ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬୭,୧୨୨ ଛୁଇଁଲା । କରୋନା ନେଲାଣି ୩୭୨ ଜୀବନ ।

0
658

ଇଏନ୍‌ଏନ୍ ବ୍ୟୁରେ, ୧୯/୦୮/୨୦- ରାଜ୍ୟରେ ଅଣାୟତ ହେବାରେ ଲାଗିଛି କରୋନା ସଂକ୍ରମଣ । ଦିନକୁ ଦିନ ବଢ଼ି ବଢ଼ି ଚାଲିଛି ସଂକ୍ରମଣ ସଂଖ୍ୟା । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରୁ ୨,୫୮୯ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ଓ ଏହି ସଂକ୍ରମଣରେ ୧୦ ଜଣଙ୍କର ମୃତ୍ୟୁ ହୋଇଛି । ଏଥି ସହ ରାଜ୍ୟରେ ମୋଟ କରୋନା ପଜିଟିଭ ସଂଖ୍ୟା ୬୭,୧୨୨ ରେ ପହଞ୍ଚିଥିବା ବେଳେ ୩୭୨ ଜଣଙ୍କର ଜୀବନ ନେଇଛି ଏହି ମହାମାରୀ ।
ରଜ୍ୟରେ କମିବାର ନାଁ ଧରୁନାହିଁ କରୋନା ସଂକ୍ରମଣ । ବଢ଼ିବାରେ ଲାଗିଛି ଆକ୍ରାନ୍ତଙ୍କ ସଂଖ୍ୟା ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୨୯ ଟି ଜିଲ୍ଳାରୁ ୨,୫୮୯ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୧,୫୭୪ ଜଣ କ୍ୱାରେଣ୍ଟାଇନ ସେଣ୍ଟରରୁ ରହିଥିବା ବେଳେ ୧,୦୧୫ ଜଣ ସ୍ଥାନୀୟ ଅଞ୍ଚଳରୁ ରହିଛନ୍ତି । ଖୋର୍ଦ୍ଧା ଜିଲ୍ଳାରୁ ୪୬୬ ଜଣ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଯାହା ଖୋର୍ଦ୍ଧା ଜିଲ୍ଳାରେ ଦୈନିକ ଚିହ୍ନଟରେ ସର୍ବାଧିକ । ଗଞ୍ଜାମ ଜିଲ୍ଳାରୁ ୨୪୨ ଜଣ, ପୁରୀ ଜିଲ୍ଳାରୁ ୨୩୫ ଜଣ, କଟକ ଜିଲ୍ଲାରୁ ୨୨୨ ଜଣ, ରାୟଗଡ଼ା ଜିଲ୍ଲାରୁ ୨୧୧ ଜଣ, ସୁନ୍ଦରଗଡ଼ ଜିଲ୍ଲାରୁ ୧୫୫ ଜଣ, ବାଲେଶ୍ୱର ଜିଲ୍ଲାରୁ ୧୫୦ ଜଣ ଓ ମୟୂରଭଞ୍ଜ ଜିଲ୍ଲାରୁ ୧୧୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିଭଳି ଯାଜପୁରରୁ ୯୫, କୋରାପୁଟରରୁ ୯୨, ମାଲକାନାଗିରିରୁ ୭୩, ବରଗଡ଼ରୁ ୬୭, ସମ୍ବଳପୁରରୁ ୬୬, କେନ୍ଦୁଝରରୁ ୫୩, ଭଦ୍ରକରୁ ୪୭,କଳାହାଣ୍ଡିରୁ ୪୨, ଗଜପତିରୁ ୩୬, ନବରଙ୍ଗପୁରରୁ ୩୬, କନ୍ଧମାଳରୁ ୩୦, ସୋନପୁରରୁ ୨୬, ଢ଼େଙ୍କାନାଳରୁ ୨୫, ଜଗତସିଂହପୁରରୁ ୨୧, ଅନୁଗୁଳରୁ ୨୦, ଝାରସୁଗୁଡ଼ାରୁ ୧୮, ବୌଦ୍ଧରୁ ୧୬, ନୟାଗଡ଼ରୁ ୧୧, କେନ୍ଦ୍ରାପଡ଼ାରୁ ୧୦, ନୂଆପଡ଼ାରୁ ୬ ଓ ବଲାଙ୍ଗିର ଜିଲ୍ଳାରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।


