ବିଏମସି ଅଞ୍ଚଳରୁ ଆଜି ୨୩୭ ଆକ୍ରାନ୍ତ ଚିହ୍ନଟ, ୧୦୧ ଆରୋଗ୍ୟ ।

0
316
bmc

ଇଏନ୍‌ଏନ୍ ବ୍ୟୁରେ, ୧୩/୦୮/୨୦- ଦିନକୁ ଦିନ ଭୁବନେଶ୍ୱର ରେ କରୋନା ପରିସ୍ଥିତି ସଂଙ୍ଗୀନ ହେବାରେ ଲାଗିଛି । ଆଜି ଭୁବନେଶ୍ୱର ମୁନିସିପାଲ କରପୋରେସନ (ବିଏମସି) ଅଞ୍ଚଳରୁ ୨୩୭ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ଏବଂ ୧୦୧ ଜଣ ଆରୋଗ୍ୟ ହୋଇଛନ୍ତି । ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୧୩୨ ଜଣ କ୍ୱାରେଣ୍ଟାଇନ ସେଣ୍ଟରରୁ ରହିଥିବା ବେଳେ ୧୦୫ ଜଣ ସ୍ଥାନୀୟ ଅଞ୍ଚଳର ରହିଛନ୍ତି । ଏଥି ସହ ବିଏମସି ଅଞ୍ଚଳରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୫୯୫ ରେ ପହଞ୍ଚିଛି । ସେଥିମଧ୍ୟରୁ ୩୦୧୫ ଜଣ ଆରୋଗ୍ୟ ହୋଇଥିବା ବେଳେ ୧୫୫୧ ଜଣ ଚିକିତ୍ସାଧିନ ଅଛନ୍ତି। ମୃତ୍ୟୁ ସଂଖ୍ୟା ୨୩ ରେ ରହିଛି।

LEAVE A REPLY

Please enter your comment!
Please enter your name here