କରୋନା ଅପଡ଼େଟ୍‌-ରାଜ୍ୟରେ ୨୪ ହଜାର ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା । ୨୪ ଘଣ୍ଟାରେ ରେକର୍ଡ଼ ୧୦ ମୃତ୍ୟୁ ଓ ୧,୩୨୦ ପଜିଟିଭ ।

0
244

ଇଏନ୍‌ଏନ୍ ବ୍ୟୁରେ, ୨୫/୦୭/୨୦- ରାଜ୍ୟରେ ଦୃତ ଗତିରେ ବଢ଼ିବାରେ ଲାଗିଛି କରୋନା ସଂକ୍ରମଣ । ତଗାତାର ଭାବେ ରାଜ୍ୟରେ ୩ ଦିନଧରୀ ଆକ୍ରାନ୍ତଙ୍କ ସଂଖ୍ୟା ୧ ହଜାରୁ ଅଧିକ ରହିଛି । ଗତ ୨୪ ଘଣ୍ଟା ମଧ୍ୟରେ ୧,୩୨୦ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏବଂ ୧୦ ଜଣଙ୍କର ମୃତ୍ୟୁ ହୋଇଛି । ରାଜ୍ୟରେ କରୋନା ସଂକ୍ରମିତ ହେବା ଦିନଠାରୁ ଏହା ସର୍ବାଧିକ ମୃତ୍ୟୁ । ଏଥି ସହ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୪ ହଜାର ୦୧୩ ରେ ପହଞ୍ଚିଛି ଓ ମୃତ୍ୟୁ ସଂଖ୍ୟା ୧୩୦ ହୋଇଛି ।
୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହୋଇଥିବା ୧,୩୨୦ ଆକ୍ରାନ୍ତ ୨୪ ଟି ଜିଲ୍ଲାରୁ ରହିଛନ୍ତି । ଏଥି ମଧ୍ୟରୁ ୮୮୭ ଜଣ କ୍ୱାରେଣ୍ଟାଇନ ସେଣ୍ଟରୁ ଥିବା ବେଳେ ୪୩୩ ଜଣ ସ୍ଥାନୀୟ ଅଞ୍ଚଳରୁ ରହିଛନ୍ତି । ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ଗଞ୍ଜାମ ଜିଲ୍ଳାର ସର୍ବାଧିକ ୫୬୦ ଜଣ ରହିଛନ୍ତି । ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୮,୧୯୪ ରେ ପହଞ୍ଚିଛି । ସେହିଭଳି ଅନୁଗୁଳରୁ ୬, ବାଲେଶ୍ୱରରୁ ୨୩, ବରଗଡ଼ରୁ ୧୪, ଭଦ୍ରକରୁ ୨୮, ବଲାଙ୍ଗିରରୁ ୯, କଟକରୁ ୪୭, ଦେବଗଡ଼ରୁ ୧, ଗଜପତିରୁ ୯୦, ଜଗତସିଂହପୁରରୁ ୩, ଯାଜପୁରରୁ ୨୩, ଝରସୁଗୁଡ଼ାରୁ ୨, କଳାହାଣ୍ଡିରୁ ୧, କନ୍ଧମାଳରୁ ୩୯, କେନ୍ଦ୍ରାପଡ଼ାରୁ ୧, କେନ୍ଦୁଝରରୁ ୨୪, ଖୋର୍ଦ୍ଧାରୁ ୧୭୪, କୋରାପୁଟରୁ ୩୦, ନୟାଗଡ଼ରୁ ୩୮, ନୂଆପଡ଼ାରୁ ୪, ପୁରୀରୁ ୯୦, ରାୟଗଡ଼ାରୁ ୬୫, ସେନପୁରରୁ ୧, ସୁନ୍ଦରଗଡ଼ରୁ ୪୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।


୨୪ ଘଣ୍ଟାରେ ମୃତ୍ୟୁ ହୋଇଥିବା ଆକ୍ରାନ୍ତ ୬ ଟି ଜିଲ୍ଳାରୁ ରହିଛନ୍ତି । ସେଥିମଧ୍ୟରୁ ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୩ ଜଣଙ୍କର ମୃତ୍ୟୁ ହୋଇଛି । ସୁନ୍ଦରଗଡ଼ ଓ ବାଲେଶ୍ୱର ଜିଲ୍ଳାରୁ ୨ ଦୁଇ ଜଣ ଏବଂ ଢ଼େଙ୍କାନାଳ, ଝାରସୁଗୁଡ଼ା, ରାୟଗଡ଼ାରୁ ଜଣେ ଜଣେ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । ଗଞ୍ଜାମ ଜିଲ୍ଳାରେ ସର୍ବାଧିକ ୭୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନୁଗୁଳ ଜିଲ୍ଳାରୁ ୨, ବାଲେଶ୍ୱର ଜିଲ୍ଲାରୁ ୨, ବରଗଡ଼ ଜିଲ୍ଲାରୁ ୧, ଭଦ୍ରକ ଜିଲ୍ଲାରୁ ୨, କଟକ ଜିଲ୍ଲାରୁ ୯, ଗଜପତି ଜିଲ୍ଲାରୁ ୮, ଜଗତସିଂହପୁର ଜିଲ୍ଲାରୁ ୨, ଯାଜପୁର ଜିଲ୍ଲାରୁ ୧, କନ୍ଧମାଳ ଜିଲ୍ଳାରୁ୧, ଝରସୁଗୁଡ଼ାରୁ ୧, କେନ୍ଦ୍ରାପଡ଼ା ଜିଲ୍ଲାରୁ ୨, ଖୋର୍ଦ୍ଧା ଜିଲ୍ଳାରୁ ୧୫, ନୟାଗଡ଼ ଜିଲ୍ଲାରୁ ୧, ପୁରୀ ଜିଲ୍ଲାରୁ ୨, ରାୟଗଡ଼ା ଜିଲ୍ଳାରୁ ୪ ଓ ସୁନ୍ଦରଗଡ଼ ଜିଲ୍ଲାରୁ ୪ ଜଣଙ୍କର ମୃତ୍ୟୁ ହୋଇଛି ।


ରାଜ୍ୟରେ ମୋଟ ୪ ଲକ୍ଷ ୪୬ ହଜାର ୩୧୧ ଟି ନମୂନା ପରୀକ୍ଷଣ ହୋଇଛି । ସେଥିମଧ୍ୟରୁ ୨୪,୦୧୩ ଟି ପଜିଟିଭ ଚିହ୍ନଟ ହୋଇଛି । ଏବଂ ଅନ୍ୟ ଗୁଡ଼ିକ ନେଗେଟିଭ ରହିଛି । ମୋଟ ପଜିଟିଭଙ୍କ ମଧ୍ୟରୁ ୧୫,୨୦୦ ଜଣ ଆକ୍ରାନ୍ତ ଆରୋଗ୍ୟ ହୋଇଥିବା ବେଳେ ୮,୬୫୦ ଜଣ ଚିକିତ୍ସାଧିନ ଅଛନ୍ତି । ୧୩୦ ଜଣଙ୍କର ମୃତ୍ୟୁ ହୋଇଛି ।

LEAVE A REPLY

Please enter your comment!
Please enter your name here