ରବିବାରରୁ ବଢ଼ିବ ବର୍ଷା । ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ସଂଭାବନା ।

0
1277

ବଲାଙ୍ଗୀର, ସୋନପୁର, ବୌଦ୍ଧ, ଅନୁଗୁଳ, ଢ଼େଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ନୟାଗଡ଼ ଓ ଖୋର୍ଦ୍ଧା ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହେବ

ଭୁବନେଶ୍ୱର, ୦୪/୦୭/୨୦-ଆସନ୍ତା କାଲି ଠାରୁ ରାଜ୍ୟରେ ବର୍ଷା ବଢ଼ିବାର ସଂଭାବନା ରହିଥିବା ଆଞ୍ଚଳିକ ପାଣିପାଗ ବିଭାଗ ଆକଳନ କରିଛିି । ଏଥିସହ ଆଜି ଠାରୁ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସଂଭାବନା ରହିଥିବା ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ନବରଙ୍ଗପୁର, ଗଜପତି, କନ୍ଧମାଳ ଓ ଜଗତସିଂହପୁର ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ର ସଂଭାବନା ଥିବାରୁ ଏହି ଜିଲ୍ଲା ଗୁଡ଼ିକରେ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

ବଲାଙ୍ଗୀର, ସୋନପୁର, ବୌଦ୍ଧ, ଅନୁଗୁଳ, ଢ଼େଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ନୟାଗଡ଼ ଓ ଖୋର୍ଦ୍ଧା ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହେବ । ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶା ସମେତ ରାଜ୍ୟର ଅନ୍ୟ ସ୍ଥାନଗୁଡ଼ିକରେ ସ୍ୱଳ୍ପ ରୁ ମଧ୍ୟମ ଧରଣର ବର୍ଷା ହେବ ବୋଲି ଆକଳନ କରାଯାଇଛି । ଆସନ୍ତା କାଲି ଠାରୁ ରାଜ୍ୟରେ ବର୍ଷା ଆହୁରି ବଢ଼ିବାର ସଂଭାବନା ରହିଛି ।

ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଏଚ୍ ଆର୍ ବିଶ୍ୱାସ ଦେଇଥିବା ପୂର୍ବାନୁମାନ ସୂଚନା ଅନୁଯାଇ ଆଜି ଦକ୍ଷିଣ ଓଡ଼ିଶାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବ । ଏବଂ ଆସନ୍ତା କାଲି ଠାରୁ ସାରା ରାଜ୍ୟରେ ବର୍ଷା ହେବା ସହ ଏହା ବଢ଼ିବ ବୋଲି ଆକଳନ କରାଯାଇଛି । ମୌସୁମୀ ଉତ୍ତର ଆଡ଼କୁ ମୁହାଁଇଥିବା ବେଳେ ରାଜ୍ୟରେ ବର୍ଷା କମିଥିଲା । ଏବେ ଏହା ସ୍ୱାଭାବିକ ଅବସ୍ଥାକୁ ଫେରିଥିବାରୁ ବର୍ଷା ବଢ଼ିବ । ରାଜ୍ୟର କିଛି ସ୍ଥାନରେ ଘଡ଼ଘଡ଼ି ସହ ବର୍ଷାର ସଂଭାବନା ରହିଛି । ଏବଂ ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବ ବୋଲି ଆକଳନ କରାଯାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ମାଲକାନାଗିରିରେ ୩୭ ମିଲିମିଟର ବର୍ଷା ହୋଇଥିବା ବେଳେ ପାରଳାଖେମୁଣ୍ଡିରେ ୫, କେନ୍ଦୁଝରରେ ୨ ମିଲିମିଟର ବର୍ଷା ରେକର୍ଡ଼ କରାଯାଇଛି ।

ଇଏନ୍‌ଏନ୍ ନ୍ୟୁଜ ପଢିବା ପାଇଁ ସବସ୍କ୍ରାଇବ କରିବା ସହ ଆମ ଫେସବୁ,ଟ୍ୟୁଟର ପେଜକୁ ଭିଜିଟ କରନ୍ତୁ ଏବଂ ଆପଣଙ୍କ ମତାମତ ଦେବାକୁ ଜମାରୁ ଭୁଲିବେନୀ । ଆପଣଙ୍କ ମତାମତ ଆମକୁ ଆଗକୁ ଯିବାରେ ସାହାଯ୍ୟ କରିବ ।

ଭୁବନେଶ୍ୱରରୁ ଚୌଧୁରୀ ରାଜନାରାୟଣ

LEAVE A REPLY

Please enter your comment!
Please enter your name here