ଆଜି ୨,୮୧୯/୯ । ରାଜ୍ୟରେ ୭୫ ହଜାର ପାରକଲା ଆକ୍ରାନ୍ତଙ୍କ ସଂଖ୍ୟା । ମୃତ୍ୟୁ ସଂଖ୍ୟା ୪ ଶହ ନିକଟବର୍ତ୍ତୀ ।

0
391

ଇଏନ୍‌ଏନ୍ ବ୍ୟୁରୋ, ୨୨/୦୮/୨୦- ରାଜ୍ୟରେ ଘନଉଛି କରୋନା ବିପତ୍ତି । ଦିନକୁ ଦିନ ବଢ଼ିବାରେ ଲାଗିଛି କରୋନା ଅକ୍ରାନ୍ତଙ୍କ ସଂଖ୍ୟା । ଗତ ୭ ଦିନ ଧାରି ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ୨ ହଜାରୁ ଅଧିକ ରହିଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରୁ ୨,୮୧୯ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏଥି ସହ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୫ ହଜାର ପାର କରି ୭୫,୫୩୭ ଛୁଇଁଛି । ଏହି ସମୟ ମଧ୍ୟରେ ୯ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । ଏହି ମୃତ୍ୟୁ ସହ କରୋନା ସଂକ୍ରମିତ ମୃତ୍ୟୁ ସଂଖ୍ୟା ୩୯୯ ରେ ପହଞ୍ଚିଛି ।

         ଚିହ୍ନଟ ହୋଇଥିବା ୨,୮୧୯ ଜଣ ଆକ୍ରାନ୍ତ ୨୯ ଟି ଜିଲ୍ଳାରୁ ରହିଛନ୍ତି । ସେଥିମଧ୍ୟରୁ ୧,୬୯୧ ଜଣ କ୍ୱାରେଣ୍ଟାଇନ ସେଣ୍ଟରୁ ରହିଥିବା ବେଳେ ୧,୧୨୮ ଜଣ ସ୍ଥାନୀୟ ଅଞ୍ଚଳରୁ ରହିଛନ୍ତି । ଲଗାତାର ଭାବେ ୫ ଦିନଧରୀ ଖୋର୍ଦ୍ଧା ଜିଲ୍ଳାରୁ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ୪୪୩ ଜଣ, କଟକ ଜିଲ୍ଲାରୁ ୨୫୭ ଜଣ, ମୟୂରଭଞ୍ଜ ଜିଲ୍ଲାରୁ ୨୨୯ ଜଣ, ଗଞ୍ଜାମ ଜିଲ୍ଲାରୁ ୧୯୨ ଜଣ, ରାୟଗଡ଼ା ଜିଲ୍ଲାରୁ ୧୪୭ ଜଣ, ସମ୍ବଲପୁର ଜିଲ୍ଳାରୁ ୧୪୫ ଜଣ, ବରଗଡ଼ ଜିଲ୍ଲାରୁ ୧୩୬ ଜଣ, ଯାଜପୁର ଜିଲ୍ଲାରୁ ୧୨୦ ଜଣ, ପୁରୀ ଜିଲ୍ଳାରୁ ୧୦୯ ଜଣ, ବାଲେଶ୍ୱର ଜିଲ୍ଳାରୁ ୧୦୫ ଜଣ, ଢ଼େଙ୍କାନାଳ ଜିଲ୍ଲାରୁ ୧୦୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିଭଳି ମାଲକାନାଗିରିରୁ ୮୩, କୋରାପୁଟରୁ ୮୧, ଭଦ୍ରକରୁ ୭୭, ନୟାଗଡ଼ରୁ ୬୪, ଝାରସୁଗୁଡ଼ାରୁ ୬୩, ଗଜପତିରୁ ୬୨, କେନ୍ଦ୍ରାପଡ଼ାରୁ ୬୨, କଳାହାଣ୍ଡିରୁ ୫୫, ସୁନ୍ଦରଗଡ଼ରୁ ୫୭, ବଲାଙ୍ଗିରରୁ ୫୬, ଜଗତସିଂହପୁରରୁ ୪୮, କନ୍ଧମାଳରୁ ୪୪, ନବରଙ୍ଗପୁରରୁ ୪୩, ଅନୁଗୁଳରୁ ୨୩, ସୋନପୁରରୁ ୧୪, କେନ୍ଦୁଝରରୁ ୭ ଓ ନୂଆପଡ଼ା ଜିଲ୍ଳାରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

