ଶ୍ରୀମନ୍ଦିର ଓ ଶକ୍ତି ପୀଠରେ ଷୋଳପୂଜା ଆରମ୍ଭ ।

0
549

ଇଏନ୍‌ଏନ୍ ବ୍ୟୁରୋ, ୧୧/୦୯/୨୦- ଶ୍ରୀମନ୍ଦିରରେ ଆଜିଠାରୁ ଷୋଳପୂଜା ଆରମ୍ଭ ହୋଇଛି । ଶ୍ରୀମନ୍ଦିରରେ ମା’ ବିମଳାଙ୍କ ସମେତ ଅନ୍ୟ ଶକ୍ତି ପୀଠମାନଙ୍କରେ ମଧ୍ୟ ଆଜିଠାରୁ ଏହି ପୂଜା ଆରମ୍ଭ ହୋଇଛି । ଏଥିପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହୋଇଯାଇଛି । ଏହା ସହ ଅନ୍ୟାନ୍ୟ ଶକ୍ତିପୀଠ ମାନଙ୍କରେ ବି ସ୍ୱତନ୍ତ୍ର ନୀତିକାନ୍ତି ଅନୁଷିତ ହୋଇଯାଇଛି ।
ପରମ୍ପରା ଅନୁଯାଇ, ଗତକାଲି ମା’ ବିମଳାଙ୍କ ମନ୍ଦିରରେ ସହସ୍ର କୁମ୍ଭାଭିଷେକ ନୀତି ଅନୁଷ୍ଠିତ ହୋଇଥିଲା । ଆଜି ସକାଳ ଧୂପ ପରେ ମା’ ବିମଳାଙ୍କ ମନ୍ଦିରରେ ବରୁଣ ପୂଜା ହୋଇଥିଲା । ବ୍ରହ୍ମାବରଣ, ଆଚାର୍ଯ୍ୟ ବରଣ, ସ୍ୱାସ୍ତିବାଚକ ଆଦି ନୀତି ଅନୁଷ୍ଠିତ ହୋଇଥିଲା । ଚଣ୍ଡୀ ବରଣ ପରେ ସଂକଳ୍ପ ହୋଇ ପାଣିପଡ଼ି ଛାମୁରେ ଭୋଗ ବନ୍ଦାପନା କରାଯାଇଥିଲା । ପୂଜକ ଷେଡ଼ଶ ଉପଚାରରେ ମଣୋହି କରିଥିଲେ । ଭୋଗରେ କୋଠଭୋଗ ସହ ମହାପ୍ରସାଦ, ଖେଚୁଡ଼ି ଆଦି ଲାଗି କରାଯାଇଥିଲା । ଭୋଗ ଶେଷ ପରେ କର୍ପୂର ଆଳତି, ୨୧ ବତୀ ଆଳତି ହୋଇଥିଲା । ଏହା ପରେ ଦୁର୍ଗାମାଧବ ସିଂହାସନରୁ ଆଜ୍ଞାମାଳ ପାଇ ମା’ ବିମଳାଙ୍କ ମନ୍ଦିରକୁ ଯାଇଥିଲେ । ସେଠାରେ ଭିତରଚ୍ଛ ମହାପାତ୍ର ଜଳଲାଗି କରିଥିଲେ । ପରେ ଭିତରେ ପଡ଼ିଥିବା ଖଟକୁ ଦୁର୍ଗାମାଧବ ବିଜେ ହୋଇଥିଲେ । ପାଣିପଡ଼ି ଶୀତଳ ଭୋଗ ହୋଇଥିଲା । ତିନି ଧୂପ ଶେଷ ପରେ ରାତିରେ ବଡ଼ଦିଂହାର ବେଶ ଏବଂ ଭୋଗ ପରେ ବହାୁଡ଼ାବିଜେ କରିଥିଲେ । ଭଣ୍ଡାର ଦୁଆର ଖଟକୁ ବିଜେ ହୋଇଥିଲେ । ଷୋଳପୂଜାର ପ୍ରଥମ ୮ ଦିନ ଦୂର୍ଗାମଧବ ମା’ ବିମଳାଙ୍କ ମନ୍ଦିର ପଲିଙ୍କିରେ ବିଜେ କରିବେ । ବାକି ୮ ଦିନ ରଥରେ ବିଜେ ହୋଇ ଦୋଳମଣ୍ଡପ ସାହିସ୍ଥିତ ନାରାୟଣୀ ମନ୍ଦିରକୁ ବିଜେ କରିବେ ।

LEAVE A REPLY

Please enter your comment!
Please enter your name here