରହିଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ସମସ୍ତ ଜିଲ୍ଳାରୁ ୩,୬୮୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ଓ ୮ ଜଣଙ୍କର ମୃତ୍ୟୁ ହୋଇଛି । ଏଥି ସହ ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୯୪ ହଜାର ୬୬୮ ରେ ପହଞ୍ଚିଛି ଓ ମୃତ୍ୟୁ ସଂଖ୍ୟା ବୃଦ୍ଧି ହୋଇ ୪୫୬ ହୋଇଛି ।
ଆଜି ରାଜ୍ୟର ୩୦ଟି ଜିଲ୍ଲାରୁ ୩,୬୮୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୨,୨୪୧ ଜଣ କ୍ୱାରେଣ୍ଟାଇନ ସେଣ୍ଟରରୁ ଓ ୧,୪୪୧ ଜଣ ସ୍ଥାନୀୟ ଅଞ୍ଚଳରୁ ରହିଛନ୍ତି । ଆଜି ଖୋର୍ଦ୍ଧା ଜିଲ୍ଲାରୁ ରେକର୍ଡ଼ ୭୭୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାୟଗଡ଼ା ଜିଲ୍ଲାରୁ ୪୯୫ ଜଣ, କଟକ ଜିଲ୍ଳାରୁ ୩୬୯ ଜଣ, ମୟୂରଭଞ୍ଜ ଜିଲ୍ଲାରୁ ୨୭୨ ଜଣ, ଗଞ୍ଜାମ ଜିଲ୍ଲାରୁ ୧୭୪ ଜଣ, ବରଗଡ଼ ଜିଲ୍ଲାରୁ ୧୫୨ ଜଣ, କୋରାପୁଟ ଜିଲ୍ଲାରୁ ୧୪୦ ଜଣ, ସମ୍ବଲପୁର ଜିଲ୍ଲାରୁ ୧୨୮ ଜଣ, ପୁରୀ ଜିଲ୍ଳାରୁ ୧୧୫ ଜଣ ଓ ନୟାଗଡ଼ ଜିଲ୍ଲାରୁ ୧୦୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ସେହିଭଳି ଅନୁଗୁଳରୁ ୫୬, ବାଲେଶ୍ୱରରୁ ୮୭, ଭଦ୍ରକରୁ ୫୧, ବଲାଙ୍ଗିରରୁ ୬୮, ବୌଦ୍ଧରୁ ୧୪, ଦେବଗଡ଼ରୁ ୧୨, ଢ଼େଙ୍କାନାଳରୁ ୬୧, ଗଜପତିରୁ ୪୮, ଜଗତସିଂହପୁରରୁ ୪୪, ଯାଜପୁରରୁ ୮୮, ଝାରସୁଗୁଡ଼ାରୁ ୪୩, କଳାହାଣ୍ଡିରୁ ୪୧, କନ୍ଧମାଳରୁ ୩୬, କେନ୍ଦ୍ରାପଡ଼ାରୁ ୪୪ କେନ୍ଦୁଝରରୁ ୫୯, ମାଲକାନାଗିରିରୁ ୮୬, ନବରଭ୍‌ଗପୁରରୁ ୩୮, ନୁଆପଡ଼ାରୁ ୨୩, ସୋନପୁରରୁ ୨୭ ଓ ସୁନ୍ଦରଗଡ଼ ଜିଲ୍ଳାରୁ ୨୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।


ଆଜି ମୃତ୍ୟୁ ହୋଇଥିବା ୮ ଜଣ ଆକ୍ରାନ୍ତ ୬ ଟି ଜିଲ୍ଳାରୁ ରହିଛନ୍ତି । ସେଥିମଧ୍ୟରୁ ଗଞ୍ଜାମ ଓ ଖୋର୍ଦ୍ଧା ଜିଲ୍ଲାରୁ ୨ ଜଣ ଲେଖାଏଁ ଥିବା ବେଳେ ରାୟଗଡ଼ା, ବରଗଡ଼, ଭଦ୍ରକ ଓ ବଲାଙ୍ଗିର ଜିଲ୍ଲାରୁ ଜଣେ ଜଣେ ଆକ୍ରାନ୍ତ ରହିଛନ୍ତି । ମୋଟ ମୃତ୍ୟୁ ହୋଇଥିବା ୪୫୬ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ଗଞ୍ଜାମ ଜିଲ୍ଲାରୁ ୧୮୫ ଜଣ ଓ ଖୋର୍ଦ୍ଧା ଜିଲ୍ଲାରୁ ୫୯ ଜଣ ରହିଛନ୍ତି । ସେହିଭଳି ଅନୁଗୁଳରୁ ୪, ବାଲେଶ୍ୱରରରୁ ୯, ବରଗଡରୁ ୮, ଭଦ୍ରକରୁ ୮, ବଲାଙ୍ଗିରରୁ ୫, କଟକରୁ ୨୮, ଢ଼େଙ୍କାନାଳରୁ ୨, ଗଜପତିରୁ ୧୮, ଜଗତସିଂହପୁରରୁ ୨, ଯାଜପୁରରୁ ୪, ଝାରସୁଗୁଡ଼ାରୁ ୧, କଳାହାଣ୍ଡିରୁ ୨, କନ୍ଧମାଳରୁ ୭, କେନ୍ଦ୍ରାପଡ଼ାରୁ ୩, କେନ୍ଦୁଝରରୁ ୬, କୋରାପୁଟରୁ ୩, ମାଲକାନାଗିରିରୁ ୪, ମୟୂରଭଞ୍ଜରୁ ୩, ନବରଙ୍ଗପରରୁ ୧,ନୟାଗଡ଼ରୁ ୧୨, ପୁରୀରୁ ୧୧, ରାୟଗଡ଼ାରୁ ୨୨, ସମ୍ବଲପୁରରୁ ୧୪,ସୋନପୁରରୁ ୨ ଜଣ ଓ ସୁନ୍ଦରଗଡ଼ ଜିଲ୍ଲାରୁ ୩୩ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି ।


ଗତ ୨୪ ଘଣ୍ଟା ମଧ୍ୟରୁ ୫୮,୮୪୦ ଟି ନମୂନା ପରୀକ୍ଷଣ କରାଯାଇଛି । ଏଥି ସହ ରାଜ୍ୟରେ ମୋଟ ନମୂନା ପରୀକ୍ଷଣ ସଂଖ୍ୟା ୧୬ ଲକ୍ଷ ୧୨ ହଜାର ୯୭ ରେ ପହଞ୍ଚିଛି । ସେଥିମଧ୍ୟରୁ ୬୫,୩୨୩ ଜଣ ଆରୋଗ୍ୟ ହୋଇଛନ୍ତି ଓ ୨୮,୮୩୬ ଜଣ ଚିକିତ୍ସାଧିନ ଅଛନ୍ତି । ୪୫୬ ଜଣଙ୍କର କରୋନା ସଂକ୍ରମିତ ମୃତ୍ୟୁ ହୋଇଛି ।

LEAVE A REPLY

Please enter your comment!
Please enter your name here