        ମୃତ୍ୟୁ ହୋଇଥିବା ୯ ଜଣ ଆକ୍ରାନ୍ତ ୬ଟି ଜିଲ୍ଳାରୁ ରହିଛନ୍ତି । ଏଥି ସହ ରାଜ୍ୟରେ କରୋନା ସଂକ୍ରମିତ ମୃତ୍ୟୁ ସଂଖ୍ୟା ୩୯୯ ହୋଇଛି । ୯ ମୃତ୍ୟୁକଙ୍କ ମଧ୍ୟରୁ କଟକ ଜିଲ୍ଲାରୁ ୩ ଜଣ ଓ ସୁନ୍ଦରଗଡ଼ ଜିଲ୍ଲାରୁ ୨ ଜଣ ରହିଛନ୍ତି । ରାୟଗଡ଼ା, ମାଲକାନାଗିରି, ଗଞ୍ଜାମ ଓ ବଲାଙ୍ଗିର ଜିଲ୍ଳାରୁ ଜଣେ ଜଣେ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । ଗଞ୍ଜାମ ଜିଲ୍ଳାରୁ ସର୍ବାଧିକ ୧୭୧ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଖୋର୍ଦ୍ଧା ଜିଲ୍ଳାରୁ ୫୪ ଜଣ, ଅନୁଗୂଳରୁ ୪ ଜଣ, ବାଲେଶ୍ୱରରୁ ୮ ଜଣ, ବରଗଡ଼ରୁ ୫, ଭଦ୍ରକରୁ ୬, ବଲାଙ୍ଗିରରୁ ୨, କଟକରୁ ୨୨, ଢ଼େଙ୍କାନାଳରୁ ୨, ଗଜପତିରୁ ୧୬, ଜଗତସିଂହପୁରରୁ ୨, ଯାଜପୁରରୁ ୪, ଝାରସୁଗୁଡ଼ାରୁ ୧, କଳାହାଣ୍ଡିରୁ ୨, କନ୍ଧମାଳରୁ ୭, କେନ୍ଦ୍ରାପଡ଼ାରୁ ୩, କେନ୍ଦୁଝରରୁ ୫, କୋରାପୁଟରୁ ୩, ମାଲକାନାଗିରିରୁ ୪, ମୟୂରଭଞ୍ଜରୁ ୩, ନବରଙ୍ଗପୁରରୁ ୧, ନୟାଗଡ଼ରୁ ୧୦, ପୁରୀରୁ ୧୦, ରାୟଗଡ଼ାରୁ ୧୮, ସମ୍ବଳପୁରରୁ ୮, ସୋନପୁରରୁ ୨ ଓ ସୁନ୍ଦରଗଡ଼ରୁ ୨୬ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି ।

        ରାଜ୍ୟରେ ମୋଟ ୧୨ ଲକ୍ଷ ୩୩ ହଜାର ୮୦୫ ଟି ନମୂନା ପରୀକ୍ଷଣ ହୋଇଥିବା ବେଳେ ସେଥିରୁ ୭୫,୫୩୭ ଟି ପଜିଟିଭ ଚିହ୍ନଟ ହୋଇଛି । ମୋଟ ପଜିଟିଭଙ୍କ ମଧ୍ୟରୁ ୫୦,୫୦୩ ଜଣ ଆରୋଗ୍ୟ ହୋଇଛନ୍ତି ଓ ୨୪,୫୮୨ ଜଣ ଚିକିତ୍ସାଧିନ ଅଛନ୍ତି । ରାଜ୍ୟରେ କରୋନା ସଂକ୍ରମିତ ମୃତ୍ୟୁ ସଂଖ୍ୟା ୩୯୯ ରେ ପହଞ୍ଚିଛି ।

LEAVE A REPLY

Please enter your comment!
Please enter your name here