ଅଣ୍ଡରସନ୍‌ଙ୍କ ଭଳି ସଫଳ ହୋଇପାରିବେ ଜଶ୍‌ପ୍ରୀତ ବୁମରା- କଟର୍ନୀ ୱାଲ୍ସ

0
291

ଇଏନ୍‌ଏନ୍ ବ୍ୟୁରୋ, ୦୧/୦୯/୨୦୨୦- ଭାରତର ଜଶ୍‌ପ୍ରୀତ ବୁମରା ଇଂଲଣ୍ଡର ଅଭିଜ୍ଞ ପେସ୍ ବୋଲର ଜେମ୍ସ ଅଣ୍ଡରସନ୍‌ଙ୍କ ଟେଷ୍ଟ ସଫଳତା ଦେହରାଇ ପାରିବେ ବୋଲି କହିଛନ୍ତି ୱେଷ୍ଟଇଣ୍ଡିଜର ପ୍ରସିଦ୍ଧ ବୋଲର କଟର୍ନୀ ୱାଲ୍ସ । ଗତ ପାକିସ୍ତାନ ବିପକ୍ଷ ଟେଷ୍ଟ ସିରିଜରେ ଅଣ୍ଡରସନ୍ ପ୍ରଥମ ପେସ୍ ବୋଲର ଭାବେ ୬୦୦ ୱିକେଟ ପୂରଣ କରିଥିଲେ । ୱାଲ୍ସଙ୍କ ମତରେ ବୁମରା ମଧ୍ୟ ଏହି ସଫଳତା ହାସଲ କରିପାରିବେ ।
ଅଣ୍ଡରସନ୍‌ଙ୍କ ଟେଷ୍ଟ କ୍ୟାରିୟର ଏବଂ ସଫଳତାର ରହସ୍ୟ ଉନ୍ମୋଚନ କରିବା ସହ ବୁମରାଙ୍କ ଦକ୍ଷତାକୁ ପ୍ରଶଂସା କରିଛନ୍ତି ୱାଲ୍ସ । ସେ କହିଛନ୍ତି, କଠିନ ପରିଶ୍ରମ ଏବଂ ନିଷ୍ଠା ଅଣ୍ଡରସନ୍‌ଙ୍କ ସଫଳତାର ମୁଖ୍ୟ କାରଣ । ସେ ଟେଷ୍ଟରେ ୬୦୦ ୱିକେଟ୍ ସଫଳତାର ହକ୍‌ଦାର ଥିଲେ । ଗୁରୁତ୍ୱପୂର୍ଣ୍ଣ କଥା ହେଲା ସେ ଏବେବି ଖେଳ ଜାରି ରଖିବାକୁ ଚାହିଁଛନ୍ତି ଏବଂ ୭୦୦ ୱିକେଟ ପୂରଣ କରିବାକୁ ଲକ୍ଷ୍ୟ ରଖିଛନ୍ତି । ବୋଲିଂ ଆକ୍ସନ ଜଣେ ଖେଳାଳିଙ୍କ କ୍ୟାରିୟର ନିର୍ଦ୍ଧାରଣ କରିଥାଏ । ମୋ ମତରେ ଅଣ୍ଡରସନ୍‌ଙ୍କ ରେକର୍ଡ଼ର ସମକକ୍ଷ ହେବାର ଦକ୍ଷତା ବୁମରାଙ୍କ ପାଖରେ ରହିଛି । ସେ ଜଣେ ଦକ୍ଷ ବୋଲର । ତାଙ୍କ ରନ୍ ଅପ୍ ଅନେକଙ୍କୁ ଆଶ୍ଚର୍ଯ୍ୟ ଲାଗିପାରେ । କିନ୍ତୁ ଏହା ତାଙ୍କୁ ଶ୍ରେଷ୍ଠ କରିଛି । ଯଦି ସେ ଫିଟ୍ ରୁହନ୍ତି, ତାହା ହେଲେ ଟେଷ୍ଟ କ୍ରିକେଟରେ ନିଜର ସ୍ୱତନ୍ତ୍ର ଛାପ ଛାଡ଼ିପାରିବେ ।

ଏଠାରେ ସୂଚନା ଦିଆଯାଇପାରେ କି ୱାଲ୍ସ ଟେଷ୍ଟ କ୍ରିକେଟରେ ପ୍ରଥମ ପେସ୍ ବୋଲର ଭାବେ ୫୦୦ ୱିକେଟ ପୂରଣ କରିଥିଲେ । ସେ ୧୩୨ ଟି ମ୍ୟାଚ ଖେଳି ୨୪.୪୪ ହାରରେ ୫୧୯ ଟି ୱିକେଟ ଅକ୍ତିଆର କରିଥିଲେ । ୨୨ ଥର ଇନିଂସ ରେ ୫ ୱିକେଟ ହାସଲ କରିଛନ୍ତି । ୩୭/୭ ହେଉଛି ତାଙ୍କର ବେଷ୍ଟ ବୋଲିଂ ଫିଗର ।

LEAVE A REPLY

Please enter your comment!
Please enter your name here