ରାଜଧାନୀ ଭୁବନେଶ୍ୱରୁ ୪୮୩ ନୂଆ ପଜିଟିଭ ଚିହ୍ନଟ, ୩୫୪ ଆରୋଗ୍ୟ ଓ ୧ ମୃତ ।

0
344
bmc

ଇଏନ୍ଏନ୍ ବ୍ୟୁରୋ, ୦୫/୦୯/୨୦- ରାଜଧାନୀ ଭୁବନେଶ୍ୱରରେ ଦୃତ ଗତିରେ ବଢ଼ିବାରେ ଲାଗିଛି କରୋନା ସଂକ୍ରମଣ । ଦୈନିକ ଚିହ୍ନଟ ହେବାରେ ଲାଗିଛନ୍ତି ଶତାଧିକ ପଜିଟିଭ । ଗତ ୨୪ ଘଣ୍ଟା ମଧ୍ୟରେ ବିଏମସି ଅଞ୍ଚଳରୁ ୪୮୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟାଇନ ସେଣ୍ଟରୁ ୨୦୫ ଜଣ ଓ ସ୍ଥାନୀୟ ଅଞ୍ଚଳରୁ ୨୭୮ ଜଣ ରହିଛନ୍ତି । ଏଥି ସହ ଭୁବନେଶ୍ୱରରେ ଆକ୍ରାନ୍ତଙ୍କ ସଂଖ୍ୟା ୧୩ ହଜାର ଅତିକ୍ରମ କରି ୧୩,୨୯୫ ରେ ପହଞ୍ଚିଛି । ଏହି ସମୟ ମଧ୍ୟରେ ୩୫୪ ଜଣ ଆକ୍ରାନ୍ତ ଆରୋଗ୍ୟ ହୋଇଛନ୍ତି । ଏହାକୁ ମିଶାଇ ୮,୨୨୧ ଜଣ କରୋନା ଆକ୍ରାନ୍ତ ଆରୋଗ୍ୟ ହୋଇ ସାରିଲେଣି । ଆଜି ଭୁବନେଶରରେ ଜଣେ ମୃତ୍ୟୁ ହୋଇଛି । ଏଥି ସହ ମୋଟ ମୃତ୍ୟୁ ସଂଖ୍ୟା ୪୮ ରେ ପହଞ୍ଚିଛି । ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ୫,୦୧୪ ଜଣ ବିଭିନ୍ନ କୋଭିଡ଼-୧୯ ହସ୍ପିଟାଲରେ ଚିକିତ୍ସାଧିନ ଅଛନ୍ତି ।

LEAVE A REPLY

Please enter your comment!
Please enter your name here