ଆଜି ରାଜ୍ୟର ୫ ଟି ଜିଲ୍ଳାରୁ ୧୦ ଜଣ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । ଏଥି ସହ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୩୭୨ ରେ ପହଞ୍ଚିଛି । ମୃତ୍ୟୁ ହୋଇଥିବା ୧୦ ଜଣଙ୍କ ମଧ୍ୟରୁ ଗଞ୍ଜାମ ଜିଲ୍ଳାରୁ ୪ ଜଣ, ଖୋର୍ଦ୍ଧା ଓ ସୁନ୍ଦରଗଡ଼ ଜିଲ୍ଳାରୁ ୨ ଜଣ ଲେଖାଏଁ ଏବଂ ବରଗଡ଼ ଓ ଭଦ୍ରକ ଜିଲ୍‌ଳାରୁ ଜଣେ ଜଣେ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । ଏଥି ସହ ଗଞ୍ଜାମ ଜିଲ୍ଳାରେ ସର୍ବାଧିକ ୧୬୨ ଜଣ ଓ ଖୋର୍ଦ୍ଧା ଜିଲ୍ଳାରେ ୫୧ ଜଣଙ୍କର ଜୀବନ ନେଲାଣି କରୋନା ମହାମାରୀ । ସେହିଭଳି ଅନୁଗୁଳରୁ ୩, ବାଲେଶ୍ୱରରୁ ୮, ବରଗଡ଼ରୁ ୫, ଭଦ୍ରକରୁ ୬, ବଲାଙ୍ଗିରରୁ ୧, କଟକରୁ ୧୮, ଢ଼େଙ୍କାନାଳରୁ ୧, ଗଜପତିରୁ ୧୬, ଜଗତସିଂହପୁରରୁ ୨, ଯାଜପୁରରୁ ୪, ଝାରସୁଗୁଡ଼ାରୁ ୧, କଳାହାଣ୍ଡିରୁ ୨, କନ୍ଧମାଳରୁ ୭, କେନ୍ଦ୍ରାପଡ଼ାରୁ ୩, କେନ୍ଦୁଝରରୁ ୫, କୋରାପୁଟରୁ ୨, ମାଲକାନାଗିରିରୁ ୩, ମୟୂରଭଞ୍ଜରରୁ ୩, ନବରଙ୍ଗପୁରରୁ ୧, ନୟାଗଡ଼ରୂ ୯, ପୁରୀରୁ ୯, ରାୟଗଡ଼ାରୁ ୧୭, ସମ୍ବଲପୁରରୁ ୮, ସୋନପୁରରୁ ୧ ଓ ସୁନ୍ଦରଗଡ଼ ଜିଲ୍ଳାରୁ ୨୪ ଜଣ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି ।


ରାଜ୍ୟରେ ମୋଟ ୧୦ ଲକ୍ଷ ୬୨,୪୬୯ ଟି ନମୂନା ପରୀକ୍ଷଣ ହୋଇଛି । ସେଥିମଧ୍ୟରୁ ୬୭,୧୨୨ ଜଣ ପଜିଟିଭ ଚିହ୍ନଟ ହୋଇଛି । ମୋଟ ପଜିଟିଭଙ୍କ ମଧ୍ୟରୁ ୪୫,୩୧୫ ଜଣ ଆରୋଗ୍ୟ ହୋଇଥିବା ବେଳେ ୨୧,୩୮୨ ଜଣ ଚିକିତ୍ସାଧିନ ଅଛନ୍ତି । ୩୭୨ ଜଣଙ୍କର ଜୀବନ ନେଇଛି ଏହି ମହାମାରୀ ।

LEAVE A REPLY

Please enter your comment!
Please enter your name here