ବିଏମସି ଅଞ୍ଚଳରୁ ୩୧୯ ପଜିଟିଭ ଚିହ୍ନଟ । ୧୧୩ ସୁସ୍ଥ ଓ ଜଣେ ମୃତ।

0
302
bmc

ଇଏନ୍‌ଏନ୍ ବ୍ୟୁରୋ, ୨୦/୦୮/୨୦- ଆଜି ରାଜଧାନୀ ଭୁବନେଶ୍ୱର (ବିଏମସି ଅଞ୍ଚଳ)ରୁ ୩୧୯ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ୧୭୨ ଜଣ କ୍ୱାରେଣ୍ଟାଇନ ସେଣ୍ଟରୁ ଚିହ୍ନଟ ହୋଇଥିବା ବେଳେ ୧୪୭ ଜଣ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି । ଏଥି ସହ ୧୧୩ ଜଣ ଚିକିତ୍ସା ପରେ ଆରୋଗ୍ୟ ହୋଇଛନ୍ତି ଓ ଜଣେ ଆକ୍ରାନ୍ତଙ୍କର ର କରୋନା ସଂକ୍ରମିତ ମୃତ୍ୟୁ ହୋଇଛି । ବିଏମସି ଅଞ୍ଚଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬,୩୯୬ରେ ପହଞ୍ଚିଥିବା ବେଳେ ୩,୯୫୩ ଜଣ ଆରୋଗ୍ୟ ହୋଇଛନ୍ତି ଓ ୨,୪୦୫ ଜଣ ଚିକିତ୍ସାଧିନ ଅଛନ୍ତି । ରାଜଧାନୀ ଭୁବନେଶ୍ୱରରୁ ୩୧ ଜଣଙ୍କର କରୋନା ସଂକ୍ରମିତ ମୃତ୍ୟୁ ହୋଇ ସାରିଲାଣି ।

LEAVE A REPLY

Please enter your comment!
Please enter your name here